Friday, October 16, 2026
Home ଆଞ୍ଚଳିକ ଆସିକା କୃଷି ସୂଚନା ଓ ପରାମର୍ଶ କେନ୍ଦ୍ରରେ ଏକ ଦିବସୀୟ ଆଖୁ ଫସଲ ତାଲିମ କାର୍ଯ୍ୟକ୍ରମ

ଆସିକା କୃଷି ସୂଚନା ଓ ପରାମର୍ଶ କେନ୍ଦ୍ରରେ ଏକ ଦିବସୀୟ ଆଖୁ ଫସଲ ତାଲିମ କାର୍ଯ୍ୟକ୍ରମ

11

ଆସିକା,୧/୧୨ (ଜିଲ୍ଲା ଖବର)  : ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ବାବନପୁର ସ୍ଥିତ କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର ଠାରେ ଆଜି ଏକ ଦିବସୀୟ ଆଖୁ ଫସଲ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।

ଏହି କାର୍ଯ୍ୟକ୍ରମରେ ଆସିକା ସମବାୟ ଚିନିଶିଳ୍ପ ପରିଚାଳନା ନିର୍ଦ୍ଧେଶକ ଗାୟତ୍ରୀ ଦତ ନାୟକ ଯୋଗ ଦେଇ ଆଖୁ ଫସଲ ଜନିତ ସୂଚନା ସାଙ୍ଗକୁ ତାଲିମ ଶିବିରରେ ନୂତନ ଜ୍ଞାନ କୈାଶଳ ତଥା ଅଧିକ ଶର୍କରା ଥିବା ଅମଳକ୍ଷମ ବିହନ ବ୍ୟବହାର ଉପରେ ଗୁରୁତ୍ୱାରୋପ କରିଥିଲେ ।

ଆଖୁ ଚାଷ ଉନ୍ନୟନ ବୈଷୟିକ ମଶନ ୨୦୨୨-୨୩ ଚଳିତ ବର୍ଷ ପାଇଁ ଏକର ପିଛା ୪୦ ଟନରୁ ୮୦ ଟନ ଉତ୍ପାଦନ ବୃଦ୍ଧି କରିବା ଲକ୍ଷ୍ୟ ଉପରେ ତାଲିମ ଶିବିରେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ଆସିକା ସମବାୟ ଚିନିଶିଳ୍ପ କେନ ମ୍ୟାନେଜର ପ୍ରଶାନ୍ତ କୁମାର ପାଢୀ, କୃଷି ଜିଲ୍ଲା ଅଧିକାରୀ ପ୍ରଦିପ କୁମାର ଦାଶ, କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର ଅଧ୍ୟକ୍ଷ ରାଜେଶ କୁମାର ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ । ଏହି ତାଲିମ ଶିବିରକୁ ବ୍ଲକ କୃଷି ଅଧିକାରି ବାସୁଦେବ ସାହୁ ସଂଯୋଜନା କରିଥିବା ବେଳେ ସହକାରୀ କୃଷି ଅଧିକାରୀ ଶୁଭ୍ରତା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।