Sunday, October 11, 2026
Home ଆଞ୍ଚଳିକ ବେଲଗୁଣ୍ଠା ସରସ୍ଵତି ଶିଶୁ ବିଦ୍ୟା ଭବନରେ ୨୭ ତମ ଜ୍ଞାନ ବିଜ୍ଞାନ ମେଳା

ବେଲଗୁଣ୍ଠା ସରସ୍ଵତି ଶିଶୁ ବିଦ୍ୟା ଭବନରେ ୨୭ ତମ ଜ୍ଞାନ ବିଜ୍ଞାନ ମେଳା

8

ବେଲଗୁଣ୍ଠା,୨୫/୧୧(ଜିଲ୍ଲା ଖବର) : ବେଲଗୁଣ୍ଠା ସ୍ଥିତ ସରସ୍ଵତି ଶିଶୁ ବିଦ୍ୟା ଭବନ ଠାରେ 27 ତମ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମରେ ବିଡିପୁର,ଜଗନ୍ନାଥପ୍ରସାଦ ଏବଂ ତନରଡ଼ାର ପ୍ରାୟ 214 ଜଣ ଛାତ୍ରଛାତ୍ରୀ ବିଭିନ୍ନ ପ୍ରକଳ୍ପ ପ୍ରଦର୍ଶନ କରିଥିଲେ I କାର୍ଯ୍ୟକ୍ରମରେ ପ୍ରାରମ୍ଭରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ 203 ଜଣ ଅଂଶଗ୍ରହଣ କରିଥିବା ବେଳେ ସେମାନଙ୍କ ଦ୍ୱାରା ପ୍ରଦର୍ଶିତ ହାଇଡ୍ରୋଲିକ୍ ଲିଫ୍ଟ,ମେକାନିଜିମ୍ ଅଫ୍ ରୋବୋଟ୍, ରାଇସ୍ ଇଣ୍ଡଷ୍ଟ୍ରି ୱେଷ୍ଟ୍ ମ୍ୟାନେଜମେଣ୍ଟ୍, ଦି ଗଙ୍ଗା ଆକ୍ସନ୍ ପ୍ଳାନ୍,ମିସନ୍ ମଙ୍ଗଲ୍, ଏଆର୍ ପଲ୍ୟୁସନ୍,ଏକ୍ସଟିଣ୍ଟ୍ ସ୍ପେସିସ୍ ପ୍ରକଳ୍ପ ଗୁଡ଼ିକ ଉପସ୍ଥିତ ବିଚାରକ ଏବଂ ଅତିଥିମାନଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଥିଲା I ଅନୁଷ୍ଠାନର ପ୍ରଧାନ ଆଚାର୍ଯ୍ୟ ଶିବରାମ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ବେଲଗୁଣ୍ଠା ଅଞ୍ଚଳର ବିଶିଷ୍ଟ ସମାଜସେବୀ ରୋଟାରୀ କ୍ଳବ୍ ଗଞ୍ଜାମ ଜିଲ୍ଳା ଉପପ୍ରାନ୍ତପାଳ ଭି ଦେବୀ ପ୍ରସାଦ ପାତ୍ର, ମୁଖ୍ୟ ବକ୍ତା ରୂପେ ଶିକ୍ଷାବିତ୍ ପ୍ରକାଶ ମିଶ୍ର,ସମ୍ମାନୀତ ଅତିଥି ରୂପେ ବେଲଗୁଣ୍ଠା ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର ଏବଂ ଅନ୍ୟତମ ଅତିଥି ରୂପେ ଯୁବ ସାମ୍ବାଦିକ ଶିବରାମ ଚୌଧୂରୀ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ I ବେଲଗୁଣ୍ଠା ସରସ୍ଵତୀ ଶିଶୁ ବିଦ୍ୟାଭବନ ଛାତ୍ରଛାତ୍ରୀଙ୍କ ଶୈକ୍ଷିକ ଏବଂ ସହ ଶୈକ୍ଷିକ ଗୁଣର ବିକାଶ ପାଇଁ ବର୍ଷର ବିଭିନ୍ନ ସମୟରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଜାରି ରଖିଥାଏ I ଏହି ଅନୁଷ୍ଠାନର ଶିକ୍ଷାର୍ଥୀ କୈନ୍ଦ୍ରୀକ କାର୍ଯ୍ୟକ୍ରମ ଦ୍ୱାରା ଉଭୟ ଛାତ୍ରଛାତ୍ରୀ ଏବଂ ଅଭିଭାବକ ପ୍ରଭାବିତ ହେବା ସହ ଅନୁଷ୍ଠାନ ପ୍ରତି ଅଞ୍ଚଳର ଅଭିଭାବକମାନଙ୍କ ବିଶ୍ୱାସ ବୃଦ୍ଧି ପାଉଥିବ ଅତିଥିମାନେ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ I କାର୍ଯ୍ୟକ୍ରମରେ ପ୍ରମୋଦ ଗୁରୁଜୀଙ୍କ ସମେତ ଗୁରୁମା ଅଲିଭା, ଆଶା, ପୂଜା, ମାମା ଦିଦି,ସୁମିତ୍ରା ଏବଂ ଅମ୍ବିକା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ I ପ୍ରଧାନ ଆଚାର୍ଯ୍ୟ ଶିବରାମ ପ୍ରଧାନ ଧନ୍ୟବାଦ ଜ୍ଞାପନ କରିଥିଲେ I