Thursday, October 15, 2026
Home ଆଞ୍ଚଳିକ ଓଡ୍ର ଖଣ୍ଡାୟତ କାଳଞ୍ଜି ସମାଜର ସଂଶୋଧିତ ସମ୍ବିଧାନ ପୁସ୍ତକର ଆଲୋଚନା ଚକ୍ର

ଓଡ୍ର ଖଣ୍ଡାୟତ କାଳଞ୍ଜି ସମାଜର ସଂଶୋଧିତ ସମ୍ବିଧାନ ପୁସ୍ତକର ଆଲୋଚନା ଚକ୍ର

7

ବେଲଗୁଣ୍ଠା,୨୪/୧୧(ଜିଲ୍ଲା ଖବର) : ବେଲଗୁଣ୍ଠା ବ୍ଳକ୍ ଖଇରପୁଟି ମଣ୍ଡଳ ଓଡ୍ର ଖଣ୍ଡାୟତ କାଳଞ୍ଜି ସମାଜର ସଂଶୋଧିତ ସମ୍ବିଧାନ ପୁସ୍ତକର ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି I ସମାଜର ବନ୍ଥପଲ୍ଲୀ ଅଞ୍ଚଳ ପରିଷଦ ସଭାପତି ସୀତାରାମ ଜେନାଙ୍କ ସଭାପତିତ୍ୱରେ ମୁନିଗାଡ଼ି ସ୍ଥିତ ଉତ୍ସବେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ବୈଠକରେ ବନ୍ଥପଲ୍ଲୀ ଅଞ୍ଚଳ ପରିଷଦ ସାମନ୍ତ ଦିଲ୍ଲୀ ରଣସିଂହ , ଖଇରପୁଟି ମଣ୍ଡଳ ସଭାପତି କେଦାର ଚନ୍ଦ୍ର ବିଷୋୟୀ,ଅଞ୍ଚଳ ସହସମ୍ପାଦକ ବାଇଚାନ୍ଦ ବିଷୋୟୀ, ଉପଦେଷ୍ଟା ସୁରେନ୍ଦ୍ର ନାଥ ବିଷୋୟୀ,ମଣ୍ଡଳ ସମ୍ପାଦକ ଦିଗାମ୍ବର ଜେନାଙ୍କ ସମେତ ଖଇରପୁଟି ମଣ୍ଡଳ ଅନ୍ତର୍ଗତ ସମସ୍ତ ଗ୍ରାମର ସଭାପତି ଏବଂ ସମ୍ପାଦକ ଉପସ୍ଥିତ ରହି ନୂତନ ସମାଜର ସମ୍ବିଧାନ ସମ୍ପର୍କରେ ଆଲୋଚନା କରିବା ସହିତ ଏହାର ନିୟମାବଳୀ କିପରି ଓଡ୍ର ଖଣ୍ଡାୟତ କାଳଞ୍ଜି ସମାଜର ସମସ୍ତ ବର୍ଗର ଲୋକଙ୍କ ନିକଟରେ ପହଞ୍ଚିବ ସେହି ସମ୍ପର୍କରେ କର୍ମକର୍ତ୍ତାମାନେ ନିଜ ନିଜର ମତ ରଖିଥିଲେ I କାର୍ଯ୍ୟକ୍ରମ ପରିଚାଳନାରେ ପୀତାମ୍ୱର ବିଷୋୟୀ,ନାରାୟଣ ନାୟକଙ୍କ ସମେତ ମୂନିଗାଡ଼ି କାଳଞ୍ଜି ସମାଜର ସଦସ୍ୟ ମାନେ ସହଯୋଗ କରିଥିଲେ I କୁମୁଣ୍ଡି ଗ୍ରାମ୍ୟ କାଳଞ୍ଜି ସଭାପତି ସନ୍ତୋଷ କୁମାର ବିଷୋୟୀ ଧନ୍ୟବାଦ ଜ୍ଞାପନ କରିଥିଲେ I