Wednesday, October 14, 2026
Home ଆଞ୍ଚଳିକ ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ କଳାକୃତି ପ୍ରଦର୍ଶନୀ

ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ କଳାକୃତି ପ୍ରଦର୍ଶନୀ

8

ଭଞ୍ଜବିହାର, ୨୪/୧୧(ଜିଲ୍ଲା ଖବର) : ବ୍ରହ୍ମପୁର ବିଶ୍ବବିଦ୍ୟାଳୟସ ସ୍କୁଲ ଅଫ ଏଜୁକେଶନର ଦୁଇ ଦିନ ବ୍ୟାପି ଏକ କଳା ପ୍ରଦର୍ଶନୀ (କଳାକୃତି) ର ଆୟୋଜନ ଅନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ହୋଇଥିଲା । ସ୍ନାତକ ଶିକ୍ଷା ପ୍ରଶିକ୍ଷଣ (ବି. ଏ ଡ) ଦ୍ବିତୀୟ ବର୍ଷ ପାଠ୍ୟକ୍ରମର ଏହାଥିଲା ଏକ ଅଂଶବିଶେଷ । ଏହାର ମୁଖ୍ୟ ଉଦେଶ୍ୟ ଥିଲା “ଅଧ୍ୟୟନ ବେଳେ ଉପାର୍ଜନ ।“ ବିଶ୍ଵବିଦ୍ୟାଳୟର ମାନନୀୟ କୁଳପତି ପ୍ରଫସର ଗୀତାଞ୍ଜଳି ଦାସ ମହୋଦୟା ଏହାକୁ ଉଦଘାଟନ କରି ତାଙ୍କ ଅଭିଭାଷଣ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ସ୍ଵନିର୍ମିତ କଳାକୃତିର ପ୍ରଶଂସା କରିବା ସହିତ ଅଧ୍ୟୟନ ଉପାର୍ଜନର ଉଦ୍ଦେଶ୍ୟ, ଲକ୍ଷ୍ୟ ଓ ଉପାଦେୟତାର ପ୍ରାସଙ୍ଗିକତା, ଆଗାମୀ ଦିନରେ ଏହାର ସଫଳ ରୂପାୟନ ସକାଶେ ଆବଶ୍ୟକ ଉପାୟ ଓ ଉପଦେଶ ପ୍ରଦାନ କରିବା ସହିତ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ ।ସମ୍ମାନିତ ଅତିଥି ଭାବେ ବ୍ରହ୍ମପୁର ଆଞ୍ଚଳିକ ଉଚ୍ଚ ଶିକ୍ଷା ନିର୍ଦ୍ଦେଶକ ଡ. ସିଦ୍ଧାର୍ଥ ଶଙ୍କର ପାଢ଼ୀ ଯୋଗ ଦେଇ କଳା କିପରି ଏକ ବିଭୂଦତ୍ତ ପ୍ରତିଭା,ସଂସ୍କୃତି ର ଏକ ମୁଖ୍ୟ ଅଂଶ ଏବଂ ବ୍ୟକ୍ତିକୁ ଏହା ଆନନ୍ଦ ଓ ଜ୍ଞାନ ପ୍ରଦାନ କରିବା ସଙ୍ଗେ ସଙ୍ଗେ ଉତ୍ତମ ବ୍ୟକ୍ତି ଓ ସମାଜ ଗଠନ କରିବାରେ ସହାୟକ ହୁଏ , ସେ ବିଷୟରେ ତାଙ୍କ ମତାମତ ଉପସ୍ଥାପନ କରିଥିଲେ । ଏତବ୍ୟତୀତ ସ୍କୁଲ ଅଫ ଏଜୁକେସନ ର ନିର୍ଦ୍ଦେଶକ ଡ. ତମୋଘନ ଆଚାର୍ଯ୍ୟ, ସଂଯୋଜକ ଡ. ବିଭୂତି ଭୁଷଣ ପରିଡ଼ା, ଅଧ୍ୟକ୍ଷ ଡ. ସଞ୍ଜିତ କୁମାର ସାହୁ ସ୍ଵସୁଚିନ୍ତିତ ବକ୍ତବ୍ୟ ପ୍ରଦାନ କରିଥିଲେ । କଳା ଅଧ୍ୟାପକ ଶ୍ରୀ ରବୀନ୍ଦ୍ର ନାଥ ସ୍ୱାଇଁ ଏଥିରେ ମାର୍ଗଦର୍ଶନ କରିଥିବା ବେଳେ ବିଭାଗର ଅନ୍ୟ ଅଧ୍ୟାପକ ଓ ଅଧ୍ୟାପିକା ବୃନ୍ଦ ଯଥା ଶ୍ରୀମତୀ ଉଷାରାଣୀ ଦାଶ, ମୈତ୍ରେୟୀ ପାଢ଼ୀ, ଶ୍ରୀ ପ୍ରଦ୍ୟୁମ୍ନ କୁମାର ରାଉତ, ଶ୍ରୀ ବିଭୁ କଲ୍ୟାଣ ସାମନ୍ତରାୟ ଓ ଶ୍ରୀ ପ୍ରଣବ ପ୍ରଜେଶ ରାଉତ ସାହାଯ୍ୟ ଓ ସହଯୋଗ କରିଥିଲେ ପ୍ରଦର୍ଶନୀ ର ମୁଖ୍ୟ ଆକର୍ଷଣ ଥିଲା ବିଭିନ୍ନ ନିତ୍ୟ ବ୍ୟବହାର୍ଯ୍ୟ ବର୍ଜ୍ୟବସ୍ତୁ କୁ ବ୍ୟବହାର କରି ଚିତ୍ରପଟ୍ଟ,ପ୍ରତିକୃତି,ଘର ସାଜସଜ୍ଜା ବସ୍ତୁ ଆଦି କାରୁକାର୍ଯ୍ୟ ପ୍ରସ୍ତୁତ କରିବା। ଏହି ଅବସର ରେ ଅନୁଷ୍ଠାନ ତରଫରୁ ନ୍ୟୁଜ ଲେଟର ଲୋକାର୍ଷଣ କରାଯାଇଥିଲା । ବିଶ୍ଵ ବିଦ୍ୟାଳୟ ର ବିଭିନ୍ନ ଅଧ୍ୟାପକ ଓ ଅଧ୍ୟାପିକା, ଛାତ୍ର ଛାତ୍ରୀ ଓ କର୍ମଚାରୀ ପ୍ରଦର୍ଶନୀ ରେ ଆସି କଳାକୃତି ଗୁଡ଼ିକୁ କ୍ରୟ କରିଥିଲେ ।