ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଅଣଶିକ୍ଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଯାପିତ

11

ବ୍ରହ୍ମପୁର ,୨୪/୧୧(ଜିଲ୍ଲା ଖବର) : ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଏଆଈ ୟୁ -ଏଏଡିସି (AIU -AADC)ଦ୍ଵାରା ପରିଚାଳିତ ତିନିଦିନିଆ ଅଣଶିକ୍ଷକ କାର୍ଯ୍ୟକ୍ରମ ଆଜି ଉଦଯାପିତ ହୋଇଯାଇଛି l ଆଜି ଅପରାହ୍ନ ସମୟରେ କାର୍ଯ୍ୟକ୍ରମର ଉଦଯାପନ କାର୍ଯ୍ୟକ୍ରମ ବିଶ୍ୱବିଦ୍ୟାଳୟର ସିନେଟ କକ୍ଷରେ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମରେ କୁଳପତି ପ୍ରଫେସର ଗୀତାଞ୍ଜଳୀ ଦାଶ ପୌରାହିତ୍ୟ କରିଥିଲେ l ଏଆଈୟୁ -ଏଏଡିସି (AIU-AADC )ର ନୋଡାଲ ଅଫିସର ତଥା କାର୍ଯ୍ୟକ୍ରମର ଆବାହକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ l କାର୍ଯ୍ୟକ୍ରମର ସଂଯୋଜକ ଡଃ ସୁମନ କଲ୍ୟାଣ ଚୌଧୁରୀ ତିନିଦିନ ବ୍ୟାପି କାର୍ଯ୍ୟକ୍ରମର ବିସ୍ତୁତ ବିବରଣୀ ଉପସ୍ଥାପନା କରିଥିଲେ l ବିଶ୍ୱବିଦ୍ୟାଳୟର କୁଳସଚିବ ଶ୍ରୀଯୁକ୍ତ ସଚ୍ଚିଦାନନ୍ଦ ନାୟକ ଅଣଶିକ୍ଷକ କର୍ମଚାରୀମାନଙ୍କୁ ସମ୍ବୋଧନ କରିଥିଲେ l କାର୍ଯ୍ୟକ୍ରମର ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବା ବ୍ରହ୍ମପୁର ଉପଖଣ୍ଡ ର ଯୁଗ୍ମ କମିଶନର (GST ) ଶ୍ରୀଯୁକ୍ତ ଜଗନ୍ନାଥ ଦାଶ ଯୋଗଦାନକାରୀ ଅଣ ଶିକ୍ଷକ କର୍ମଚାରୀ ଓ ଅଫିସର ମାନଙ୍କୁ ବହୁ ମୂଲ୍ୟବାନ ଉପଦେଶ ପ୍ରଦାନ କରିଥିଲେ। ତତ୍ପରେ ମୁଖ୍ୟ ଅତିଥି ଙ୍କୁ ଅଙ୍ଗ ବସ୍ତ୍ର ଓ ମାନପତ୍ର ସହ ସାନମାନିତ କରାଯାଇ ଥିଲା।ଯୋଗଦାନ କାରି କର୍ମଚାରୀ ବୃନ୍ଦ ତାଙ୍କର ସୁଚିନ୍ତିତ ମତାମତ ଉପସ୍ଥାପନା କରିବାପରେ, ବିଶ୍ୱବିଦ୍ୟାଳୟର କୁଳପତି ଅଣଶିକ୍ଷକ କର୍ମଚାରୀବୃନ୍ଦଙ୍କୁ ବହୁଉପାଦେୟ ପରାମର୍ଶ ପ୍ରଦାନ କରିଥିଲେ l ସର୍ବଶେଷରେ ଆଇୟୁ -ଏଏଡିସି (AIU -AADC )ର ଆସିଷ୍ଟାଣ୍ଟ ପରିଚାଳକ ଡଃ ଶାଶ୍ୱତ ସୌରଭ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ l