ଏନଏସଏସ ପକ୍ଷରୁ ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

6

ବ୍ରହ୍ମପୁର,୧୮/୧୧(ଜିଲ୍ଲା ଖବର) : ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ନୂତନ ସମ୍ମିଳନୀ କକ୍ଷରେ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ଗୀତାଞ୍ଜଳୀ ଦାଶଙ୍କ ନିର୍ଦ୍ଦେଶକ୍ରମେ ବ୍ରହ୍ମପୁର ପୋଲିସ ସାଇବର ସେଲ ସହାୟତାରେ ଏନଏସଏସ ୟୁନିଟ ପକ୍ଷରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସାଇବର ସୁରକ୍ଷା ଲାଗି ବ୍ୟାପକ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। କୁଳସଚିବ ସଚ୍ଚିଦାନନ୍ଦ ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ପୋଲିସ ଡିଏସପି ତଥା ସେଇବର ସେଲ ମୁଖ୍ୟ ଅକ୍ଷୟ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସାଇବର ଠକେଇର ବିଭିନ୍ନ ପ୍ରାରୂପ ତଥା ସ୍ମାର୍ଟ ଫୋନ ଓ ଇଣ୍ଟରନେଟ ଉପଭୋକ୍ତାମାନେ ବିଭିନ୍ନ ଆଳରେ କିପରି ଠକାମିର ଶିକାର ହୋଇଛନ୍ତି ସେନେଇ ଛାତ୍ରଛାତ୍ରୀଙ୍କୁ ଉଦାହରଣ ସହ ବୁଝାଇଥିଲେ। ଏହାସହ ସ୍ମାର୍ଟ ଫୋନରେ ଥିବା ବିଭିନ୍ନ ସାଇବର ସୁରକ୍ଷା ବ୍ୟବସ୍ଥାକୁ ବ୍ୟବହାର କରି କିପରି ଛାତ୍ରଛାତ୍ରୀମାନେ ଠକାମୀକୁ ରକ୍ଷା ପାଇବା ପାଇବେ ସେନେଇ ପ୍ରାଞ୍ଜଳ ଭାବରେ ଗୋଟି ଗୋଟି ଫିଚର ସଂପର୍କରେ ବୁଝାଇଥିଲେ। ସାଧାରଣତଃ ଛାତ୍ରଛାତ୍ରୀମାନେ ବିଭିନ୍ନ ପ୍ରଲୋଭନରେ ପଡି ଠକାମିର ଶିକାର ହେଉଥିବା ବେଳେ ଅଜାଣତରେ ଅନେକ ବ୍ୟକ୍ତିଗତ ଗୋପନୀୟ ତଥ୍ୟ ତଥା ସମ୍ବେଦନଶୀଳ ଫୋଟ ଇଣ୍ଟରନେଟର ଓ ସୋସିଆଲ ମିଡିଆରେ ଉବଲବ୍ଧ କରୁଛନ୍ତି। ଯାହାର ସୁଯୋଗ ନେଇ ଅପରାଧୀମାନେ ବ୍ଲାକମେଲ କରିବା ସହ ଛାତ୍ରଛାତ୍ରୀଙ୍କୁ ଠକେଇ କରୁଛନ୍ତି। ଗୁଗୁଲ ଓ ସୋସିଆଲ ମିଡିଆ ଆପରେ ଥିବା ବିଭିନ୍ନ ସୁରକ୍ଷା କବଚ ବ୍ୟବହାର କରି ଛାତ୍ରଛାତ୍ରୀମାନେ ଏଥିରୁ କିପରି ନିବୃତ୍ତ ହୋଇପାରିବେ ସେ ନେଇ ଉଦାହରଣ ସହ ଶ୍ରୀୟୁକ୍ତ ନାୟକ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇଥିଲେ। କାର୍ଯ୍ୟକ୍ରମରେ ସାଇବର ଥାନା ଅଧିକାରୀ ଭାଲେଣ୍ଟିନା ରାୟ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ରାଜ୍ୟରେ ଦେଖାଯାଉଥିବା ବିଭିନ୍ନ ସାଇବର ଅପରାଧ ସଂପର୍କରରେ ଆଲୋଚନା କରିଥିଲେ। ଏହାସହ ସାଇବର ଅପରାଧ ତଦନ୍ତରେ ପୋଲସକୁ ମିଳିଥିବା ଉବଲବ୍ଧୀ ସଂପର୍କରେ ମଧ୍ୟ ଆଲୋକପାତ କରିଥିଲେ। ଏଥିରେ ସାଇବର ଥାନାର ସବ-ଇନିସପେକ୍ଟର ଏ.ସ୍ବର୍ଣ୍ଣଲତା ପାତ୍ର ଯୋଗ ଦେଇ ବ୍ରହ୍ମପୁର ପୋଲିସର ସାଇହବର ଅପରାଧ ବିରୁଦ୍ଧରେ ଅଭିଯାନ ସଂପର୍କରେ ଛାତ୍ରଛାତ୍ରୀଙ୍କୁ ସଚେତନ କରାଇଥିଲେ। କାର୍ଯ୍ୟକ୍ରମରେ ସ୍ନାତକୋତ୍ତର ବିଭାଗ ସମୂହର ଅଧ୍ୟକ୍ଷ ପ୍ରଫେସର ସୁଶାନ୍ତ କୁମାର ବରାଳ ଯୋଗ ଦେଇ ସାଂପ୍ରତିକ ପରିସ୍ଥିତିରେ ସାଇବର ସରୁକ୍ଷା ସଚେତନତାର ଆବଶ୍ୟକତା ସଂପର୍କରେ ଗୁରୁତ୍ବ ଦେଇଥିଲେ। ବିଶ୍ବବିଦ୍ୟାଳୟର ସୁରକ୍ଷା ଅଧିକାରୀ ଡିଏସପି ଦିପ୍ତିକାନ୍ତ ପ୍ରଧାନ ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ସାଇବର ଅପରାଧର ବିଭିନ୍ନ ଦିଗ ସଂପର୍କରେ ବୁଝାଇଥିଲେ। ବିଶ୍ବବିଦ୍ୟାଳୟ ଏନଏସଏସ ବ୍ୟୁରୋ ସଂଯୋଜକ ଡକ୍ଟର ଜୟନ୍ତ କୁମାର ପଣ୍ଡାଙ୍କ ତତ୍ତ୍ବାବଧାନରେ ଆୟୋଜିତ ଏହି ସଚେତନତା କାର୍ଯ୍ୟକ୍ରମରେ ଏନଏସଏସ ଭଲ୍ୟୁଣ୍ଟିୟରଙ୍କ ସହ ବହୁ ସଂଖ୍ୟାରେ ବିଭିନ୍ନ ବିଭାଗର ଛାତ୍ରଛାତ୍ରୀ ଓ ଅଧ୍ୟାପକମାନେ ଯୋଗ ଦେଇଥିଲେ। ଏନଏସଏସ କାର୍ଯ୍ୟକ୍ରମ ଅଧିକାରୀ ଶକ୍ତିରଞ୍ଜନ ଦାଶ କାର୍ଯ୍ୟକ୍ରମକୁ କରିଚାଳନା କରିଥିବା ବେଳେ ଅନ୍ୟତମ କାର୍ଯ୍ୟକ୍ରମ ଅଧିକାରୀ ଡକ୍ଟର ଇତିଶ୍ରୀ ଗୀତା କୁମାରୀ ତାଙ୍କୁ ସହଯୋଗ କରିଥିଲେ। ଶେଷରେ କାର୍ଯ୍ୟକ୍ରମ ଅଧିକାରୀ ଡକ୍ଟର ଶଂକର୍ଷଣ ମଲ୍ଲିକ ଅତିଥିଙ୍କୁ ଧନ୍ୟବାଦ ଦେଇଥିଲେ।