
ଚିକିଟି, ୧୮/୧୧(ଜିଲ୍ଲା ଖବର) : ଗଞ୍ଜାମ ଜିଲା ଚିକିଟି ପ୍ରେସ କ୍ଲବ ଆନୁକୂଲ୍ୟରେ ଜାତୀୟ ପ୍ରେସ ଦିବସ ପାଳନ ହୋଇ ଯାଇଛି । ଏହି ଅବସରରେ ‘ମୂଲ୍ୟବୋଧ ଭିତ୍ତିକ ସାମ୍ବାଦିକତା’ ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ରାଜ୍ୟ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମହାସଂଘର ସଭାପତି ରବି ରଥ ଏଥିରେ ମୁଖ୍ୟ ଅତିଥି ଏବଂ ବରିଷ୍ଠ ସାମ୍ବାଦିକ ହେମାଙ୍ଗ ପ୍ରସାଦ ରାଉଳ, ତହସିଲଦାର ବଳଦେବ ବେହେରା, ବି ଡି ଓ ପ୍ରମୋଦ କୁମାର ନାୟକ, ଏସ ଡି ପି ଓ କୃଷ୍ଣ ଚନ୍ଦ୍ର ବାତ୍ରା, ଚିକିଟି ମେଡିକାଲ ଅଫିସର ମୋନଜ କୁମାର ପାଢ଼ୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସାମ୍ବାଦିକଙ୍କ ସାମାଜିକ ଭୂମିକା ଓ ସମସ୍ୟା ଉପରେ କହିଥିଲେ । ସଂଘ ସଭାପତି ସୁରେନ୍ଦ୍ର ନାଥ ପଣ୍ଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସୁଦୀପ୍ତ କୁମାର ପଟ୍ଟନାୟକ ସ୍ବାଗତ ଭାଷଣ ଏବଂ ସମ୍ପାଦକ ତ୍ରିପତି ସାହୁ ଧନ୍ୟବାଦ ପ୍ରଦାନ କରିଥଲେ । ଏହି କାର୍ଯ୍ୟକ୍ରମରେ ଚିକିଟି, ପାତ୍ରପୁର, ଦିଗପହଣ୍ଡି, ସାନଖେମୁଣ୍ଡି, ରଙ୍ଗେଇଲୁଣ୍ଡାର ସମସ୍ତ ସାମ୍ବାଦିକଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ରଘୁନନ୍ଦନ ସାହୁ, ଧରମା ସାହୁ, ଭାଗିରଥି ପାଣିଗ୍ରାହୀ ସମେତ ବହୁ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ ।


