Monday, October 12, 2026
Home ଆଞ୍ଚଳିକ ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟରେ ଏକ ଦିବସୀୟ କର୍ମଶାଳା

ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟରେ ଏକ ଦିବସୀୟ କର୍ମଶାଳା

98

ବ୍ରହ୍ମପୁର, ୧୮/୧(ଲଷ୍ମୀନାରାୟଣ ମିଶ୍ର) : ବ୍ରହ୍ମପୁର ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟରେ ପ୍ରାଣୀ ବିଜ୍ଞାନ ବିଭାଗ ଓ ଆଇକ୍ୟୁଏସିର ମିଳିତ ଉଦ୍ଧେଶ୍ୟର ବାଇଓମଲୁକ୍ୟୁଲାର “ଭିଜୁଆଲାଇଜେସନ ଅଣ୍ଡର ଗ୍ରାଜୁଏଟ”ଶୀଷକ ଦିନିକିଆ କର୍ମଶାଳା ପ୍ରାଣୀ ବିଜ୍ଞାନ ବିଭାଗରେ ଅନୁଷ୍ଟିତ ହୋଇଯାଇଛି। ମହାବିଦ୍ୟାଳୟ ଅଧକ୍ଷା ପ୍ରମିଳା ଖାଡଗାଂ ମୁଖ୍ୟଅତିଥି ଭାବେ ଯୋଗଦେଇ କର୍ମଶାଳାକୁ ଉଦଘାଟନ କରିଥିଲେ। କର୍ମଶାଳାରେ ଖଲିକୋଟ ସ୍ବୟଂଶାସିତ ମହାବିଦ୍ୟାଳୟର ପ୍ରାଣୀ ବିଜ୍ଞାନ ବିଭାଗ ଅଧ୍ୟାପକ ଡଃ.ବିଭୂ ପ୍ରସାଦ ବାରିକ ରିସୋରସ୍ ପର୍ସନ ଭାବେ ଯୋଗ ଦେଇଥିଲେ।

ଅନ୍ୟମାନକଂ ମଧ୍ୟରେ ମହାବିଦ୍ୟାଳୟର ଏକାଡେମିକ୍ ଡଃ.ବନଲତା ସାହୁ,କର୍ମଶାଳାର ସଂଯୋଜିକା ଡଃ.ମଧୁମିତା ଦାସ ମଞାସୀନ ଥିଲେ। +୩ ତୃତୀୟବଷ ବିଜ୍ଞାନ ଛାତ୍ର ସଂକେତ କୁମାର ଦାଶ ମଞ୍ଚ ପରିଚାଳନା କରିଥିବା ବେଳେ ଅଧକ୍ଷା ସ୍ବାଗତ ଭାଷଣ ଦେଇଥିଲେ। ଡଃ.ମଧୁସ୍ମିତା ଦାସ ଅତିଥି ପରିଚୟ ପ୍ରଦାନ ସହ କର୍ମଶାଳାର ଗୁରୁତ୍ବ ଉପରେ ଅବଗତ କରାଇଥିଲେ। ପ୍ରାଣୀ ବିଜ୍ଞାନ,ଉଦ୍ଭିଦ ବିଜ୍ଞାନ ଓ ରସାୟନିକ ବିଜ୍ଞାନ ବିଭାଗର ୫୦ରୁ ଉଦ୍ଧ୍ବ ଛାତ୍ରଛାତ୍ରୀକୁଂ ନେଇ ଅନୁଷ୍ଟିତ କର୍ମଶାଳାରେ ଡଃ. ମାନା ମିଲନ ,ସୁଶ୍ରୀ ଭବାନୀ ପଣ୍ଡା,ସୁଶ୍ରୀ ସାହୁକଂ ସହ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ମାନେ ପରିଚାଳନାରେ ସହଯୋଗ କରିଥିଲେ।