ରୋଗ ଶଯ୍ୟାରେ ରୋଜଗାରିଆ ପୁଅ ।ଦୁଇବର୍ଷ ହେଲା ନାକରୁ ବାହାରିନି ଅକ୍ସୀଜେନ,

38

ବେଲଗୁଣ୍ଠା, ୧/୧୧(ଜିଲ୍ଲା ଖବର) : ଦିନେ ରୋଜଗାର କରି ପରିବାର ଚଳାଉଥିଲା ଆଜି ସେହି ପୁଅ ରୋଗାଗ୍ରସ୍ଥ । ଗୋଟିଏ ମିନିଟ ପାଇଁ ମଧ୍ୟ ମୁଂହରୁ ଅକ୍ସିଜେନ ବାହାର କଲେ ଅଣନିଶ୍ୱାସୀ ହୋଇ ପଡୁଛି । ଭେଣ୍ଡିଆ ପୁଅ ନିଜେ କିଛି କାମ କରିପାରୁନି ପ୍ରତ୍ୟକ କାମ ରେ ସହଯୋଗ କରୁଛନ୍ତି ବାପା ଓ ମା । ୨୮ବର୍ଷ ର ଭେଣ୍ଡିଆ ପୁଅ ଘରେ ବସିଛି ଆଉ ମୁଟୁମୁଟୁ ଚାଂହୁଛି ହେଲେ ଉଠି ପାରୁନି କି ଚାଲିବାକୁ ସାହାସ ପାଉନି । ୨୪ ଘଂଟା ନାକରେ ଅକ୍ସିଜେନ ଲାଗିରହୁଛି । ଅକ୍ସିଜେନ ବାହାରି ପଡିଲେ ଧଇଁସଇଁ ହୋଇ ଚିତ୍କାର କରୁଛି । ଏ ଦୃଶ୍ୟ ହେଉଛି ଗଂଜାମ ବେଲଗୁଣ୍ଠା ବ୍ଲକ ଗୋପୀନାଥ ସାହିର । ଏହି ସାହିରେ ଗୋଟିଏ ଘରେ ଭଡାକୁ ରହୁଛନ୍ତି ସୁନୀଲ ପ୍ରଧାନ ଓ ତାଙ୍କ ପରିବାର । ସୁନୀଲ ଗତ ୧୦ ବର୍ଷରୁ ଉର୍ଧ୍ଵ ହେବ ଗୁଜୁରାଟର ସୁରାଟ ରେ ରହି କାମ କରିଆସୁଥିଲେ । ତାଙ୍କ ରୋଜଗାରରେ ବାପା ମା ଓ ଦୁଇ ଭାଇ ଚଳୁଥିଲେ । ହଠାତ ଦୁଇ ବର୍ଷ ପୂର୍ବେ ସୁନୀଲ ଅସୁସ୍ଥ ଅନୁଭବ କରିଥିଲେ ତା ପରେ ନିଜ ସମ୍ବଳ ଅନୁଯାୟୀ କିଛି ମେଡିକାଲରେ ଦେଖାଇ ଥିଲେ ପରେ ପାଖରେ ଥିବା ସମ୍ବଳ ସାରିଯିବା ପରେ ନିଜ ଗାଁ ବେଲଗୁଣ୍ଠା ର ଚଷା ସାହି କୁ ଫେରିଥିଲେ ହେଲେ ପରିବାର ରେ ଅଧିକ ସଦସ୍ୟ କାରଣରୁ ଘରେ ସ୍ଥାନ ନହେବାରୁ ରୁମ ଟିଏ ଭଡା ନେଇ ପିତା ପ୍ରକାଶ ଚନ୍ଦ୍ର ପ୍ରଧାନ ଓ ମା ମିନତୀ ପ୍ରଧାନ ରହୁଛନ୍ତି । ସୁନୀଲ ମଝିଆ ପୁଅ ହୋଇଥିବା ବେଳେ ବଡ଼ପୁଅ ଓ ସାନ ପୁଅ ସାମାନ୍ୟ ମାନସିକ ଅନଗ୍ରସର ଅଟନ୍ତି । ଜଣେ ବୋଲି ଭଲ ପୁଅ ଆଉ ରୋଜଗାରିଆ ଏବେ ରୋଗରେ ପଡିଯିବାରୁ ପରିବାରର ଆର୍ଥିକ ମେରୁଦଣ୍ଡ ଭାଙ୍ଗି ପଡିଛି ।
ପ୍ରତି ମାସରେ ଅକ୍ସିଜେନ ଓ ଔଷଧ ପାଇଁ ପ୍ରାୟ ଦଶ ହଜାର ରୁ ଉର୍ଧ୍ଵ ଟଙ୍କା ଓ ଘରଭଡା ଏବଂ ଅନ୍ୟାନ୍ୟ ପାଇଁ ଦଶ ହଜାର ଟଙ୍କା ଖର୍ଚ୍ଚ ।ପ୍ରତି ମାସରେ ଏତେ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଏବେ ରୋଜଗାର ଆଉ କିଛି ନାହିଁ । ବାଧ୍ୟ ହୋଇ ବଡ଼ ପୁଅ କିଛି ରୋଜଗାର ପାଇଁ ବାହାରକୁ ଯାଇଥିବା ବେଳେ ସାନ ପୁଅ ବେଲଗୁଣ୍ଠାର ଏକ ଦୋକାନରେ କାମ କରିବା ପାଇଁ ଯାଇଛି । ବାପା ଓ ମା ପୁଅର ଯତ୍ନ ନେଉଛନ୍ତି । ଏଭଳି ପରିସ୍ଥିତିରେ ତାଙ୍କ ପାଖରେ ସରକାରଙ୍କ ସ୍ୱାସ୍ଥ୍ୟ କାର୍ଡ କିମ୍ବା ରାସନ କାର୍ଡ ଭଳି କୌଣସି ସୁବିଧା ନାହିଁ । ଯାହା ଫଳରେ ପରିବାର ଟି ଖୁବ କଷ୍ଟ ରେ ଜୀବନ ବିତାଉଛନ୍ତି । ଭେଣ୍ଡିଆ ପୁଅର ଏଭଳି ସେବା କରୁଥିବା କାରଣରୁ ମା ଆଖିର ଲୁହ କୁ ଆଉ ଅଟକାଇ ପାରୁନାହାନ୍ତି । କୌଣସି ବଦାନ୍ୟ ବ୍ୟକ୍ତି କିମ୍ବା ସରକାରଙ୍କ ପକ୍ଷରୁ ତାଙ୍କୁ ସହାୟତା କରିବା ପାଇଁ ପରିବାର ଓ ସାହି ପଡ଼ୋଶୀଙ୍କ ପକ୍ଷରୁ ନିବେଦନ କରାଯାଇଛି । ଏ ସମ୍ପର୍କରେ ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଏସ ରାଜେଶ କୁମାର ପାତ୍ର ଙ୍କୁ ବୁଝିବାରୁ ଏସମ୍ପର୍କରେ ସେ ଖବର ପାଇଛନ୍ତି ଓ ତାଙ୍କୁ କିଛି ଆର୍ଥିକ ସହାୟତା ସହ ତାଙ୍କ ପାଇଁ ରାସନ କାର୍ଡ ଵ୍ୟଵସ୍ଥା କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ।