Saturday, October 10, 2026
Home ଆଞ୍ଚଳିକ ମାଣିକେଶ୍ୱରୀ ଵିଦ୍ୟାପୀଠରେ ଆତ୍ମସୁରକ୍ଷା ତାଲିମ ପ୍ରଦାନ

ମାଣିକେଶ୍ୱରୀ ଵିଦ୍ୟାପୀଠରେ ଆତ୍ମସୁରକ୍ଷା ତାଲିମ ପ୍ରଦାନ

31

କୋଦଳା, ଜାନୁଆରୀ ୧୮ (ଗୁଲସନ୍ କୁମାର କର) ; ଶ୍ରୀ ମାଣିକେଶ୍ୱରୀ ବିଦ୍ୟାପୀଠରେ ମାଧ୍ୟମିକ ବାଳିକା ଆତ୍ମସୁରକ୍ଷା କୌଶଳ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଵିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସନ୍ତୋଷ କୁମାର ରଣହାନ୍ଦୋଳ ସଭାପତିତ୍ୱ କରିଥିଲେ।ଏହା ସହ ଅନ୍ୟ ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ସହଯୋଗ କରିଥିଲେ। ଦଶମ ଶ୍ରେଣୀର ୫୫ଜଣ ବାଳିକା ଓ ନବମ ଶ୍ରେଣୀର ୬୪ଜଣ ବାଳିକା ମାନଙ୍କୁ ନେଇ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ହୋଇଥିଲା। ଆତ୍ମସୁରକ୍ଷା କୌଶଳ ପ୍ରଶିକ୍ଷଣ ଦେବାପାଇଁ ପୂର୍ବରୁ ତାଲିମ ପାଇଥିବା ବିଦ୍ୟାଳୟର ଚାରିଜଣ ବାଳିକା ସନ୍ଧ୍ୟାରାଣୀ ବରଡ଼, ଗିରିଜା ପଲାଇ, ରୋଜାଲିନ ସାହୁ, ଶ୍ରୀନୁ ବରଡ଼ଙ୍କ ମାଧ୍ୟମରେ ତାଲିମ ଦିଆଯାଇଥିଲା। ବିଦ୍ୟାଳୟର କ୍ରୀଡା ଶିକ୍ଷକ ଅଜୟ ସାହୁ ଏହି କାର୍ଯ୍ୟକୁ ପରିଚାଳନା କରିଥିଲେ।