Home ଆଞ୍ଚଳିକ ଷ୍ଟ।ଟ୍ ଆପ ଓଡ଼ିଶା ୨୦୨୩ ତରଫରୁ ଏକ କାର୍ଯ୍ୟକ୍ରମ ରାୟଗଡ଼ା ଜିଲ୍ଲା ଗୁଣପୁର ସହରରେ ଅବସ୍ଥିତ...

ଷ୍ଟ।ଟ୍ ଆପ ଓଡ଼ିଶା ୨୦୨୩ ତରଫରୁ ଏକ କାର୍ଯ୍ୟକ୍ରମ ରାୟଗଡ଼ା ଜିଲ୍ଲା ଗୁଣପୁର ସହରରେ ଅବସ୍ଥିତ ଗୁଣପୁର ମହାବିଦ୍ୟାଳୟରେ ଆଜି ଅନୁଷ୍ଠିତ ହୋଇଯାଇଛି

34

ଗୁଣପୁର,୯/୧୦(ଜିଲ୍ଲା ଖବର) : ଏହି କାର୍ଯ୍ୟକ୍ରମରେ ଚାରିଶହରୁ ଉର୍ଦ୍ଦ ଛାତ୍ର ଓ ଛାତ୍ରୀ ଭାଗ ନେଇଥିଲେ । ସେଥିମଧ୍ୟରୁ ୧୩ ଜଣ ଛାତ୍ର ଓ ଛାତ୍ରୀ ନିଜର ଚିନ୍ତାଧାରାକୁ ପ୍ରକାଶ କରିଥିଲେ ।ଷ୍ଟ।ଟ ଅପ ଓଡ଼ିଶାର ଅଧିକାରି ଶ୍ରୀ ଭବ ତୋଷ ଲେଙ୍କା ଓ ଦିପାର ଶ୍ରୀ ଲକ୍ଷ୍ମୀକାନ୍ତ ଜେନା ଏହାର ଆଭିମୁଖ୍ୟ ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ଶିଳ୍ପ ବିକାଶ ଅଧିକାରୀ ସବ୍ୟସାଚି ସାହୁ ,ଦେବା ଶିଷ ମହାନ୍ତି . ଚିତରଂଜନ ମଲ୍ଲିକ ଓ ସୁନିଲ ପଟ୍ଟନାୟକ ଉପସ୍ଥିତ ରହି ଛାତ୍ର ଓ ଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ମହାବିଦ୍ୟାଳୟର ଅଧକ୍ଷ ଶ୍ରୀ ଯୁକ୍ତ ଶଶୀ ଭୂଷଣ ମହାନ୍ତି ଓଡିଶା ସରକାରଙ୍କ ଏହି ଅଭିନବ ପ୍ରୟାସକୁ ସାଧୁବାଦ ଜଣେଇବା ସହ ଷ୍ଟ।ଟ ଅପ ଓଡ଼ିଶାର କାର୍ଯ୍ୟକର୍ତ୍ତାଙ୍କୁ ଅନ୍ୟବାଦ ଜଣେଇଥିଲେ । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମସ୍ତ ପ୍ରଧ୍ୟାପକ, ଅଧ୍ୟାପକ .ଅଧ୍ୟାପିକା ଓ କର୍ମଚାରୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।