ବିଏଲ୍ଓ ସୁପରଭାଇଜର୍ ଙ୍କ ପକ୍ଷରୁ ନୂତନ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ସ୍ୱାଗତ

10

ବେଲଗୁଣ୍ଠା,୮/୧୦(ଜିଲ୍ଲା ଖବର) : ବେଲଗୁଣ୍ଠା ବ୍ଳକ୍ ରେ ନୂତନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାବେ ଭାରତୀ ଦେବୀ ଦାୟିତ୍ୱ ଗ୍ରହଣ କରିବା ପରେ ବେଲଗୁଣ୍ଠା ବ୍ଳକ୍ ର ବିଏଲ୍ଓ ସୁପରଭାଇଜର୍ ମାନେ ତାଙ୍କୁ ସ୍ୱାଗତ ଜଣାଇଛନ୍ତି I ବିଏଲ୍ଓ ସୁପରଭାଇଜର୍ ବାଳକୃଷ୍ଣ ସାବତଙ୍କ ନେତୃତ୍ୱରେ ସୁବ୍ରତ ପାତ୍ର, ମୃତ୍ୟୁଞ୍ଜୟ ରଥ,ଭାସ୍କର ଗୌଡ଼, ଡମ୍ବରୁ ସାହୁ,ବଲରାଜ୍ ଆୟାଙ୍ଗାର, ସୀତାକାନ୍ତ ତ୍ରୀପାଠି, ବଲ୍ଲଭ ପଣ୍ଡା,ମୋହନ ସେଠୀ ପ୍ରମୁଖ ନୂତନ ବିଡ଼ିଓ ଭାରତୀ ଦେବୀଙ୍କୁ ସାକ୍ଷାତ କରି ପୁଷ୍ପଗୁଚ୍ଛ ପ୍ରଦାନ କରି ତାଙ୍କୁ ସ୍ୱାଗତ କରିଥିଲେ I ସାଧରଣ ନିର୍ବାଚନ ସମୟ ପାଖେଇ ଆସୁଥିବାରୁ ବିଡ଼ିଓ ଭାରତୀ ଦେବୀ ଭୋଟର୍ ସଚେତନତା କାର୍ଯ୍ୟକ୍ରମ,ଭୋଟର୍ ପଞ୍ଜୀକରଣ ଏବଂ ଅନ୍ୟାନ୍ୟ ଭୋଟର୍ ସମ୍ବନ୍ଧୀୟ କାର୍ଯ୍ୟକ୍ରମ ସମ୍ପର୍କରେ ବିଏଲ୍ଓ ସୁପରଭାଇଜର ଏବଂ ଏବିଡିଓ ପୂର୍ଣ୍ଣଚନ୍ଦ୍ର ପାଢୀଙ୍କ ସହ ଆଲୋଚନା କରିଥିଲେ I