
ନୂଆଦିଲ୍ଲୀ,୨୨/୮(ଜିଲ୍ଲା ଖବର ) : ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ୍ଙ୍କୁ ଗିରଫ କରାଯିବା ପରେ ସିବିଆଇ ପକ୍ଷରୁ ପଚରା ଉଚରା କରାଯାଉଛି। ତେବେ ସେ ଏଥିରେ ସହଯୋଗ କରୁ ନ ଥିବା କୁହାଯାଉଛି । ସିବିଆଇ ଅଧିକାରୀଙ୍କ ପ୍ରଶ୍ନରେ ସେ ଓଲଟା ପ୍ରଶ୍ନ ପଚାରୁଛନ୍ତି। ଗୁରୁବାର ପୂର୍ବାହ୍ନ ୮ଟା ଠାରୁ ପଚରାଉଚରା କରାଯାଉଛି। କେତେକ ପ୍ରଶ୍ନରେ ସେ ସିବିଆଇ ଅଧିକାରୀଙ୍କୁ ଆଇନର ଦଫା ସମ୍ପର୍କରେ ଅବଗତ କରାଉଛନ୍ତି । ଫଳରେ ତଦନ୍ତରେ ବାଧା ସୃଷ୍ଟି ହେଉଥିବା ଅଧିକାରୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।



