

ବ୍ରହ୍ମପୁର, ଜାନୁଆରୀ ୧୮ (ରଞ୍ଜନ) ; ଶଶିଭୂଷଣ ରଥ ସରକାରୀ ମହିଳା ମହାବିଦ୍ୟାଳୟରେ ଛାତ୍ର ସାଂସଦର ବାର୍ଷିକ ଉତ୍ସବ କଲେଜ ପରିଷରରେ ମହାସମାରୋହରେ ପାଳିତ ହୋଇଯାଇଛି I ଏଥିରେ କଲେଜ ଛାତ୍ରୀ ସାଂସଦ ସଭାପତି ଜ୍ଞାନମଞ୍ଜୁରୀ ଦାଶଙ୍କ ସଭାପତିତ୍ତ୍ୱରେ ଅନୁଷ୍ଠିତ l ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ସାଂସଦ ଚଦ୍ରଶେଖର ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ନାରୀଶକ୍ତି ମହତ୍ୱକୁ ଉପସ୍ଥିତ ଛାତ୍ରୀଙ୍କୁ ଅବଗତ କରିଥିଲେ l ଏହି ସଭାରେ ସଂମ୍ମାନୀତ ଅତିଥି ଭାବେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ଯୋଗଦେଇ ଶିକ୍ଷାଅନୁଷ୍ଠାନର ବିକାଶ ନିମନ୍ତେ ପ୍ରତିଶୃତି ପ୍ରଧାନ କରିଥିଲେ l ଅନୁଷ୍ଠାନର ଅଧ୍ୟକ୍ଷl ସଂଗୀତ ବାବୁ ସ୍ୱାଗତ ଭାଷଣ ପ୍ରତିପାଦନ କରିଥିଲେ l ଛାତ୍ରୀ ସାଂସଦ ଉପଦେଷ୍ଟା ପ୍ରି. ଲକ୍ଷ୍ମୀପ୍ରସାଦ ନାୟକ ଅତିଥି ପରିଚୟ ପ୍ରଧାନ କରିଥିଲେ l ଏହା ପରେ ବିଭିନ୍ନ ରଙ୍ଗା ରଙ୍ଗ ସଂସ୍କୃତିକ କାର୍ଯ୍ୟକ୍ରମ ସହ ପୁରସ୍କାର ବିତରଣ ଉତ୍ସବ ପାଳନ କରାଯାଇଥିଲା l



