ସ୍ଵଛତା ପାଇଁ ଏକ ଘଣ୍ଟା ଶ୍ରମଦାନ

65

ଗୁଣପୁର,୧/୧୦(ଜିଲ୍ଲା ଖବର) : ରାୟଗଡ଼ା ଜିଲ୍ଲା ଗୁଣପୁର ସହରରେ ଅବସ୍ଥିତ ଗୁଣପୁର ମହାବିଦ୍ୟାଳୟରେ ଆଜି ଜାତୀୟ ସେବା ଯୋଜନା ଆନୁକୁଲ୍ୟରେ
ସ୍ଵେଛାସେବି ମାନଙ୍କ ଦ୍ଵାରା ଏକ ଘଣ୍ଟା ପାଇଁ ଏକ ସ୍ଵଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟ କ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ଶଶୀ ଭୂଷଣ ମହାନ୍ତି ଉପସ୍ଥିତ ରହି ଛାତ୍ର ଛାତ୍ରି ମାନଙ୍କୁ ସ୍ୱଚ୍ଚତାର ଆବଶ୍ୟକତା ସଂପର୍କରେ ନିଜ ଅଭିଭାଷଣ ରଖିଥିଲେ । ଡ୍ ସୂର୍ଯ୍ୟ ନାରାୟଣ ପଣ୍ଡା ସ୍ଵେଚ୍ଛା ସେବିଙ୍କୁ ଉତ୍ସାହିତ କରିବା ସହ ସ୍ଵଛତା ପାଇଁ ଶ୍ରମଦାନର ଆବଶ୍ୟକତା ସଂପର୍କରେ ଆଲୋଚନା କରିଥିଲେ । ସୁଶ୍ରୀ ଲେଖା ଦାସ , ସମୀର କୁମାର ରାଜୁ , ପ୍ରଦୀପ ,ସୃତି ରଂଜନ ,ଜନ ଓ ଅନ୍ୟ ଛାତ୍ର ଛାତ୍ରି ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।