

ପାଟପୁର,୩୦/୯(ଜିଲ୍ଲା ଖବର) : ସାନଖେମୁଣ୍ଡି ବ୍ଲକର ଆଡାପଡା ଗୋଷ୍ଟି ସ୍ୱାତ୍ସ୍ୟକେନ୍ଦ୍ରରେ ମୁଖ୍ୟ ଚିକିତ୍ସାଳୟରେ ଶ୍ରୀ ଡ଼କ୍ଟର ବାହାନ ଦାସ ଓ ଟିଭି ନିରକ୍ଷୀୟକ ଶ୍ରୀ ଶିବଶଙ୍କର ଦାସଙ୍କ ନେତୃତ୍ୱରେ ପାଟପୁର, ଗୌତମୀ, ଡେଙ୍ଗାଉସ୍ତା ଓ ପୋଡାମାରି ଠାରେ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା. ଏଥିରେ ଶୁଭକାମନା ଚାରିଟେବୁଲ ଟ୍ରଷ୍ଟର ଚେଇରମ୍ୟାନ ଓ ନିର୍ଦେଶକ ଶ୍ରୀ ମନୋଜ କୁମାର ରଥଙ୍କ ନେତୃତ୍ୱ ସମ୍ପୂର୍ଣ ଭରପୁର ଥିଲା.ସମାଜ ସେବି ଶ୍ରୀ ଅଶୋକ କୁମାର ବେହେରା, ଉମାଶଙ୍କର ରାଉତ, ପ୍ରଦୀପ କୁମାର ସାହୁ ଓ ଯଗିଲି ସାହୁ ସମେତ ରାଧାଦେଇ ପୁର ସରପଞ୍ଚ ଶ୍ରୀ ଡି ରାକେଶ ପାତ୍ର ଉକ୍ତ ଖାଦ୍ୟ ବଣ୍ଟନ କରିଥିଲେ. ଏକ ସପ୍ତାହ ଧରି ଶ୍ରୀ ଶ୍ରୀ ଭାଗବତ କଥା ପାଟପୁର, ରାଧାଦେଇ ପୁର, ଇରେଣ୍ଡ୍ର, ଦାନ ଆମ୍ବଠା, ସାହସପୁର, ଚୁଡ଼ଙ୍ଗପୁର, ଏସ. ରଘୁନାଥ ପୁର, ଜୁରା, ସାମନ୍ତରାପୁର ଓ ଗଙ୍ଗାପୁର ଯାଇ କିଛି ପୂଜା ସାମଗ୍ରୀ, ଚାଉଳ ଓ ଅର୍ଥ ରାଶି ପ୍ରଦାନ କରିଥିଲେ. ଏ ସମସ୍ତ କଥାକୁ ଗ୍ରାମଵାସି ଏବଂ ବୁଦ୍ଧି ଯିବି ମାନେ ପ୍ରଶଂସା ମଧ୍ୟ କରି ଥିଲେ।




