Home ଆଞ୍ଚଳିକ ଆଞ୍ଚଳିକ ଭାଷାରେ ନିର୍ମିତ ଚଳଚିତ୍ର ଶଳାବୁଡ଼ା ଉଦଘାଟିତ

ଆଞ୍ଚଳିକ ଭାଷାରେ ନିର୍ମିତ ଚଳଚିତ୍ର ଶଳାବୁଡ଼ା ଉଦଘାଟିତ

155

ବଲାଙ୍ଗୀର, ଜାନୁଆରୀ ୧୮ (କେଡି) ; ସମ୍ବଲପୁରୀ ଭାଷାରେ ଚଳଚିତ୍ର ନିର୍ମାଣ କରିବାରେ ସବ୍ୟସାଚୀ ମହାପାତ୍ର ବିଶ୍ୱରେ ଅନ୍ୟାନ୍ୟ ପ୍ରତିଭା ଅଧିକାରୀ ହୋଇଛନ୍ତି । ତାଙ୍କୁ ଯେତେ ପ୍ରଶଂସା କଲେ ମଧ୍ୟ ତାହା କମହେବ ବୋଲି ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର , ସମ୍ବଲପୁରୀ ଭାଷାରେ ନିର୍ମିତ “ଶଳାବୁଡ଼ାର” ପରିମିୟା ସୋକୁ ଉଦଘାଟନ କରିବା ଅବସରରେ ମତ ବ୍ୟକ୍ତ କରିଛନ୍ତି । ପୂର୍ବରୁ ଏହି ଭାଷାରେ ନିର୍ମିତ ଚଳଚିତ୍ର “ଭୁକା ” ଏବଂ ଆଦିମ ବିଚାର ଦର୍ଶକଙ୍କ ଦ୍ୱାରା ଆଦୃତ ହେବ ପରେ “ଶଳାବୁଡ଼ା ” ତୃତୀୟ ଚଳଚିତ୍ର ଭାବେ ପ୍ରଦର୍ଶିତ ହୋଇଛି । ଏହି ଉତ୍ସବରେ ବର୍ଷିଆନ କଳାକାର ଅଟଳ ପଣ୍ଡାଙ୍କ ସହ ଅନ୍ୟ କଳାକାର ମାନଙ୍କୁ ବିଧାୟକ ସାଧୁବାଦ ଜଣାଇଥିଲେ ।