ଡାଲି ଦୁର୍ନୀତିରେ ଲିପ୍ତ କଳଙ୍କିତ ବାଚସ୍ପତିଙ୍କ ଇସ୍ତପା ଦାବୀରେ ବିଜେପିର ବିକ୍ଷୋଭ ପ୍ରଦର୍ଶନ

14

ଭୁବନେଶ୍ୱର,୨୯/୦୯ (ଜିଲ୍ଲା ଖବର) : ଡାଲି ଦୁର୍ନୀତିରେ ଲିପ୍ତ କଳଙ୍କିତ ବାଚସ୍ପତିଙ୍କ ଇସ୍ତପା ଦାବୀରେ ଓ ବିଧାନସଭାରେ ଆକ୍ରୋଶ ମୂଳକ ଭାବେ ଦୁଇଜଣ ବିଜେପି ବିଧାୟକଙ୍କୁ ବହିସ୍କାର ଏବଂ ବିରୋଧୀ ଦଳ ନେତାଙ୍କ ବିରୁଦ୍ଧରେ ଅଶାଳୀନ ମନ୍ତବ୍ୟ ଦେବା ବିରୁଦ୍ଧରେ ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ବିଜେପି ପକ୍ଷରୁ ମାଷ୍ଟରକ୍ୟାଣ୍ଟିନ ଛକରେ ଅଭିନବ ଢଙ୍ଗରେ ଲୋକଙ୍କୁ ଡାଲି ବାଣ୍ଟିବାସହ ମୁଖ୍ୟମନ୍ତ୍ରୀ , ପୂର୍ବତନ ମନ୍ତ୍ରୀ ଅରୁଣ ସାହୁ,ବାଚସ୍ପତିଙ୍କ କୁଷପୁତ୍ତଳିକା ଦାହକରି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।ଓଡ଼ିଶାରୁ ଲୋକ ମତ ହରାଇବା ଦେଖି ବିଳି ବିଳାଉଛି ବିଜୁ ଜନତା ଦଳ । ଓଡ଼ିଶାର ସବୁଠାରୁ ବଡ଼ ଦୁର୍ନୀତି ହେଉଛି ଡାଲି ଦୁର୍ନୀତି ଯେଉଁଥିରେ କି ଖୋଦ୍ ବିଭାଗର ମନ୍ତ୍ରୀ ତଥା ବର୍ତ୍ତମାନର ବାଚସ୍ପତି ଇସ୍ତପା ଦେଇଥିଲେ। ହେଲେ ଡାଲି ଖାଇଲେ ଚଳିବ, ଡାଲି ଦୁର୍ନୀତି କଲେ ଚଳିବ କିନ୍ତୁ ଡାଲି ଦେଖିଲେ ଭୟଭୀତ ହେଉଛନ୍ତି ବାଚସ୍ପତି । “ ଡାଲି ଦୁର୍ନୀତି” କହିଲେ କି ଡାଲି ଦେଖିଲେ ଆଜି ଶାସକ ଦଳର ମନ୍ତ୍ରୀ, ବିଧାୟକ ଏବଂ ନେତାଙ୍କୁ ଭୟ ଲାଗୁଛି। ତେଣୁ ଡାଲି ଦୁର୍ନୀତିରେ ଲିପ୍ତ କଳଙ୍କିତ ବାଚସ୍ପତିଙ୍କ ଇସ୍ତପା ଆମେ ଦାବି କରୁଛୁ କାରଣ ଏତେବଡ଼ ଶାମ୍ଭିଧାନିକ ପଦବୀରେ କିଭଳି ଦୁର୍ନୀତି ରେ ଲିପ୍ତ ହୋଇ ଇସ୍ତପା ଦେଇଥିବା ମନ୍ତ୍ରୀ ମହୋଦୟା ଙ୍କୁ ବସା ଗଲା।ତେଣୁ ଖାଲି ଶାସକ ଦଳ ଭୟଭିତ ହୋଇ ଚିତ୍କାର କରୁଛନ୍ତି ବୋଲି ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ବିଜେପି ସଭାପତି ବାବୁ ସିଂ କହିଛନ୍ତି। ଶ୍ରୀ ସିଂ କହିଛନ୍ତି ଯେ, “ଡାଲି” ଦେଖିକି ବାଚସ୍ପତି ମହୋଦୟା ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଓ ବିଧାୟକ ଡ.ମୁକେଶ ମହାଲିଙ୍ଗଙ୍କୁ ପବିତ୍ର ବିଧାନସଭାରୁ ନିଲମ୍ବିତ କରିଛନ୍ତି, ଏହା ଆଜି ପଯ୍ୟନ୍ତ ଓଡ଼ିଶା ବିଧନସଭାରେ ଏକ ବିରଳ ଘଟଣା । ଓଡ଼ିଶାରେ ଏକ ନମ୍ବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୋଲି ଶାସକ ଦଳର ନେତାମାନେ ଡିଣ୍ଡିମ ପିଟୁଛନ୍ତି, ତାହାଲେ ବିରୋଧୀ ଦଳ ପ୍ରଶ୍ନରେ ଉତର ନଦେଇ କାହିଁକି ପଳାୟନ କରୁଛନ୍ତି? ଡାଲି ଦୁର୍ନୀତି କଥା କହିଲେ ଶାସକ ଦଳ ବିଳିବିଳାଉଛି ଏବଂ ବିରୋଧୀ ଦଳର ବିଧାୟକଙ୍କ ପ୍ରତି ଆକ୍ରୋଶମୁଳକ ବ୍ୟବହାର କରୁଛନ୍ତି । ବିରୋଧୀ ଦଳ ନେତାମାନଙ୍କୁ ବାରମ୍ବାର ଅସମ୍ମାନ କରୁଛନ୍ତି ଶାସକ ଦଳ । ଶାସକ ଦଳ କୌଣସି ପ୍ରସଙ୍ଗ ଉଠାଇଲେ ସ୍ୱାଧିକାର ଭଙ୍ଗ ନାଁରେ ବିଭିନ୍ନ ବିଶୃଙ୍ଖଳା କରି ବିରୋଧୀ ଦଳ ନେତାଙ୍କୁ ପାଗଳ ଓ ତାଙ୍କ ବକ୍ତବ୍ୟକୁ ପ୍ରଳାପ ବୋଲି କହୁଛନ୍ତି । ବିରୋଧୀ ଦଳ ନେତାଙ୍କ ପ୍ରତି ଆକ୍ରୋଶମୂଳକ ବ୍ୟବହାର ଓ ଆଚରଣ ପ୍ରଦର୍ଶନ କରୁଛନ୍ତି ଶାସକ ବିଜେଡି ଦଳ । ବାଚସ୍ପତି ଜଣେ ଜଜ୍‌ଙ୍କ ଭଳି ଏବଂ ସେ ନିରପେକ୍ଷତା ଅବଲମ୍ବନ କରିବା ଉଚିତ୍ । କିନ୍ତୁ ଦୁର୍ଭାଗ୍ୟର ବିଷୟ ବର୍ତମାନର ବାଚସ୍ପତି ନିରପେକ୍ଷ ନୁହଁନ୍ତି । ବିଧାନସଭାରେ “ଡାଲି”ଦେଖି ବିଚଳିତ ହେଉଛନ୍ତି ବାଚସ୍ପତି । ଡାଲି କିଣାରେ ଦୁର୍ନୀତି, ଅନିୟମିତତା ପାଇଁ ୨୦୧୧ରେ ତାଙ୍କର ମନ୍ତ୍ରୀପଦ ଚାଲିଯାଇଥିଲା । ଆଜି ସେହି ଡାଲି ଦେଖି ଦୁଇ ଜଣ ବିଜେପି ବିଧାୟକଙ୍କୁ ସସ୍‌ପେଣ୍ଡ କରିଦେଇଛନ୍ତି । ଯଦି ଡାଲିକୁ ଏତେ ଡର, ତାହେଲେ ବାଚସ୍ପତି ଏବଂ ଶାସକ ବଜେଡିର ନେତା ଓ ମନ୍ତ୍ରୀ ଡାଲି ଖାଇବା ଛାଡିଦିଅନ୍ତୁ ବୋଲି ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ସଭାପତି ବାବୁ ସିଂ କହିଥିଲେ। ଓଡ଼ିଶା ରେ ଏଠି ଅନ୍ଧାରୀ ଶାସନ ଚାଲିଛି ଏଠି ଶାସକ ସାଜିଛି ଦୁର୍ନୀତିର ଗନ୍ତା ଘର। ଦୀପ ଲିଭିଲା ବେଳକୁ ଯେମିତି ଯୋରେ ଜଳେ ସେମିତି ବିଜୁ ଜନତା ଦଳ ଓଡ଼ିଶାରୁ ନିଜର ଅସ୍ତିତ୍ବ ହରାଇବା ସମୟରେ ଏଭଳି ଅଗଣତାନ୍ତ୍ରିକ କାର୍ଯ୍ୟ କରିଚାଲିଛି।ଅନ୍ୟ ପଟେ ବିଭିନ୍ନ ଅଭିଯୋଗରେ ସଂପୃକ୍ତ ଥିବା ଶାସକ ବିଜେଡି ଦଳର ଦୋଷୀ ଓ ଆରୋପୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଏତେ ଅନୁକମ୍ପା କାହିଁକି ବୋଲି ରାଜ୍ୟ ପ୍ରବକ୍ତା ଦିଲ୍ଲୀପ ମହାନ୍ତି କହିଛନ୍ତି। ରାଜ୍ୟରେ ପ୍ରକୃତରେ ଶାସନ କିଏ କରୁଛି ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ କିଏ ବୋଲି ଓଡ଼ିଶା ବାସୀ ପ୍ରଶ୍ନ କଲେଣି। ଅଣ ଓଡ଼ିଆ ଅଫିସର୍ ଏଠି ତାମିଲ ଶାସନ ଚଲେଇଛନ୍ତି। ଏକଛତ୍ରବାଦି ଶାସନ ରେ ଓଡ଼ିଶାର ଗଣତନ୍ତ୍ର ଆଜି ନିଜର ଅସ୍ତିତ୍ବ ହରାଇଛି ବୋଲି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ କହିଛନ୍ତି।
ଆଜିର ଏହି ବିକ୍ଷୋଭ ପ୍ରଦର୍ଶନ ରେ ବିଜେପି ନେତା ହିମାଂଶୁ ଶେଖର ଛୋଟରାୟ, ରାମଚନ୍ଦ୍ର ରଣସିଂ ଦିଲ୍ଲୀପ ବେହେରା, ରାଜେନ୍ଦ୍ର ଦାସ,ଉପେନ୍ଦ୍ର ଭଞ୍ଜ, ସ୍ଵଂୟ ସେବକ ରାୟ, ସଶିପ୍ରପା ରଥ,ଲିପା ଦାସ, ନିରଞ୍ଜନ ରାଉତରାୟ, ମାନସୀ ରାୟ, ସୁଭାଷିନୀ ପୃଷ୍ଟି,ତୃପ୍ତିମଇ ମକଦ୍ଦମ, ବିଜୟ କୁମାର ରାଉତ, ଜିତେନ୍ଦ୍ର ମହାନ୍ତି, ଅଞ୍ଜନ ନାଥ, ବନ୍ଦନା କାନୁନଗୋ,ଉନ୍ନତି ପରିଡ଼ା, ସୁନିଲ ପ୍ରଧାନ, ମନୋଜ ପଶ୍ଚିମକବାଟ,ବିନ୍ଦୁଲତା ବଳିୟାରସିଂ, ତୁଳସୀ ବିଶୋଇ, ପ୍ରତୀକ୍ଷା ମହାପାତ୍ର,ଆଶିଷ ମହାପାତ୍ର, ରଜନୀ ବାଳା ଦାସ, ସୁଚିସ୍ମିତା ପାତ୍ର, ଅନୁପମା ଜେନା,ଜୟା ମଲ୍ଲିକ, ସ୍ମିତା ରାୟ, ଗୀତାରାଣୀ ବେହେରା, ସସ୍ମିତା ପରିଡ଼ା,ରୋନା ମିଶ୍ର, ନନ୍ଦିନୀ ବେହେରା,ନିବେଦିତା ରଥ ପ୍ରମୁଖ ଉପସ୍ଥିତ ଥିଲେ।