Thursday, October 15, 2026
Home ଆଞ୍ଚଳିକ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସହାୟତା ଯୋଜନାରେ ଆସିକା ବିଜ୍ଞାନ ମହାବିଦ୍ୟାଳୟକୁ ଦୁଇ କୋଟି ପଚିସି ଲକ୍ଷ

ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସହାୟତା ଯୋଜନାରେ ଆସିକା ବିଜ୍ଞାନ ମହାବିଦ୍ୟାଳୟକୁ ଦୁଇ କୋଟି ପଚିସି ଲକ୍ଷ

43

ଆସିକା,୨୯/୯ (ଜିଲ୍ଲା ଖବର) : ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବତନ୍ତ୍ର ଯୋଜନା ତରଫରୁ ଆସିକା ବିଜ୍ଞାନ ମହାବିଦ୍ୟାଳୟକୁ ଦୁଇ କୋଟି ପଚିସି ଲକ୍ଷ ଟଙ୍କାର ସହାୟତାକୁ ଆସିକା ବ୍ଳକ ଗୋଷ୍ଠି ଉନ୍ନୟନ ଅଧିକାରୀ ଫକିର ଚରଣ ପରିଡ଼ା ତଥା ସହକାରୀ ଯନ୍ତ୍ରୀ ଅଶୋକ କୁମାର ଶତପଥି ଏବଂ ଆସିକା ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଜୀବାନନ୍ଦ ତ୍ରିପାଠୀଙ୍କ ସଭାପତିତ୍ବରେ ବୈଠକରେ ମିଳିତରୂପେ ଲୋକାର୍ପଣ କରାଯାଇଥିଲା। ଏହି ସଂପୂର୍ଣ୍ଣ ଧନରାଶିରୁ ଏକ କୋଟି ପଚ଼ିସି ଲକ୍ଷ ଆସିକା ବିଜ୍ଞାନ ମହାବିଦ୍ୟାଳୟ (ଡିଗ୍ରୀ କଲେଜ)କୁ ଏବଂ ଏକ କୋଟି ଆସିକା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (ଜୁନିୟର କଲେଜ) କୁ ମଞ୍ଜୁରୀ କରାଯାଇଛି ବୋଲି ଘୋଷଣା କରାଯାଇଛି। ଏହି ଅର୍ଥର ସହାୟତାରେ ଫାଇବ୍-ଟି ଯୋଜନା ମୁତାବକ ଉକ୍ତ ମହାବିଦ୍ୟାଳୟ ତଥା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବିଭିନ୍ନ ପ୍ରକାରର ଗଠନମୂଳକ ରୂପାନ୍ତରିତ କାର୍ଯ୍ୟ ସାଧିତ ହୋଇପାରିବ ବୋଲି ବିଡିଓ କହିଛନ୍ତି। ସ୍ମାର୍ଟ କ୍ଳାସରୂମ୍, ବାଳକ ବାଳିକାଙ୍କ ପାଇଁ ନୂତନ ଟୟଲେଟ୍ ଗୃହ ନିର୍ମାଣ, ଖେଳ ପଡିଆର ନବୀକରଣ, ପୁରୁଣା କୋଠା ସ୍ଳାବର ପୁନର୍ଦ୍ଧାର ଓ ରୂପାନ୍ତରିକରଣ, ଡିଜିଟାଲ୍ ଲାଇବ୍ରେରୀ, ନୂତନ କୋଠା ନିର୍ମାଣ, କାନ୍ଥ ରଙ୍ଗକରିବା ଆଦିର କାର୍ଯ୍ୟପନ୍ଥାଗୁଡିକୁ ତ୍ବରାନ୍ବିତ କରାଯିବା ପାଇଁ ଦୃଢୋକ୍ତି ରଖିଥିଲେ। ମହାବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଅବସର ପ୍ରାପ୍ତ ପ୍ରଫେସର ପ୍ରସନ୍ନ କୁମାର ପ୍ରଧାନ ସରକାରଙ୍କ ଏହି ଅନୁଦାନକୁ ସାଧୁବାଦ ଜଣାଇଥିଲେ। ଫାଇବ୍-ଟିର ଅନୁରୂପ ଯୋଜନା ମୁତାବକ ସମସ୍ତ କାର୍ଯ୍ୟକୁ ପର୍ଯ୍ୟାୟକ୍ରମେ କରିପାରିଲେ ଓଡିଶା ସରକାର ପୁନଶ୍ଚ ଦ୍ବିତୀୟ ପର୍ଯ୍ୟାୟରେ ମଧ୍ୟ ଧନରାଶି ଯୋଗାଇ ଦେବାକୁ ପ୍ରତିଶୃତି ଦେଇଛନ୍ତି ବୋଲି ବୈଠକରେ ଘୋଷଣା କରାଯାଇଥିଲା। ଫାଇବ୍-ଟି ମାଧ୍ୟମରେ ଓଡ଼ିଶାକୁ ଏକ ନମ୍ବର ରାଜ୍ୟରେ ପରିଣତ କରିବା ପାଇଁ ନବୀନ ସରକାରଙ୍କ ଏହା ଅଭିନବ ଯୋଜନା ଅଟେ ବୋଲି ଅଧ୍ୟକ୍ଷ ଡ. ତ୍ରିପାଠୀ ମତ ପ୍ରଦାନ କରିଥିଲେ ଏବଂ ଏଥିରେ ଫାଇବ୍- ଟିର ଲକ୍ଷକୁ ଚ଼ରିତାର୍ଥ କରିବା ପାଇଁ ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଆହ୍ବାନ କରିଥିଲେ। ଆସିକା ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ, କର୍ମଚାରୀ ତଥା ସମସ୍ତ ଛାତ୍ରଛାତ୍ରୀଙ୍କ ତରଫରୁ ପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ବିନମ୍ର କୃତଜ୍ଞତା ଜ୍ଞାପନ କରାଯାଇଥିଲା। ସହାୟକ ପ୍ରଶାସନିକ ଅଧିକାରୀ ଡ. ଅଭୟ କୁମାର ପରିଚ୍ଛା ପଟ୍ଟନାୟକ କହିଥିଲେ, ଓଡିଶାର ଫାଇବ୍-ଟି ଯୋଜନା କେବଳ ଓଡ଼ିଶାରେ ନୁହେଁ ବିଶ୍ବରେ ଆନ୍ଦୋଳନ ସୃଷ୍ଟି କରିଛ ଏବଂ ସେ ପରିଶେଷେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।