ଧରାକୋଟ ବଜାର ରାସ୍ତା ନିର୍ମାଣ ପାଇଁ ବୈଠକ

23

ଧରାକୋଟ,୨୫/୯ : ସଂପ୍ରତି ଭଞ୍ଜନଗର ପୂର୍ତ୍ତ ବିଭାଗ ତରଫରୁ ଜାନବିଲି ଧରାକୋଟ ନିର୍ମାଣ ଚାଲିଛି । ଏହି ପାଞ୍ଚ କିମି ରାସ୍ତାର ଧରାକୋଟ କୁ ବାଦ ଦେଲେ ଉଭୟ ପଟର ନିର୍ମାଣ କାର୍ୟ୍ୟ ପ୍ରାୟ ଶେଷ ହୋଇଥିବା ବେଳେ କେବଳ ଗାଁ ଆରମ୍ଭରୁ ବଜାର ଓ ମେଡିକାଲ ପର୍ୟ୍ୟନ୍ତ ନିର୍ମାଣ ହୋଇନାହିଁ । ନିର୍ମାଣ କାର୍ୟ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଆଜି ତହସିଲ କାର୍ୟ୍ୟାଳୟ ରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ତହସିଲଦାର କବିରାଜ ପ୍ରଧାନ, ପୂର୍ତ୍ତ ବିଭାଗର କନିଷ୍ଠ ଯନ୍ତ୍ରୀ ଚିରଞ୍ଜିବୀ ସାହୁ,ବଣିକ ସଂଘ ସଭାପତି ଗଣେଶ ପାତ୍ର, ବରିଷ୍ଠ ନାଗରିକ ସୁନିଲ କୁମାର ଗୌଡ଼, ପ୍ରଫୁଲ୍ଲ ପାଣିଗ୍ରାହୀ, ଗୋଲକ ବିହାରୀ ସାହୁ,ବିପିନ ବିହାରୀ ଦାସ ଙ୍କ ସମେତ ଗାଁ ଲୋକେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।ଏହା ମଧ୍ୟରେ ତହସିଲ ଓ ପୂର୍ତ୍ତ ବିଭାଗ ତରଫରୁ ଜବରଦଖଲ ଚିହ୍ନଟ କରାଯିବା ପରେ ଏହାକୁ ହଟା ଯିବାକୁ ଲୋକ ମାନଙ୍କୁ ସେପ୍ଟେମ୍ବର ଏକ ତାରିଖ ପର୍ୟ୍ୟନ୍ତ ସମୟ ସୀମା ଦିଆଯାଇଥିଲା । ଯାହା ଶେଷ ହୋଇଯାଇଛି । ସଂପ୍ରତି ଆଗକୁ ପାର୍ବଣ ଋତୁ ଆସୁଥିବାରୁ ବଜାର ଭିତର ନିର୍ମାଣ କାର୍ୟ୍ୟ ଆରମ୍ଭ କଲେ ବ୍ୟବସାୟ ପ୍ରତିଷ୍ଠାନ ଗୁଡିକ ଅସୁବିଧା ର ସମ୍ମୁଖୀନ ହେବାର ଆଶଙ୍କା ଥିବାରୁ ଏହାକୁ ସ୍ଥଗିତ ରଖି ଜଗନ୍ନାଥ ମନ୍ଦିରର ଉତ୍ତର ଦ୍ଵାର ଠାରୁ ମେଡିକାଲ ପର୍ୟ୍ୟନ୍ତ ଡ୍ରେନ, କଳ୍ଭର୍ଟ ଓ ରାସ୍ତା ଯୁଦ୍ଧକାଳୀନ ଭିତ୍ତିରେ ନିର୍ମାଣ ପାଇଁ ଆଲୋଚନା ହୋଇ ନିଷ୍ପତି ଗ୍ରହଣ କରାଯାଇଥିଲା ।