ଗାୟତ୍ରୀ ଫାର୍ମାସି ମହାବିଦ୍ୟାଳୟରେ ବିଶ୍ବ ଫାର୍ମାସିଷ୍ଟ ଦିବସ ପାଳିତ

10

ଗୁଣପୁର,୨୫/୯ : ଗୁଣପୁର ସ୍ଥିତ ଗାୟତ୍ରୀ ଫାର୍ମାସି ମହାବିଦ୍ୟାଳୟରେ ବିଶ୍ବ ଫାର୍ମାସିଷ୍ଟ ଦିବସ ପାଳିତ ହୋଇଯାଇଛି । ପ୍ରତିବର୍ଷ ସାରା ବିଶ୍ବରେ ସେପ୍ଟେମ୍ବର ମାସ ୨୫ ତାରିଖ ଦିନକୁ ବିଶ୍ବ ଫାର୍ମାସିଷ୍ଟ ଦିବସ ରୁପେ ପାଳନ କରାଯାଏ । ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀଯୁକ୍ତ ଡଃ.ପ୍ରକାଶ ଚନ୍ଦ୍ର ସେନାପତିଙ୍କ ଅଧ୍ୟକ୍ଷତାରେ ଏହି କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ମହାବିଦ୍ୟାଳୟର ଚେୟାରମ୍ୟାନ ଶ୍ରୀଯୁକ୍ତ ଅକ୍ଷୟ ଦାସ ମୁଖ୍ୟ ଅତିଥିରୁପେ ଯୋଗଦେଇଥିଲେ । ଉପାଧ୍ୟକ୍ଷ ଡଃ.କାହ୍ନୁଚରଣ ପାଣିଗ୍ରାହୀ,ଅଧ୍ୟାପକ ଜଗଦିଶ ଖୁଣ୍ଟିଆ, ପ୍ରଶାସନିକ ଅଧିକାରୀ ପି.ଭି.କୋଟେଶ୍ୱର ରାଓ ପ୍ରମୁଖ ମଞ୍ଚାସୀନ ଥିଲେ । ଫାର୍ମାସିଷ୍ଟ ମାନଙ୍କ କାର୍ୟ୍ୟ ଓ ସମାଜ ପାଇଁ ସେମାନଙ୍କ ଅବଦାନ ବିଷୟରେ ଅଧ୍ୟକ୍ଷ ଛାତ୍ରଛାତ୍ରୀମାନଙ୍କୁ ନିଜ ଅଭିଭାଷଣରେ କହିଥିଲେ । ସେହିପରି ଅଙ୍ଗଦାନ ଏକ ମହାନ କାମ ଓ ଏହାଦ୍ବାରା କିପରି ଅନ୍ୟଙ୍କ ଜୀବନ ରକ୍ଷା କରାଯାଇପାରିବ ବୋଲି ଚେୟାରମ୍ୟାନ ନିଜ ବକ୍ତବ୍ୟରେ କହିଥିଲେ ।


ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ପ୍ରଥମେ ଏକ ରାଲିରେ ବାହାରି ସ୍ଲୋଗାନ ମାଧ୍ୟମରେ ଅଙ୍ଗ ଦାନ ଏକ ମହତ୍ ଦାନ ବୋଲି କହି ଲୋକଙ୍କୁ ଅଙ୍ଗଦାନ କରିବାପାଇଁ ବୁଝାଇଥିଲେ ।ଏହି ଅବସରରେ
ମହାବିଦ୍ୟାଳୟ ପରିସରରେ ଔଷଧିୟ ବୃକ୍ଷରୋପଣ କରାଯାଇଥିଲା । ମହାବିଦ୍ୟାଳୟର ପରିଚାଳନା ନିର୍ଦ୍ଦେଶକ ଶ୍ରୀଯୁକ୍ତ ସଞ୍ଜୟ ସାହୁ ଲୋକଙ୍କ ସେବା ମନୋବୃତ୍ତି ନେଇ ଫାର୍ମାସିଷ୍ଟ କାମ କରିବାକୁ ନିଜ ବାର୍ତ୍ତା ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ କହିଥିଲେ । ଏହି କାର୍ୟ୍ୟକ୍ରମକୁ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ମାନେ ସହଯୋଗ କରିଥିଲେ ।