Monday, October 12, 2026
Home ଆଞ୍ଚଳିକ ଫିଟ ଇଣ୍ଡିଆ ଶଙ୍ଖମ କେମ୍ପାଇନ ସାଇକେଲ ରାଲି

ଫିଟ ଇଣ୍ଡିଆ ଶଙ୍ଖମ କେମ୍ପାଇନ ସାଇକେଲ ରାଲି

42


ଶେରଗଡ (ଜିଲ୍ଲା ଖବର) : 18/01/2020 ଦିନ ନେହୁରୁ ଯୁବକେନ୍ଦ୍ର, ବ୍ରହ୍ମପୁର ଓ ଟ୍ରୀ ଫାଉଣ୍ଡେସନ,ଶେରଗଡ଼ର ମିଳିତ ଆନୁକୂଲ୍ୟରେ “ଫିଟ ଇଣ୍ଡିଆ” କାମ୍ପେଇନ ଶଖମ ସାଇକେଲ ରାଲି-2020 ଅନୁଷ୍ଠିତ ହୋଇଯାଇଛି। ବହୁ ଯୁବବର୍ଗଙ୍କ ଉପସ୍ଥିତରେ ବ୍ଲକ କାର୍ଯ୍ୟାଳୟରୁ ପତାକା ଦେଖାଇ ବିଡିଓ ଶ୍ରୀ ସୁରଞ୍ଜନ ସାହୁ ଓ ଶେରଗଡ଼ କୋର୍ଟର ବିଚାରପତି ଶ୍ରୀମତୀ ରେଖାରଣୀ ନାୟକ ଶୁଭାରମ୍ଭ କରିଥିଲେ ଏବଂ ଏହା ୩କିମି ପର୍ଯ୍ୟନ୍ତ ସଚେତନତା ବାର୍ତା ଦେଇଥିଲା l ଏଥିରେ ବିଜୁ ପଟ୍ଟନାୟକ କଲେଜର ଅଧକ୍ଷ ଗୌରହରି ବିଷୋୟୀ,ବରିଷ୍ଠ ଆଇନଜୀବୀ ରଘୁ ଭାଇ ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ l ଏହାକୁ ଟ୍ରୀ ଫାଉଣ୍ଡେସନ ର ସମ୍ପାଦକ ତଥା ଜାତୀୟ ଯୁବ ସ୍ବେଛାସେବୀ ନିରାକାର ବିଷୋୟୀ, ଦୀପ୍ତିମୟୀ ମଲିକ,କେଶବ କୁମାର ଡାକୁଆ,ଵାପିନୀ ପଣ୍ଡା ଏବଂ ବରିଷ୍ଠ ସାମ୍ବାଦିକ ସୁବ୍ରତ ପଣ୍ଡା ପ୍ରମୁଖଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ପରିଚାଳନା ହୋଇଥିବା।