ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ସଫେଇ କର୍ମଚାରୀ ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ

39

ଆସିକା,୨୦/୯(ଜିଲ୍ଲା ଖବର) : ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଲୋକନାଥ ବେଜଙ୍କ ସଂଯୋଜନା ଓ ଅଧ୍ୟକ୍ଷା ଶ୍ରୀମତୀ ବିନେତା ସ୍ୱାଇଁ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇ ଥିଲା ଏହି ଅବସରରେ ସଫେଇ କର୍ମଚାରୀ ମାନଙ୍କ ପାଇଁ ସ୍ବାସ୍ଥ୍ୟ ମିତ୍ର ସହାୟକ ଶିବିର ଆୟୋଜନ କରାଯାଇଥିଲା

ପରେ ସଫେଇ କର୍ମଚାରୀ ମାନଙ୍କୁ ନେଇ ସ୍ବଚ୍ଛ ଚର୍ଚ୍ଚା ଦିବସ ପାଳନ ହୋଇଥିଲା ଏବଂ ସ୍ୱଚ୍ଛତା ପ୍ଲେଡଜ ମାଧ୍ୟମରେ ବିଭିନ୍ନ ଉପଦେଶ ଦିଆ ଯାଇଥିଲା ଶେଷରେ ଉପସ୍ଥିତ କର୍ମଚାରୀ ମାନଙ୍କୁ ବଡ଼ା ଖନା ଜରିଆରେ ମଧ୍ୟାହ୍ନ ଭୋଜନ ଦିଆ ଯାଇଥିଲା ଅନ୍ୟ ଏକ କାର୍ଯ୍ୟ କ୍ରମରେ FSTP ବାବନପୁର ଠାରେ ବୃକ୍ଷ ରୋପଣ କରାଯାଇ 5t ତଥା ଗୃହ ଓ ନଗର ଉନ୍ନୟନ ବିଭାଗ ଦ୍ଵାରା ଅଧ୍ୟକ୍ଷା ଶ୍ରୀମତୀ ବିନେତା ସ୍ବାଇଁ ଓ ଉପସ୍ଥିତ କାଉନସିଲର ମାନଙ୍କୁ ଉପଢୌକନ ସହ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା ଉକ୍ତ ଉତ୍ସବରେ ଆସିକା ସାଂସଦ ପ୍ରତିନିଧି ଶ୍ରୀ ସତ୍ୟନାରାୟଣ ସ୍ବାଇଁଙ୍କ ସମେତ ବହୁ କାଉନସିଲର ଓ ଏନ ଏ ସି ର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।