ତେର ଫୁଟ ଲମ୍ବର ବିଷ ଧର କିଙ୍ଗକୋବ୍ରା ଉଦ୍ଧାର

37

ପାତ୍ରପୁର, ୧୯/୯(ଜିଲ୍ଲା ଖବର) : ପାତ୍ରପୁର ବ୍ଳକ ଅନ୍ତର୍ଗତ ନୁଆପେଣ୍ଠ ଗ୍ରାମର ସୁଶାନ୍ତ କୁମାର ଦୋରାଙ୍କ ହାର୍ଡୱେର ଦୋକାନ ପଛପଟୁ ଆଜି ଏକ ୧୩ ଫୁଟ ୬ଇଞ୍ଚ ଲମ୍ବର ଏକ କିଙ୍ଗ କୋବ୍ରା ସାପକୁ ସ୍ନେକ ହେଲ୍ପ ଲାଇନ ଦ୍ୱାରା ଉଦ୍ଧାର କରାଯାଇଛି । ସୂଚନା ଅନୁସାରେ ନୂଆପେଣ୍ଠ ଗ୍ରାମରେ ହାର୍ଡୱେର ଦୋକାନ ପଛପଟେ ଥିବା ସାପଟି ଖାଦ୍ୟ ସନ୍ଧାନରେ ପ୍ରବେଶ କରିଥିଲା । ଦୋକାନ ମାଲିକ ସୁଶାନ୍ତ କୁମାର ଦୋରା ସାପଟିକୁ ଦେଖି ଭୟଭୀତ ହୋଇଯାଇଥିଲେ । ସଙ୍ଗେ ସଙ୍ଗେ ସ୍ନେକ ହେଲ୍ପ ଲାଇନକୁ ଖବର ଦେଇଥିଲେ । ସୂଚନା ପାଇ ସ୍ନେକ ହେଲ୍ପ ଲାଇନର ସଦସ୍ୟ ରାମଚନ୍ଦ୍ର ସାହୁ ଏବଂ ତାଙ୍କ ସହଯୋଗୀ ରଞ୍ଜିତ ରଣା ଓ ଜଗନ୍ନାଥ ସାହୁ ଘଟଣା ସ୍ଥଳରେ ପହଞ୍ଚି ସାପଟିକୁ ଉଦ୍ଧାର କରିଥିଲେ ଏବଂ ପରେ ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧିକାରୀଙ୍କୁ ଅବଗତ କରାଇ ନିକଟସ୍ଥ ଜଙ୍ଗଲରେ ଛାଡ଼ିଥିଲେ ।