ଧରାକୋଟ ତାଲକା ସ୍ତରୀୟ ବିଶ୍ଵକର୍ମା ପୂଜା ଓ ସାଧାରଣ ସଭା

51

ଧରାକୋଟ,୧୭/୯(ଜିଲ୍ଳା ଖବର) : ଧରାକୋଟ ବ୍ଲକର ମୁଣ୍ଡମରାଇ ନିକଟସ୍ଥ ହିରାଖଣ୍ଡି ସ୍ଥିତ ସ୍ଥାୟୀ ବିଶ୍ଵକର୍ମା ମନ୍ଦିର ପୀଠରେ ଧରାକୋଟ ତାଲୁକା ସ୍ତରୀୟ ବଢେଇ ସମାଜ ର 45 ତମ ପୂଜା ଓ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି। ତାଲୁକା ସଭାପତି ତାରିଣୀ ଚରଣ ମହାରଣା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବରେ କେନ୍ଦ୍ର କମିଟି ସଭାପତି ସନ୍ତୋଷ ମହାରଣା, ସମ୍ମାନିତ ଅତିଥି ଭାବରେ ଧରାକୋଟ ତାଲୁକା ରାଜଶ୍ରୀ ଦୟାନିଧି ମହାରଣା , ସୋରଡା ତାଲୁକା ସଭାପତି ସନ୍ତୋଷ ମହାରଣା, ସମ୍ପାଦକ ନୀଳମାଧବ ମହାରଣା,ବାବାନାଥ ମହାରଣା, ତାରା ପ୍ରସାଦ ମହାରଣା, ଅଶୋକ କୁମାର ମହାରଣା, ଶିବରାମ ମହାରଣା,ବିନାୟକ ମହାରଣା, ପ୍ରମୁଖ କେନ୍ଦ୍ର କମିଟି ଓ ବିଭିନ୍ନ ତାଲୁକା ରୁ ଅତିଥି ଭାବରେ ଯୋଗଦେଇ କୂଳ ସମାଜର ଆବଶ୍ୟକତା ଓ ସମାଜ ପାଇଁ ଅବଦାନ ସମ୍ପର୍କରେ ମତ ରଖିଥିଲେ । ସମ୍ପାଦକ ହାଡୁ ବନ୍ଧୁ ମହାରଣା ସଂପାଦକୀୟ ବିବରଣୀ ପାଠ କରିବା ସହ ବାର୍ଷିକ ଆୟ ବ୍ୟୟ ହିସାବ ଉପସ୍ଥାପନ କରିଥିଲେ । ଏହି ଅବସରରେ କୁଶଳୀ କାରିଗର ମାନଙ୍କ ଭତ୍ତା ବୃଦ୍ଧି, ସରକାର ଙ୍କ ତରଫରୁ ସ୍ଵତନ୍ତ୍ର ପରିଚୟ ପତ୍ର ପ୍ରଦାନ, ରିହାତି ଦରରେ କାଠ କ୍ରୟର ବ୍ୟବସ୍ଥା,ନିର୍ମାଣ ଶ୍ରମିକ ପଞ୍ଜିକରଣ କୁ ସରଳୀକୃତ କରିବା ନେଇ ଦାବି ଉପସ୍ଥାପନ କରଯାଇଥିଲା। ସଂପ୍ରତି ରାଜ୍ୟ ସରକାରଙ୍କ ତରଫରୁ ବଢେଇ ଜାତିକୁ ଅଣ ସଂଗଠିତ ଶ୍ରମିକ ଭାବରେ ସାମିଲ କରାଯାଇଥିବାରୁ ସମାଜ ତରଫରୁ ରାଜ୍ଯ ସରକାର ଙ୍କୁ ଆନ୍ତରିକ ଧନ୍ୟବାଦ ଅର୍ପଣ କରାଯାଇଥିଲା। ଏହି ଅବସରରେ ମାଟ୍ରିକ ପରୀକ୍ଷାରେ ସଫଳତାର ସହ ଉତିର୍ଣ୍ଣ କୁଳର ଛାତ୍ର ଛାତ୍ରୀ ମାନଙ୍କୁ ମାନପତ୍ର ସହ ପୁରସ୍କାର ପ୍ରଦାନ କରି ସମ୍ମାନିତ କରାଯାଇଥିଲା।