
ଆସିକା,୧୭/୦୯(ଜିଲ୍ଲା ଖବର) : ଏହି ପରିପ୍ରେକ୍ଷୀରେ ଆସିକା ବିଜ୍ଞାପିତ ପରିଷଦରୁ ଏକ ଶୋଭା ଯାତ୍ରାରେ ବାହାରି NAC ଅନ୍ତର୍ଗତ ପାଞ୍ଚ ନମ୍ବର ୱାର୍ଡ ମହାତ୍ମା ଗାନ୍ଧି ରୋଡ ରେ ଜାତିର ପିତା ମହାତ୍ମା ଗାନ୍ଧିଙ୍କ ପ୍ରତି ମୂର୍ତି ଉନ୍ମୋଚନ ହୋଇଥିଲା ବିଧାୟିକା ,ଅଧ୍ୟକ୍ଷା ଶ୍ରୀମତୀ ବିନେତା ସ୍ୱାଇଁ ,ସମସ୍ତ କାଉନସିଲର ଙ୍କ ଉପସ୍ଥିତିରେ ମହାତ୍ମା ଗାନ୍ଧିଙ୍କ ପ୍ରତି ମୂର୍ତିରେ ପୁଷ୍ପ ମାଲ୍ୟ ଅର୍ପଣ କରିବା ପରେ କୋରନେସନ୍ ପର୍କରେ ସଫେଇ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା ଓ ଖମ୍ବେଶ୍ୱରୀ ପାଟଣା ଠାରୁ ହରିହର ହାସ୍କୁଲ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ଛାତ୍ରୀ ଛାତ୍ର ଙ୍କ ଦ୍ଵାରା ଡଷ୍ଟବିନର କାର୍ଯ୍ୟକାରିତା ସମ୍ପର୍କିତ ସଚେତନତା କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଥିଲା ।



ମଧ୍ୟାହ୍ନ ସମୟରେ ଆସିକା ହରିହର ହାଇସ୍କୁଲ ଠାରେ ଏକ ସଚେତନ ମୂଳକ ନାଟକ *ଅମାନିଆଙ୍କୁ ଜମ ଦଣ୍ଡ* ନାଟ୍ୟକାର ଶ୍ରୀ ରତ୍ନାକର ସିଅ ଙ୍କ ନିର୍ଦ୍ଦେଶନା ରେ ମଞ୍ଚସ୍ଥ ହୋଇଥିଲା ଏବଂ ଆସିକା ସହରର ବିଭନ୍ନ ସ୍କୁଲ୍ ଛାତ୍ରୀ ଛାତ୍ରଙ୍କ ଦ୍ଵାରା ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଏହି କାର୍ଯ୍ୟକ୍ରମରେ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଲୋକନାଥ ବେଜ୍ ସାଂସଦ ପ୍ରତିନିଧି ଶ୍ରୀ ସତ୍ୟନାରାୟଣ ସ୍ୱାଇଁ ସମସ୍ତ କାଉନସିଲର ଆସିକା ଅଞ୍ଚଳର ବହୁ ବୁଦ୍ଧିଯିବି ଓ NAC ର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।






