Saturday, October 10, 2026
Home ଆଞ୍ଚଳିକ ୧୦ଟି ପୃଥକ ସ୍ଥାନରୁ ଚୋରି ଘଟଣା ୩ ଗିରଫ

୧୦ଟି ପୃଥକ ସ୍ଥାନରୁ ଚୋରି ଘଟଣା ୩ ଗିରଫ

52

ଗୁଣୁପୁର,୧୨/୦୯ : ରାୟଗଡା ଜିଲ୍ଲା ଗୁଣୁପୁର, ପଦ୍ମପୁର, ରାମନାଗୁଡା ଏହି ତିନୋଟି ଥାନା ଅନ୍ତର୍ଗତ ୧୦ଟି ଚୋରି ଘଟଣାର ପର୍ଦ୍ଦାଫାସ କଲା ଗୁଣୁପୁର ପୁଲିସ। ୨୭ଟି ଚୋରି ସାମଗ୍ରୀ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଚୋରି ସାମଗ୍ରୀ ମଧ୍ୟରେ ଏଲଇଡି ଟିଭି, ବଡ ପାଣି ମଟର, ଚାରିଚକିଆ ଗାଡିଗୁଡିକର ଚକ, ଇନଭର୍ଟର ଓ ଚାରିଚରକିଆ ଗାଡ଼ିର ବ୍ୟାଟେରୀ ରହିଛି। ଗିରଫ ତିନି ଅଭିଯୁକ୍ତ ଚିନାସାରି ପଞ୍ଚାୟତର ପଡଇକୁଲ ଗ୍ରାମର ଦିଲିପ ଶବର, ଉଦୟ ଶବର, ନୌସା ଶବର ବୋଲି ଜଣାପଡିଛି।

ଏମାନଙ୍କର ଆଉ କିଛି ଚୋରି ଘଟଣା ସହ ସମ୍ପର୍କ ରହିଛି କି ନାହିଁ ପୁଲିସ ତା’ର ତଦନ୍ତ ଜାରି ରଖିଛି। ଚୋରିରେ ବ୍ୟବହାର କରିଥିବା ଗୋଟିଏ କାର, ତିନୋଟି ବାଇକ ମଧ୍ୟ ଜବତ କରିଛି ପୁଲିସ।