Thursday, November 12, 2026
Home ଆଞ୍ଚଳିକ ପ୍ରଜପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟର ଉପସେବାକେନ୍ଦ୍ର ପ୍ରଭୁପ୍ରୀତ ଭବନ ଠାରେ ଆଜି ପବିତ୍ର ଗୁରୁଦିବସ ମହା...

ପ୍ରଜପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟର ଉପସେବାକେନ୍ଦ୍ର ପ୍ରଭୁପ୍ରୀତ ଭବନ ଠାରେ ଆଜି ପବିତ୍ର ଗୁରୁଦିବସ ମହା ସମାରୋହରେ ପାଳିତ

51

କବିସୂର୍ଯ୍ୟନଗର,୫/୦୯(ଜିଲ୍ଲା ଖବର) : ଏହି କାର୍ଯ୍ୟକ୍ରମରେ କବିସୂର୍ଯ୍ୟନଗର ଏଵଂ ପୁରୁଷୋତ୍ତମପୁର ବ୍ଲକର ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ l କୁମାରୀ ଶିବାନୀ ନିଜର ସୁଲଳିତ କଣ୍ଠରେ କାର୍ଯକ୍ରମ ପ୍ରାରମ୍ଭରେ ଏକ ଗୁରୁବନ୍ଦନା କରିଥିଲେ l ମୁଖ୍ୟ ବକ୍ତା ରୂପେ ଆସ୍କା ଶାନ୍ତି ଭବନର ସଂଚାଳିକା ରଜଯୋଗିନୀ ବ୍ରହ୍ମକୁମାରୀ ପ୍ରଭାତୀ ଭଉଣୀ ଯୋଗଦେଇ “ସକାରାତ୍ମକ ପରିବର୍ତ୍ତନ କ୍ଷେତ୍ରରେ ଶିକ୍ଷକ ମାନଙ୍କ ଭୂମିକା” କେତେ ଯେ ଗୁରୁତ୍ୱପୂର୍ଣ୍ଣ ସେ ବିଷୟରେ ଆଲୋକପାତ କରିଥିଲେ l ଆଧ୍ୟାତ୍ମିକ ଶିକ୍ଷା ମାଧ୍ୟମରେ ଛାତ୍ରଛାତ୍ରୀ ମାନଙ୍କ ଭିତରେ ସକାରାତ୍ମକ ଚିନ୍ତାଧାରା ବୃଦ୍ଧି କରାଇବା ଦ୍ଵାରା ମୂଲ୍ୟନିଷ୍ଠ ସମାଜ ଗଠନ ହୋଇପାରିବ ବୋଲି ସେ ମତବ୍ୟକ୍ତ କରିଥିଲେ । ଏହି କାର୍ଯକ୍ରମରେ ମୁଖ୍ୟ ଅତିଥି ରୂପେ କବିସୂର୍ଯ୍ୟନଗର ବିଧାୟିକା ଶ୍ରୀମତି ଲତିକା ପ୍ରଧାନ,ସମ୍ମାନିତ ଅତିଥି ରୂପେ ନଗରପାଳିକା ଶ୍ରୀମତି ଲକ୍ଷ୍ମୀ ସେଠୀ ଏବଂ ଉପନଗରପାଳ ଶ୍ରୀଯୁକ୍ତ ବିକ୍ରାନ୍ତ କୁମାର ସାହୁ ଯୋଗଦେଇଥିଲେ l ବିଧାୟିକା ଶ୍ରୀମତି ଲତିକା ପ୍ରଧାନ ଗୁରୁ ଶିଷ୍ୟ ପରମ୍ପରାର ମହାନତା ସମ୍ପର୍କରେ ଉଦବୋଧନ ଦେଇଥିଲେ l ନଗରପାଳିକା ଶ୍ରୀମତି ଲକ୍ଷ୍ମୀ ସେଠୀ ଆମର ପ୍ରଥମ ଗୁରୁ ‘ ମାଆ ବାପା ‘ ଙ୍କୁ ସମ୍ମାନ ଦେଲେ ଜୀବନରେ ସବୁ କ୍ଷେତ୍ରରେ ଉନ୍ନତି ହୁଏ ବୋଲି କହିଥିଲେ l ଉପନଗରପାଳ ଶ୍ରୀଯୁକ୍ତ ବିକ୍ରlନ୍ତ ସାହୁ ଦୁର୍ନିତୀମୁକ୍ତ ସମାଜ ଗଠନ କେବଳ ଶିକ୍ଷକ ମାନଙ୍କ ଦ୍ଵାରା ସମ୍ଭବ ବୋଲି ମତବ୍ୟକ୍ତ କଲେ l ଶେଷରେ
ଅତିଥି ମାନଙ୍କ ଦ୍ଵାରା ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଉତ୍ତରୀୟ ଏବଂ ପ୍ରଶଂସା ପତ୍ର ଦେଇ ସମ୍ମାନିତ କରାଯାଇଥିଲା l ପ୍ରଭୁପ୍ରୀତ ଭବନର ସଂଚଳିକା ବ୍ରହ୍ମକୁମlରୀ ସୁଜ୍ଞାନି ଭଉଣୀ ରଜଯୋଗର ଅଭ୍ୟାସ କରାଇଥିଲେ l ବରିଷ୍ଠ ଭ୍ରାତା ବ୍ରହ୍ମକୁମାର ସତ୍ୟପ୍ରିୟ ଭାଇ ସଭାକାର୍ଯ୍ୟ ପରିଚାଳନା କରିଥିଲେ ଏବଂ ବ୍ରହ୍ମକୁମlରୀ ନିରୁ ଭଉଣୀ ଧନ୍ୟବାଦ ଅର୍ପଣ କରିଥିଲେ l ବ୍ରହ୍ମା କୁମାରୀ ଧରଣୀ,ଲୀଳା,ଅନୁରାଧା,ଝରଣା ,ଭାଗ୍ୟ ଭଉଣୀ ଏବଂ ବ୍ରହ୍ମକୁମାର ଚରଣ,ବଳରାମ,ସୁଶାନ୍ତ, କlଳୁ, ଗୋଦାବରୀ,କୁନା ,ଶିଶିର ଭାଇ କାର୍ଯକ୍ରମ ପରିଚାଳନା ସହଯୋଗ କରିଥିଲେ l