
ଧରାକୋଟ,୪/୯(ଜିଲ୍ଲା ଖବର) : ଧରାକୋଟ ନିକଟସ୍ଥ ଚାରିଛକ ଠାରେ ଏକ ହାଇମାଷ୍ଟ ଲାଇଟ ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା ଙ୍କ ଦ୍ଵାରା ଉଦ୍ଘାଟିତ ହୋଇଯାଇଛି। ଏହି ଅବସରରେ ଅତିଥି ଭାବରେ ରୁଗୁମୁ ସରପଞ୍ଚ ଗୀତାଞ୍ଜଳି ସ୍ୱାଇଁ,ପୂର୍ବତନ ସରପଞ୍ଚ ସୁଧାକର ସ୍ବାଇଁ ଓ ସମିତି ସଭ୍ୟ ବନବାସ ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ। ବିଧାୟକ ହାତ ପାଣ୍ଠିରୁ ଏହି ଆଲୋକି କରଣ ବ୍ୟବସ୍ଥା କରାଯାଇଥିବା ବେଳେ ପୂର୍ବତନ ସରପଞ୍ଚ ସୁଧାକର ସ୍ବାଇଁ ଙ୍କ ନିଷ୍ଠାପର ଉଦ୍ୟମ ଯୋଗୁଁ ଏହା ସମ୍ଭବ ହୋଇଛି। ପ୍ରକାଶ ଯୋଗ୍ୟ ଚାରିଛକ ହେଉଛି ଏକ ବ୍ୟବସାୟ ପେଣ୍ଠ ସ୍ଥଳୀ। ଏଠାରେ ପ୍ରାୟ ଶହେ ଗୋଟି ଦୋକାନ ରହିଛି। ଆଖ ପାଖ ଡାକିବଜା, ବେଠୁଆର,ଜଗନ୍ନାଥ ପୁର ଶାସନ, ପଦ୍ମପୁର, କାନଗିରିଡି, ରୁଗୁମୁ, ପଳ ପଲି, ଚାଞ୍ଚରା ପଲି , କେନ୍ଦୂପଲି,ବାହାର ପୁର, ସରପଡ଼ା, ଗୋପାଳ ପୁର, ମାଧ ପୁର, ବାହାର ପୁର, ଓଳମ୍ୱା, ସାଇପୂର୍, ସୁଣ୍ଢିପଲି, କସେଇ,ଆଡ଼ିବନ୍ଧ ପ୍ରଭୃତି ଗ୍ରାମର ଲୋକମାନେ ଦୈନିକ ବଜାର ସଉଦା ପାଇଁ ଏଠାକୁ ଆସନ୍ତି। ତିନୋଟି ପଞ୍ଚାୟତର ଅଧିନରେ ଏହା ରହିଛି । ଅଲୋକି କରଣ ଯୋଗୁଁ ଲୋକେ ନିଜର ବ୍ୟବସାୟିକ କାର୍ଯ୍ୟ ସୁବିଧାରେ କରିପାରିବା ସହ ଆଇନ ଶୃଙ୍ଖଳା ପରିସ୍ଥିତିରେ ମଧ୍ୟ ସୁଧାର ଆସିବ। ଏଣୁ ଅଞ୍ଚଳ ବାସୀ ଏହାକୁ ସ୍ବାଗତ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଅନ୍ତର୍ଯ୍ୟାମୀ ବିଶୋଇ,ସୁରେଶ ସ୍ୱାଇଁ, ମିଟୁ ବିଶୋଇ,ରାକେଶ ପଟ୍ଟନାୟକ,ପୂର୍ଣ୍ଣ ଚନ୍ଦ୍ର ସାବତ, ଟିଟୁ ବିଶୋଇ,ରାମ ଚନ୍ଦ୍ର ସ୍ୱାଇଁ ପ୍ରମୁଖ ସହଯୋଗ ପ୍ରଦାନ କରିଥିଲେ।



