Wednesday, October 14, 2026
Home ଆଞ୍ଚଳିକ ଗୁଣପୁର ମହାବିଦ୍ୟାଳୟରେ ଯୁକ୍ତ ତିନି ପ୍ରଥମ ବର୍ଷ ଛାତ୍ର ଓ ଛାତ୍ରି ମାନଙ୍କ ସ୍ଵାଗତ ସମ୍ବର୍ଧନା...

ଗୁଣପୁର ମହାବିଦ୍ୟାଳୟରେ ଯୁକ୍ତ ତିନି ପ୍ରଥମ ବର୍ଷ ଛାତ୍ର ଓ ଛାତ୍ରି ମାନଙ୍କ ସ୍ଵାଗତ ସମ୍ବର୍ଧନା ସଭା

25

ରାୟଗଡ଼ା ଜିଲ୍ଲା ଗୁଣପୁର ସହରର ଅବସ୍ଥିତ ଗୁଣପୁର ମହାବିଦ୍ୟାଳୟରେ

ଗୁଣପୁର,୨୩/୦୮ : +୩ ପ୍ରଥମ ବର୍ଷ କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗର ନବାଗତ ଛାତ୍ରଛାତ୍ରୀମାନଙ୍କୁ ଆଜି ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । । ଏଥିରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ଶଶିଭୂଷଣ ମହାନ୍ତି ସଭାପତିତ୍ବ କରିଥିଲେ ଏବଂ ନବାଗତ ଛାତ୍ରଛାତ୍ରୀମାନଙ୍କୁ ସ୍ବାଗତ ଜଣାଇଥିଲେ । ଅଧ୍ୟାପକ ଜଗନ୍ନାଥ ଦିପ ଅତିଥି ପରିଚୟ ଓ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ ।ପ୍ରାଧ୍ୟାପକ ଜବାହରଲାଲ ଚୌଧୁରୀ ଛାତ୍ରଛାତ୍ରୀମାନଙ୍କୁ ସ୍ବାଗତ ଜଣାଇ ମହାବିଦ୍ୟାଳୟରେ ଉପଲବ୍ଧ ସମସ୍ତ ସୁବିଧା ସୁଯୋଗ ଉପରେ ଛାତ୍ରଛାତ୍ରୀମାନଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ସେମାନଙ୍କର ଉଜ୍ଜ୍ଵଳ ଭବିଷ୍ୟତ ଗଠନ କିପରି ସମ୍ଭବ ହେବ ସେ ଉପରେ ଆଲୋକପାତ କରିଥିଲେ । ସେହିପରି ପ୍ରାଧ୍ୟାପକ ଡକ୍ଟର ସୂର୍ୟ୍ୟ ନାରାୟଣ ପଣ୍ଡା ଭବିଷ୍ୟତ ଗଠନରେ ଉଚ୍ଚଶିକ୍ଷା ର ଭୂମିକା ଉପରେ ଆଲୋକପାତ କରିଥିଲେ । ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ପାଠ୍ୟଖସଡ଼ା ତଥା ପରୀକ୍ଷା ପ୍ରଣାଳୀ ଉପରେ ଅଧ୍ୟାପକ ଜଗନ୍ନାଥ ଦିପ ବକ୍ତବ୍ୟ ରଖିଥିଲେ । ଆଇକ୍ୟୁଏସି ସଂଯୋଜକ ଅଧ୍ୟାପକ ଅମୀୟ ରଞ୍ଜନ ମହାନ୍ତି ଗୁଣାତ୍ମକ ଶିକ୍ଷାର ବିକାଶ ଦିଗରେ ବକ୍ତବ୍ୟ ଉପସ୍ଥାପନ କରିଥିବା ବେଳେ ଅଧ୍ୟାପିକା ଶ୍ରୀମତି ନମିତା ମୁଦୁଲି ଅନଲାଇନ୍ ଶିକ୍ଷା ସମ୍ବନ୍ଧରେ ପ୍ରଚଳିତ ବିଭିନ୍ନ ୱେବସାଇଟ୍ ସଂପର୍କରେ ଛାତ୍ରଛାତ୍ରୀମାନଙ୍କୁ ସୂଚନା ପ୍ରଦାନ କରିଥିଲେ । ଅଧ୍ୟାପିକା ଚିତ୍ରା ମିଶ୍ର ସମୟ ନିର୍ଘଣ୍ଟ ,ଏନ୍ ସି ସି.ଏନ.ଏସ ଏସ ବିଷୟରରେ ସୂଚନା ପ୍ରଦାନ କରିଥିଲେ ।ଅଧ୍ୟାପକ ତାମିଲା ପାରାସେଠ ଏହି କାର୍ୟ୍ୟକ୍ରମକୁ ସଂଯୋଜନା କରିଥିଲେ । ପରିଶେଷରେ ଏହି କାର୍ୟ୍ୟକ୍ରମର ସହ ସଂଯୋଜକ ଅଧ୍ୟାପକ ଡକ୍ଟର ସତ୍ୟବାନ ଗରଡ଼ା ଧନ୍ୟବାଦ ଅର୍ପଣ କରିଥିଲେ । ଅଧ୍ୟାପିକା ଦୀପ୍ତିମୟୀ ଓ ବନ୍ଦିତା ପ୍ରମୁଖ ଏହି କାର୍ୟ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରିଥିଲେ ।