ଗୁଣପୁର ମହାବିଦ୍ୟାଳୟରେ ନିଶାମୁକ୍ତ ଭାରତ ଅଭିଯାନ ସଚେତନତା କାର୍ୟ୍ୟକ୍ରମ

27

ରାୟଗଡା,୧୮/୦୮ : ରାୟଗଡା ଜିଲ୍ଲାର ଗୁଣପୁର ବ୍ଲକ ଅନ୍ତର୍ଗତ ଗୁଣପୁର ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଓ ଜଗନ୍ନାଥପୁର ସି.ଏଚ୍.ସି ର ମିଳିତ ଆନୁକୁଲ୍ୟରେ ତମାଖୁ ମୁକ୍ତ ଅନୁଷ୍ଠାନ ଗଠନ କରିବା ପାଇଁ ଏକ ସଚେତନତା କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କଲେଜର ଅଧ୍ୟକ୍ଷ ଶଶିଭୂଷଣ ମହାନ୍ତି ଅଧ୍ୟକ୍ଷତାରେ ସଚେତନତା ସଭା ଅନୁଷ୍ଠିତ ହୋଇଥିଲ।। ଯୁବ ରେଡକ୍ରସ ସଂଯୋଜକ ଅଧ୍ୟାପକ ତାମିଲା ପାରାସେଟ୍ ଓ ଜାତୀୟ ସେବା ଯୋଜନା ଅଧିକାରୀ ଅମିୟ ରଞ୍ଜନ ମହାନ୍ତି
କାର୍ୟ୍ୟକ୍ରମ ପରିଚାଳନା କରିଥିଲେ। କାର୍ୟ୍ୟକ୍ରମରେ କଲେଜର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀ ବୃନ୍ଦ
ଯୋଗ ଦେଇଥିଲେ। ବର୍ତ୍ତମାନ ଯୁବ ସମାଜ ବହୁଳ ଭାବେ ତମାଖୁ ସେବନ କରିବା ଦେଖା ଦେଇଛି। ଏହାଦ୍ୱାରା ମାରାତ୍ମକ କର୍କଟ ରୋଗ ହେବାର ମୂଳ କାରଣ ହୋଇଥିବା ବେଳେ ସମସ୍ତ ଛାତ୍ରଛାତ୍ରୀ ତମାଖୁ ସେବନରୁ ଦୁରେଇ ରହିବାପାଇଁ ଅଧ୍ୟାପକ ଡଃ ସୂର୍ୟ୍ୟନାରାୟଣ ପଣ୍ଡା, , ସାତିଶ ପଟ୍ଟନାୟକ ।, ଜୀତେନ୍ଦ୍ର ବଡମୁଣ୍ଡୀ ଓ ଅଧ୍ୟାପିକା ସୁନୀତା ଗମାଙ୍ଗ ପରାମର୍ଶ ଦେଇଥିଲେ। ମହାବିଦ୍ୟାଳୟ ଯେପରି ତମ୍ବାକୁ ମୁକ୍ତ ହୋଇ ପାରିବ ସେଥିପ୍ରତି ଯତ୍ନବାନ ହେବା ପାଇଁ ଅଧ୍ୟକ୍ଷ ପରାମର୍ଶ ଦେଇଥିଲେ। ଜଗନ୍ନାଥପୁର ବିଦ୍ୟାଳୟ ସ୍ୱାସ୍ଥ୍ୟ ସଂଯୋଜକ ତପନ ସୁନାମୁଦି ଛାତ୍ର ଛାତ୍ରି ଙ୍କୁ ମାର୍ଗଦର୍ଶନ କରିଥିଲେ। ବକୃତା ପ୍ରତିଯୋଗୀତାରେ କୃତି ଛାତ୍ର ଓ ଛାତ୍ରିଙ୍କୁ ପରସ୍କୃତ କରାଯାଇଥିଲ।ଶେଷରେ ଅଧ୍ୟାପକ ସତ୍ୟବାନ ଗରଡ ଧନ୍ୟବାଦ ଅର୍ପଣ କରିଥିଲେ|