ଲଗାଣ ବର୍ଷାରେ ବିଦ୍ୟାଳୟରେ ପାଣି ଜମି ପାଠ ପଢା ବ୍ୟାହତ

55

ଧରାକୋଟ,୧୭/୮ : ବିଦ୍ୟାଳୟ ଗୁଡ଼ିକର ଭିତ୍ତିଭୂମୀ ର ବିକାଶ କରିବା ପାଇଁ ସରକାର ବେଶ ସଚେତନ । ଏଥିପାଇଁ ରାଜକୋଷରୁ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା। ଏପରିକି ୫ଗ୍ଧ ଅଧିନରେ ରୂପାନ୍ତର କାର୍ୟ୍ୟ ମଧ୍ୟ ହାତକୁ ନିଆଯାଇଛି। ହେଲେ ଦୀପ ତଳ ଅନ୍ଧାର ଭଳି ସ୍ଥିତି ଧରାକୋଟ ବ୍ଲକ ଅଧିନସ୍ଥ ଧରାକୋଟ ପଞ୍ଚାୟତ ର ନୂତନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗଡ ଦାମୋଦର ପଲ୍ଲୀ ର ରହିଛି । ପ୍ରଥମ ଠାରୁ ଅଷ୍ଟମ ଶ୍ରେଣୀ ପର୍ୟ୍ୟନ୍ତ ମୋଟ ୧୬୮ ଜଣ ଛାତ୍ର ଛାତ୍ରୀ ଏଠାରେ ପାଠ ପଢନ୍ତି । ଜାତୀୟ ରାଜପଥ ୫୯ ର ଉଭୟ ଉତ୍ତର ଓ ଦକ୍ଷିଣ ଦିଗରେ ଦୁଇଗୋଟି କୋଠାରେ ପିଲାଏ ପାଠ ପଢୁଛନ୍ତି। ୧୯୧୮ ମସିହାରେ ନିର୍ମିତ କୋଠାରେ ପ୍ରଥମ ରୁ ପଞ୍ଚମ ଶ୍ରେଣୀ ପର୍ୟ୍ୟନ୍ତ ପିଲା ପଢନ୍ତି । ସେହି କୋଠା ନିକଟରେ ମଧ୍ୟାହ୍ନ ଭୋଜନ ମଧ୍ୟ ପ୍ରସ୍ତୁତ ହୁଏ। ସାମନା ରେ ଥିବା ଖୋଲା ଆକାଶ ତଳେ ପିଲାଏ ଭୋଜନ କରନ୍ତି । ହେଲେ ମାଟି ଗୋଡ଼ି ଆଚ୍ଛାଦିତ ଏହି ଅଂଚଳରେ ସାମାନ୍ୟ ବର୍ଷା ହେଲେ ଆଣ୍ଠୁଏ ପାଣି ଜମୁଛି । କାଦ ସରସର ସ୍ଥିତିରେ ପିଲାଏ ଶ୍ରେଣୀ ଗୃହକୁ ଯାଉଥିବା ଯୋଗୁଁ ପାଠ ପଢ଼ା ରେ ବାଧା ଉପୁଯୁଛି। ସେପଟେ ମଧ୍ୟାହ୍ନ ଭୋଜନ ଖାଇବାରେ ମଧ୍ୟ ଅସୁବିଧା ହେଉଛି । ବିଦ୍ୟାଳୟ ର ପାଚେରୀ ର ଉଚ୍ଚତା ମାତ୍ର ଚାରି ଫୁଟ ହୋଇଥିବା ଯୋଗୁଁ ବିଦ୍ୟାଳୟ ଛୁଟି ପରେ ପାଚେରୀ ଡେଇଁ ମଦ୍ୟପ ତଥା ଅସାମାଜିକ ବ୍ୟକ୍ତି ମାନେ ଭିତରକୁ ପଶି ଆସର ଜମାଉଛନ୍ତି । ଶୌଚାଳୟ ବ୍ୟବହାର ଉପଯୋଗୀ ହୋଇ ନଥିବା ଯୋଗୁଁ ପିଲାମାନେ ଶୌଚ କାର୍ୟ୍ୟ ପାଇଁ ଘରକୁ ଯାଉଛନ୍ତି । ଅଧପନ୍ତରିଆ ଅବସ୍ଥାରେ ଶ୍ରେଣୀ ଗୃହ ରହିଥିବା ଯୋଗୁଁ ପିଲାମାନେ ପାଠ ପଢିବା ପାଇଁ ଅସୁବିଧା ହେଉଛି। ଆଠଗୋଟି ଶ୍ରେଣୀ ପାଇଁ ମାତ୍ର ପାଞ୍ଚ ଜଣ ଶିକ୍ଷକ ରହିଥିବା ଯୋଗୁଁ ଶିକ୍ଷାଦାନ ରେ ବାଧା ଉପୁଜୁଛି। ବିଦ୍ୟାଳୟର ସମସ୍ୟା ସମ୍ପର୍କରେ ପ୍ରଧାନ ଶିକ୍ଷକ ଙ୍କ ଦୃଷ୍ଟି ଆକର୍ଷଣ ବେଳେ ଘଟଣା ସମ୍ପର୍କରେ ସ୍ଥାନୀୟ ସରପଞ୍ଚଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି ବୋଲି ପ୍ରକାଶ କରିଛନ୍ତି। ଏଣୁ ବିଦ୍ୟାଳୟର ପରିସର ରେ ପେଭର ବ୍ଲକ ପକାଇବା ସହ ଅନ୍ୟାନ୍ୟ ଦାବୀ ଗୁଡ଼ିକ ପୂରଣ ପାଇଁ ପ୍ରଶାସନ ଦୃଷ୍ଟି ଦେବାକୁ ଗ୍ରାମବାସୀ ମାନେ ଦାବୀ କରିଛନ୍ତି।