
ଧରାକୋଟ,୧୭/୮ : ଧରାକୋଟ ବ୍ଲକ ର ଜାହାଡା ଗ୍ରାମର ରବି ନନ୍ଦନ ପ୍ରଧାନ ନାମକ ଜଣେ ସମାଜ ସେବୀ ତଥା ସାମ୍ବାଦିକ ତିନି ଦଫା ଦାବି ସମ୍ବଳିତ ଏକ ପତ୍ର ଗଞ୍ଜାମ ଜିଲ୍ଲାପାଳ ଙ୍କୁ ପ୍ରଦାନ ପାଇଁ ଆଜି ନିଜ ଗ୍ରାମରୁ ଜିଲ୍ଲା ସଦରମହକୁମା ଛତ୍ରପୁର କୁ ପଦଯାତ୍ରାରେ ବାହାରିଛନ୍ତି । ପ୍ରମୁଖ ଦାବୀ ମଧ୍ୟରେ ଗଞ୍ଜାମ ଜିଲ୍ଲାର ଦାଦନ ଶ୍ରମିକ ସମସ୍ୟାର ସମାଧାନ ପାଇଁ ଏଠାରେ ଏକ ସୂତାକଳ ସ୍ଥାପନ କରିବା ଏବଂ ସେହି ସମୟ ପର୍ୟ୍ୟନ୍ତ ଏଠାରୁ ଦାଦନ ଖଟିବାକୁ ଅନ୍ୟ ରାଜ୍ୟକୁ ଯାଉଥିବା ଶ୍ରମିକ ମାନଙ୍କୁ ରେଳ ଯାତ୍ରା ପାଇଁ ପାସ ପ୍ରଦାନ କରିବା,ଦ୍ବିତୀୟତଃ ବାହାର ରାଜ୍ୟରେ ମୃତ୍ୟୁ ବରଣ କରୁଥିବା ଶ୍ରମିକ ମାନଙ୍କ ଶବକୁ ନିଜ ଗାଁକୁ ଆଣିବା ପାଇଁ ରାଜ୍ୟ ସରକାର ଓଡିଶା ମୋ ପରିବାର ତରଫରୁ ବ୍ୟବସ୍ଥା କରିଛନ୍ତି । ଯେଉଁ ମାନେ ଆତ୍ମୀୟ ପରିଜନ ମାନଙ୍କ ଶବକୁ ଭିଟାମାଟି କୁ ଆଣିବାପାଇଁ ଇଚ୍ଛା ପ୍ରକାଶ କରୁନାହାନ୍ତି ସେମାନଙ୍କୁ ସେହି ବାବଦର ଅର୍ଥ ରାଶି ପ୍ରଦାନ କରାଯାଉ, ତୃତୀୟତଃ ଗଞ୍ଜାମ ଜିଲ୍ଲାରେ ମରୁଡ଼ିର ସ୍ଥାୟୀ ପ୍ରତିକାର ପାଇଁ ଜଳସେଚନ ବ୍ୟବସ୍ଥାର ସୁଦୃଢ଼ୀକରଣ କରାଯିବା ସହ ନୂତନ ବ୍ୟାରେଜ, ଚେକ ଡ୍ୟାମ,କେନାଲ ନିର୍ମାଣ ସହ ଜଳଉଛ ଗୁଡ଼ିକର ଉନ୍ନତି କରଣ କରାଯାଉ । ଏହି ପରି ତିନିଦଫା ଦାବୀ ସମ୍ବଳିତ ପତ୍ର ସେ ଧରାକୋଟ ଗୋଷ୍ଠୀ ଉନ୍ନୟନ ଅଧିକାରୀ,ତହସିଲଦାର ଓ ଥାନା ଅଧିକାରୀ ଙ୍କୁ ପ୍ରଦାନ ପରେ ଜିଲ୍ଲାପାଳଙ୍କୁ ପ୍ରଦାନ ପାଇଁ ଦୀର୍ଘ ୮୦ କିମି ପଦଯାତ୍ରାରେ ଯାଇଥିବା ଜଣାଯାଇଛି।



