୭୭ ତମ ସ୍ବାଧିନତା ଦିବସ ପାଳନ ଅବସରରେ ବିଶ୍ଵବିଦ୍ୟାଳୟ ଉତ୍ସବ ମୁଖରେ ଆମ ସମ୍ବିଧାନ ରାଷ୍ଟ୍ରର ଅମୂଲ୍ୟ ସମ୍ପଦ : କୁଳପତି

17

ବ୍ରହ୍ମପୁର ସହରର ବିଭିନ୍ନ ଶିକ୍ଷାନୁଷ୍ଠାନ, ସରକାରୀ କାର୍ୟ୍ୟାଳୟ, ବେସରକାରୀ ଅନୁଷ୍ଠାନ ଆଦିରେ ସ୍ଵାଧୀନତା ଦିବସ ପାଳିତ ହୋଇଛି । ଦେଶର ଜାତୀୟ ପତାକା ଉତ୍ତୋଳନ କରାଯାଇଛି । ଏହି ଅବସରରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପାଳନ କରିଛି ଦେଶର ୭୭ ତମ ସ୍ବାଧିନତା ଦିବସ । ସକାଳ ୮ ଟା ସମୟ ରେ ବିଶ୍ଵବିଦ୍ୟାଳୟ ର ପ୍ରଶାସନିକ ବିଭାଗ କୋଠା ଠାରେ ଏହା ପାଳିତ ହୋଇଯାଇ ଅଛି । ଏହି କାର୍ୟ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାସ ଯୋଗ ଦେଇଥିଲେ । କୁଳ ସଚିବ ସଚ୍ଚିଦାନନ୍ଦ ନାୟକ ଙ୍କ ପ୍ରସ୍ତାବ ଆଗତ ପରେ କୁଳପତି ପ୍ରଫେସର ଗୀତାଞ୍ଜଳି ଦାସ ପତାକା ଉତ୍ତୋଳନ କରିଥିଲେ । କାର୍ୟ୍ୟକ୍ରମ ରେ ଉପସ୍ଥିତ ଥିବା ସମସ୍ତ ଅଧ୍ୟାପକ ଅଧ୍ୟାପିକା ଏବଂ ଛାତ୍ର ଛାତ୍ରୀ ମାନଙ୍କୁ କୁଳ ସଚିବ ୭୭ ତମ ସ୍ବାଧିନତା ଦିବସ ର ଶୁଭେଚ୍ଛା ଜଣାଇଥିଲେ, ଓ କାର୍ୟ୍ୟକ୍ରମ ଟି କୁ ପରିଚାଳନା କରିଥିଲେ।
କୁଳପତି ନିଜ ଅଭିଭାଷଣ ରେ ଆମ ସମ୍ବିଧାନ କୁ ରାଷ୍ଟ୍ର ର ଅମୂଲ୍ୟ ସମ୍ପଦ ଭାବେ ସମ୍ବୋଧନ କରି କହିଥିଲେ , ଗାଁ ଠାରୁ ଆରମ୍ଭ କରି ସହର ପର୍ୟ୍ୟନ୍ତ ସମସ୍ତେ ଆଜି ଏହି ଦିନକୁ ଅତି ଆନନ୍ଦ ଉଲ୍ଲାସ ରେ ପାଳନ କରୁଛନ୍ତି । ଏହି ଦିନ ଟି କୁ ସମ୍ପର୍କ ର ଦିବସ ରୂପେ ସମ୍ବୋଧିତ କରି , ଇତିହାସ କୁ ମନେ ପକାଇ ସ୍ଵାଧୀନତା ସଂଗ୍ରାମୀ ଙ୍କ ଦେଶ ପାଇଁ ଥିବା ତ୍ୟାଗ ଓ ବଳିଦାନ କୁ ବ୍ୟାଖ୍ୟା କରିଥିଲେ । ଛାତ୍ର ଛାତ୍ରୀ ମାନଙ୍କର ଦେଶ ପାଇଁ ଜାତି ପାଇଁ କଣ କର୍ତ୍ତବ୍ୟ ଓ ମୂଲ୍ୟବୋଧ ଅଛି ତାହା ସୂଚାଇଥିଲେ । ଏବଂ କାର୍ୟ୍ୟକ୍ରମ ରେ ଉପସ୍ଥିତ ଥିବା ସମସ୍ତଙ୍କୁ ସଂକଳ୍ପ ନେବାକୁ ଅନୁରୋଧ କରି କରିଥିଲେ ଯେ , ଦେଶ ପାଇଁ ଜାତି ପାଇଁ କିପରି ଭଲକାମ କରି ଦେଶର ନାମ ଅର୍ଜନ କରିବା ମାଟିକୁ ଭଲ ପାଇବା ଓ ଦେଶ କୁ ଆଦର କରିବା ।
ଏହା ପରେ ସ୍ନାତକତ୍ତର ବିଭାଗ ର ମୁଖ୍ୟ ପ୍ରଫେସର ସୁଶାନ୍ତ କୁମାର ବରାଳ ନିଜ ବକ୍ତବ୍ୟ ରେ ଛାତ୍ର ଛାତ୍ରୀ ମାନଙ୍କର ଧର୍ମ ଓ କର୍ତ୍ତବ୍ୟ କୁ ବୁଝାଇ କହିଥିଲେ ଏବଂ ସ୍ଵାଧୀନତା ଦିବସ ର ପ୍ରସଙ୍ଗତା ଉପରେ ଆଲୋଚନା କରିଥିଲେ । ଛାତ୍ର ଛାତ୍ରୀ ମାନେ କିପରି ନିଜର ଦାୟିତ୍ଵ ଓ ମୂଲ୍ୟବୋଧ କୁ ପାଳନ କରିବେ ସେ ବିଷୟରେ ମତ ବ୍ୟକ୍ତ କରିଥିଲେ ।

ଏହି କାର୍ୟ୍ୟକ୍ରମ ରେ ବିଶ୍ଵବିଦ୍ୟାଳୟ ର ଜାତୀୟ ସେବା ଯୋଜନା ୟୁନିଟ୍ ପକ୍ଷରୁ ସାଂସ୍କୃତିକ କାର୍ୟ୍ୟକ୍ରମ ର ଆୟୋଜନ କରାଯାଇଥିଲା । ଏନ୍. ଏସ୍. ଏସ୍ ର ସଂଯୋଜକ ଡ଼ଃ ଜୟନ୍ତ କୁମାର ପଣ୍ଡା ଙ୍କ ଦ୍ଵାରା ଫ୍ଲାସମୋବ କାର୍ୟ୍ୟକ୍ରମ ଟି କୁ ଆରମ୍ଭ କରାଯାଇଥିଲା । ବହୁ ସଂଖ୍ୟା ରେ ଛାତ୍ର ଛାତ୍ରୀ ମନେ ଏଥିରେ ଅଂଶ ଗ୍ରହଣ କରି ଦେଶାତ୍ମକ ବୋଧ ସଙ୍ଗୀତ ରେ ନୃତ୍ୟ ପରିବେଷଣ କରିଥିଲେ । ଏନ୍. ଏସ୍. ଏସ୍ ଦ୍ଵାରା ଆୟୋଜିତ ହୋଇଥିବା ପ୍ରତିଯୋଗିତା ଯଥା ତର୍କ ସଭା , ନୃତ୍ୟ ଓ ସଙ୍ଗୀତ ପ୍ରତି ଯୋଗିତା ଅଂଶ ଗ୍ରହଣ କରି ବିଜେତା ହୋଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଥିଲା ।

ଶେଷରେ ବିଶ୍ଵବିଦ୍ୟାଳୟ ର କୁଳପତି ଓ କର୍ତ୍ତୃପକ୍ଷ ଙ୍କ ବୃକ୍ଷରୋପଣ କର୍ୟ୍ୟକର୍ମ କରାଯାଇଥିଲା । ଏହି ସ୍ଵାଧୀନତା ଦିବସ ପାଳନ ଅବସରରେ ବିଶ୍ଵ ବିଦ୍ୟାଳୟ ର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ଏବଂ ବହୁ ସଂଖ୍ୟକ ଛାତ୍ର ଛାତ୍ରୀ ମାନେ ଯୋଗ ଦେଇଥିଲେ ।