mom ସ୍କୁଲରେ ୭୭ ତମ ସ୍ବାଧିନତା ଦିବସ ପାଳିତ

6

ଆସିକା,୧୬/୮ : ଆସିକା ଲକ୍ଷ୍ମୀ ବଜାର ସ୍ଥିତ ମମ୍ ସ୍କୁଲରେ ୭୭ ତମ ସ୍ବାଧିନତା ଦିବସ ପାଳନ ଅବସର ରେ ମୁଖ୍ୟ ଅତିଥି ଉତ୍ତର କୁମାର ପରିଡ଼ା ପତାକା ଉତ୍ତୋଳନ କରିଥିଲେ । ପରେ ସ୍କୁଲ ର ସମସ୍ତ ଛାତ୍ର ଛାତ୍ରୀ ଜାତୀୟ ସଙ୍ଗୀତ ଗାନ କରିଥିଲେ । ପ୍ୟାରେଡ୍ ରେ ଭାଗ ନେଇଥିବା ଛାତ୍ର ଓ ଛାତ୍ରୀ ମାନେ ତ୍ରିରଙ୍ଗା ପତାକା କୁ ସଲାମ ଜଣାଇଥିଲେ। ସ୍କୁଲ ର ପ୍ରିନ୍ସିପଲ୍ ପ୍ରତିମା କୁମାରୀ ପାତ୍ର, ସମ୍ମାନିତ ଅତିଥି ପୂର୍ଣ୍ଣ ଚନ୍ଦ୍ର ରାୟଗୁରୁ ନିଜର ଉଦବୋଧନ ରଖିବା ସହ ଉପସ୍ଥିତ ଥିବା ସ୍କୁଲ ର ସଭାପତି ଶିବ ଚରଣ ଜେନା ଓ ସମ୍ପାଦକ ଜେ ରବୀନ୍ଦ୍ରନାଥ ପାତ୍ର ମଧ୍ୟ ନିଜର ଉଦବୋଧନ ରଖିଥିଲେ। ସ୍ୱାଧୀନତା ଦିବସ ଉପଲକ୍ଷେ ସ୍କୁଲ ରେ ସଙ୍ଗୀତ, ପ୍ରବନ୍ଧ ଓ ବକ୍ତୃତା ପ୍ରତିଯୋଗିତା କରାଯାଇଥିଲା । ପ୍ରତିଯୋଗିତାରେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ଅଧିକାର କରିଥିବା ଛାତ୍ର ଓ ଛାତ୍ରୀ ଙ୍କୁ ପୁରସ୍କାର ବିତରଣ କରାଯାଇଥିଲା।