ଆସିକାରେ ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା

97

ଆସିକା,୧୨/୦୮ : ଆସିକା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଏକ ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅୟୋଜିତ ହୋଇଯାଇଛି।ଏଥିରେ ୮ଟି ବିଦ୍ୟାଳୟ ଯଥା ଆସିକା ସରସ୍ୱତୀଶିଶୁବିଦ୍ୟାମନ୍ଦିର,ହିଂଜିଳିକାଟୁ,କବିସୂର୍ଯ୍ୟନଗର,ପୁରୁଷୋତ୍ତମପୁର,ଶିକିରୀ ,କୁକୁଡାଖଣ୍ଡି,ମୁଣ୍ଡମରେଇ ଓ କଙ୍କରଡ଼ା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରକୁ ମିଶାଇ ୮ଟି ବିଦ୍ୟାଳୟର ୩୭୫ ଗୋଟି ପ୍ରକଳ୍ପ ଏହି ମେଳାରେ ପ୍ରଦର୍ଶିତ ହୋଇଥିଲା।ପ୍ରକଳ୍ପ ମଧ୍ୟରେ ବିଜ୍ଞାନ, ଗଣିତ ଏବଂ ପ୍ରଶ୍ନମଞ୍ଚରେ ଗଣିତ,ବିଜ୍ଞାନ ଓ ସଂସ୍କୃତ ଜ୍ଞାନ ଏବଂ ପତ୍ରବାଚନ (ସେମିନାର),ବିଜ୍ଞାନ ଓ ଗଣିତର(ପ୍ରୟୋଗ) ଏହାସହ ମୂର୍ତିକଳା, ଲୋକନୃତ୍ୟ,ନିର୍ବନ୍ଧ ପ୍ରତିଯୋଗିତାରେ ୪ର୍ଥ ରୁ ୧୦ମ ଛାତ୍ରଛାତ୍ରୀ ମାନେ ଭାଗ ନେଇଥିଲେ।

ଏହି ମେଳାରେ ମୂଖ୍ୟ ଅତିଥି ଭାବେ ଧରାକୋଟ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଡା. ସଚ୍ଚିଦାନନ୍ଦ ବିଷୋୟୀ,ମୁଖ୍ୟବକ୍ତା ଭାବେ ଶିକ୍ଷା ବିକାଶ ସମିତି, ଓଡିଶା ତଥା ଗଞ୍ଜାମ ବିଭାଗ ସହ ନିରୀକ୍ଷକ ପଦ୍ମନାଭ ସାମଲ,ସ୍କୁଲ ଅଧ୍ୟକ୍ଷ ପ୍ରସନ୍ନ କୁମାର ପ୍ରଧାନ ଏବଂ ପ୍ରଧାନ ଆଚାର୍ଯ୍ୟ ଶରତ ଚନ୍ଦ୍ର ମୁନୀଙ୍କ ସଂଯୋଜନାରେ ଏହି ମେଳା ଅନୁଷ୍ଠିତ ହୋଇଥିଲା।ଏହାସହ ୮ଟି ସ୍କୁଲର ପ୍ରଧାନ ଆଚାର୍ଯ୍ୟ ଏବଂ ୫୦ ଜଣ ବିଚାରକ ମଣ୍ଡଳୀ ନିର୍ଣ୍ଣାୟକ ଦାଇତ୍ଵ ତୁଲାଇଥିଲେ।