ଗାୟତ୍ରୀ ଫାର୍ମାସି ମହାବିଦ୍ୟାଳୟରେ ଏଣ୍ଟି ରେଗିଙ୍ଗ ସପ୍ତାହ ପାଳିତ

26

ଗୁଣପୁର ,୧୨/୦୯ : ଗୁଣପୁର ସ୍ଥିତ ଗାୟତ୍ରୀ ଫାର୍ମାସି ମହାବିଦ୍ୟାଳୟରେ ଏଣ୍ଟି ରେଗିଙ୍ଗ ସପ୍ତାହ ପାଳିତ ହୋଇଯାଇଛି । ଅନୁଷ୍ଠାନ ପ୍ରଶାସନିକ ଅଧିକାରୀଙ୍କ ପି.ଭି କୋଟେଶ୍ୱର ରାଓ ଙ୍କ ଅଧ୍ୟକ୍ଷତାରେ ଏହି କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଅନୁଷ୍ଠାନ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ଡଃ.ପ୍ରକାଶ ଚନ୍ଦ୍ର ସେନାପତି, ଉପାଧ୍ୟକ୍ଷ ଡଃ.କାହ୍ନୁଚରଣ ପାଣିଗ୍ରାହୀ,ପ୍ରଫେସର ଜଗଦିଶ ଖୁଣ୍ଟିଆ ପ୍ରମୁଖ ମଞ୍ଚାସୀନ ଥିଲେ । ରେଗିଙ୍ଗ କରିବା ଏକ ଦଣ୍ଡନୀୟ ଅପରାଧ ଏହା ଠାରୁ ଛାତ୍ରଛାତ୍ରୀ ମାନେ ଦୁରେଇ ରହିବା ଉଚିତ ବୋଲି ପ୍ରଶାସନିକ ଅଧିକାରୀ ଶ୍ରୀ ରାଓ କହିଥିଲେ । ଭାରତର ସର୍ବୋଚ୍ଚ ନ୍ୟାୟାଳୟ ରେଗିଙ୍ଗ କରିବା ଏକ ଅପରାଧ ବୋଲି ବିବେଚନା କରି ଏଥିପାଇଁ ଆଇନ ଦ୍ଵାରା ଦଣ୍ଡ ବିଧାନ କରିଛନ୍ତି। ଏହା ଦ୍ବାରା ଜେଲ ଦଣ୍ଡ ମିଳିପାରେ । ୟୁ ଜି ସି ଏକ ନୋଟିସ୍ ମାଧ୍ୟମରେ ଉଲ୍ଲେଖ କରିଛନ୍ତି, ଯେ କୌଣସି ଛାତ୍ର ଛାତ୍ରୀ ଯଦି ରେଗୀଙ୍ଗ ର ଶିକାର ହୁଅନ୍ତି ତେବେ ସେମାନେ ଏଣ୍ଟି ରେଗିଙ୍ଗ ହେଲ୍ପ ଲାଇନ ନମ୍ବର ୧୮୦୦୧୮୦୫୫୨୨ କୁ କଲ୍ କରି ନିଜର ଅଭିଯୋଗ ଜଣେଇ ପାରିବେ । ଆବଶ୍ୟକ ସ୍ଥଳେ ରେଗିଙ୍ଗ କରିଥିବା ଛାତ୍ର କିମ୍ବା ଛାତ୍ରୀ ଏବଂ ରେଗିଙ୍ଗ ର ଶିକାର ହୋଇଥିବା ଛାତ୍ର ଛାତ୍ରୀଙ୍କ ଅଭିଭାବକଙ୍କ ଉପସ୍ଥିତି ରେ ଅନୁଷ୍ଠାନ କର୍ତୃପକ୍ଷ ଏକ ଦୃଢ଼ କାର୍ୟ୍ୟାନୁଷ୍ଠାନ ନେଇପାରିବେ । ଆବଶ୍ୟକ ସ୍ଥଳେ ସ୍ଥାନୀୟ ପୋଲିସ ପ୍ରଶାସନ ର ସହଯୋଗ ମଧ୍ୟ ଲୋଡ଼ିପାରିବେ ।
ଶିକ୍ଷା ଅନୁଷ୍ଠାନ ମାନେ ଆଡ଼ମିଶନ ସମୟେ ଏକ କୋର୍ଟ ପେପର ରେ ଏଣ୍ଟି ରେଗଗିଂ ସମ୍ପର୍କିତ ଏଗରୀମେଣ୍ଟ ରଖନ୍ତି ଯାହା ଆବଶ୍ୟକ ସ୍ଥଳେ କାର୍ୟ୍ୟରେ ଆସିବ ।ଏଣୁ ସମସ୍ତ ଛାତ୍ରଛାତ୍ରୀ ରେଗିଙ୍ଗ ଠାରୁ ଦୁରେଇ ରହି ଶିକ୍ଷାକୁ ଗୁରୁତ୍ବ ଦେଇ କିପରି ଭଲମଣିଷ ହୋଇ ନିଜକୁ ଗଢିତୋଳିବେ ଏହା ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ନିଜ ବକ୍ତବ୍ୟରେ ଛାତ୍ରଛାତ୍ରୀ ମାନଙ୍କୁ କହିଥିଲେ । ଏହି କାର୍ୟ୍ୟକ୍ରମକୁ ଲୋହା ବାଉରୀ,ରାଜୀବ ପଣ୍ଡା ଓ ଦେବେନ୍ଦ୍ର ମିଶାଲ ପ୍ରମୁଖ ପରିଚାଳନା କରିଥିଲେ ।