Thursday, October 15, 2026
Home ଆଞ୍ଚଳିକ ପ୍ରଧାନ ଶିକ୍ଷକଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା

ପ୍ରଧାନ ଶିକ୍ଷକଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା

197

ଧରାକୋଟ,୧୨ /୮ : ଧରାକୋଟ ବ୍ଲକ ଅନ୍ତର୍ଗତ ଜାହାଡା ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ର କାର୍ୟ୍ୟରତ ପ୍ରଧାନ ଶିକ୍ଷକ ଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଏହି ଅବସରରେ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ବୈଠକ ରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସତ୍ୟବାନ ଜେନା ସଭାପତିତ୍ବ କରିଥିଲାବେଳେ ମୁଖ୍ୟ ଅତିଥି ଭାବରେ ବି ଡି ଓ ଡେନିସ ବେହେରା, ଏ ବି ଇ ଓ ପ୍ରଦୀପ କୁମାର ହୋତା, ଉମା ଚରଣ ପାଣିଗ୍ରାହୀ, ସ୍ଥାନୀୟ ସରପଞ୍ଚ ସତ୍ୟବାଦୀ ସ୍ବାଇଁ, ପୂର୍ବତନ ପ୍ରଧାନ ଶିକ୍ଷକ ଭଗବାନ ପରିଡ଼ା ଏବଂ ମୁଖ୍ୟ ବକ୍ତା ଭାବେ ଶିକ୍ଷାବିତ କବିରାଜ ସାହୁ ଯୋଗଦେଇ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଙ୍କ କର୍ମଠ,ସରଳ, ଅମାଇକ, ଛାତ୍ରବତ୍ସଳ ଓ ପରୋପକାରୀ ଗୁଣ ର ଭୂରୀୟସି ପ୍ରଶଂସା କରିଥିଲେ । ଅବସର ଗ୍ରହଣ କରିଥିବା ପ୍ରଧାନ ଶିକ୍ଷକ ପଦ୍ମ ଚରଣ ପଣ୍ଡା ଗତ ୧୯୮୬ ମସିହାରୁ ଦୀର୍ଘ ୩୭ ବର୍ଷ ଧରି ଏଠାରେ ଶୃଙ୍ଖଳିତ ଭାବେ ଶିକ୍ଷକତା କରି ବେଶ ପ୍ରଶଂସାର ପ୍ରିୟପାତ୍ର ହୋଇପାରିଛନ୍ତି । ନିଜ ଶିକ୍ଷକତା ସମୟ ମଧ୍ୟରେ ସେ ବହୁ ଡାକ୍ତର, ଇଞ୍ଜିନିୟର, ଶିକ୍ଷକ ଓ ପ୍ରଶାସନିକ ଅଧିକାରୀ ସୃଷ୍ଟି କରିଛନ୍ତି । ଗଣିତ ଶିକ୍ଷକ ଭାବରେ ମଧ୍ୟ ତାଙ୍କର ବେଶ ସୁନାମ ରହିଛି । ବିଦାୟ କାଳୀନ ସମ୍ବର୍ଦ୍ଧନା ସଭାକୁ କ୍ରୀଡ଼ା ଶିକ୍ଷକ ପାଣ୍ଡବ ସ୍ୱାଇଁ ପରିଚାଳନା କରିଥିବା ବେଳେ ସମସ୍ତ ଶିକ୍ଷକ ସହଯୋଗ ପ୍ରଦାନ କରିଥିଲେ। ପରିଶେଷରେ ତାଙ୍କୁ ସମ୍ବର୍ଦ୍ଧନା ଦେଇ ଗ୍ରାମ ପରିକ୍ରମା କରାଯାଇଥିଲା । ଏନ ସି ସି ଛାତ୍ର ଛାତ୍ରୀ ମାନଙ୍କ ତରଫରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସର କାଳୀନ ସମ୍ବର୍ଦ୍ଧନା ସଭାରେ ବିଦ୍ୟାଳୟର ବହୁ ପୁରାତନ ଛାତ୍ର ଛାତ୍ରୀ ଉପସ୍ଥିତ ରହି ବିଦାୟୀ ପ୍ରଧାନ ଶିକ୍ଷକ ଙ୍କ ତ୍ୟାଗ ପୂତ ଜୀବନୀ ଓ ଛାତ୍ର ବତ୍ସଳ ଗୁଣର ସ୍ମୃତି ଚାରଣ କରିଥିଲେ।