
ଧରାକୋଟ,୧୦/୮ : ଧରାକୋଟ ପଞ୍ଚାୟତ ର ସାତ ନମ୍ବର ୱାର୍ଡ ର ମଝିସାହି ସ୍ଥିତ ଅଙ୍ଗନୱାଡି କେନ୍ଦ୍ର ଠାରେ ବ୍ରହ୍ମପୁର ସ୍ଥିତ ଏଲ ଭି ପ୍ରସାଦ ଚକ୍ଷୁ ଅନୁଷ୍ଠାନ ତରଫରୁ ଏକ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଅନୁଷ୍ଠାନ ର ସି ଇ ସି ଅନିଲ କୁମାର ଦଳେଇ, କୋର୍ଡିନେଟର ର, ସନ୍ତୋଷ ଏବଂ ଭିଜନ ଟେକନିସିଆନ ଦୀପ୍ତି ପାଢ଼ୀ ପ୍ରମୁଖ ଯୋଗଦେଇ ୩୮ ଜଣଙ୍କର ଚକ୍ଷୁ ପରୀକ୍ଷା କରିଥିଲେ । ଏଥିରୁ ୧୪ ଜଣଙ୍କର ଆଖି ଅସ୍ତ୍ରୋପଚାର ପାଇଁ ମନୋନୀତ ହୋଇଥିଲେ। ୪ ଜଣଙ୍କୁ ଚଷମା ପ୍ରଦାନ କରାଯାଇଥିଲା। ୧୯ ଜଣଙ୍କର ଦୂରଦୃଷ୍ଟି ପାଇଁ ପରୀକ୍ଷଣ ପରେ ସେମାନଙ୍କୁ ମାଗଣାରେ ଚଷମା ପ୍ରଦାନ କରାଯିବ। ୱାର୍ଡ ସଭ୍ୟ ପୂର୍ଣ୍ଣ ଚନ୍ଦ୍ର ନାୟକ ,ପୂର୍ବତନ ସରପଞ୍ଚ ଦିଲିପ ସ୍ୱାଇଁ ଓ ସାମ୍ବାଦିକ ହୃଦାନନ୍ଦ ଜେନା ପ୍ରମୁଖ ଶିବିର ରେ ସହଯୋଗ ପ୍ରଦାନ କରିଥିଲେ।


