ଧରାକୋଟ ବ୍ଲକରେ ମିଶନ ଶକ୍ତିର ସ୍କୁଟର ଋଣ ମେଳା

41

ଧରାକୋଟ,୮/୮ : ମହିଳା ମାନଙ୍କୁ ସଶକ୍ତି କରଣ କରିବ ଆଗକୁ ବଢ଼ାଇବା ପାଇଁ ସରକାର ଘୋଷଣା କରିଛନ୍ତି ମିଶନ ଶକ୍ତି ତରଫରୁ ସ୍କୁଟର ଋଣ ମେଳା । ମିଶନ ଶକ୍ତି ରେ କାର୍ୟ୍ୟରତ ସମସ୍ତ ମହିଳା ଏହା ଦ୍ବାରା ସ୍ବାବଲମ୍ବୀ ହେବା ସହ ଅଧିକ କ୍ରିୟାଶୀଳ ହୋଇପାରିବେ । ଏହିଯୋଜନରେ ମହିଳା ମାନଙ୍କୁ ଏକ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ବିନା ସୁଧରେ ବ୍ୟାଙ୍କ ଋଣ ଯୋଗାଇ ଦିଆଯିବ । ଏଥିପାଇଁ ସୋମବାର ଓ ମଙ୍ଗଳ ବାର ଦୁଇଦିନ ଧରି ଜିଲ୍ଲା ପ୍ରଶାସନ ର ନିର୍ଦ୍ଦେଶ କ୍ରମେ ଧରାକୋଟ ବ୍ଲକ ପରିସରରେ ସ୍କୁଟର ପାଇଁ ଆବେଦନ ଋଣ ମେଳା ଅନୁଷ୍ଠିତ ହୋଇଯାଇଛି। ବି ଡି ଓ ଡେନିସ ବେହେରା, ଏ ବି ଡି ଓ ସୁଶୀଲ ପଟନାୟକ, ବି ପି ଏମ  ପ୍ରତାପ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ମିଶନ ଶକ୍ତି ଅଧିନରେ କାର୍ୟ୍ୟରତ ମହିଳା ମାନଙ୍କୁ ଉଛାହିତ କରିଥିଲେ । ମହିଳା ମାନଙ୍କ କର୍ୟ୍ୟ ଦକ୍ଷତା ବୃଦ୍ଧି, ଜୀବନ ଜୀବିକା ପରିସର ବୃଦ୍ଧି ଏବଂ ବଜାର ଚାହିଦା ବୃଦ୍ଧି ସହ ଯାତାୟାତ ରେ ସୁବିଧା ପାଇଁ ସ୍କୁଟର ର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ଅତିଥି ମାନେ ପ୍ରକାଶ କରିଥିଲେ। ଧରାକୋଟ ବ୍ଲକ ଅଧିନରେ ୧୨୬ ଜଣ ମିଶନ ଶକ୍ତି କାର୍ୟ୍ୟକର୍ତ୍ତା,୩୭୨ ଜଣ  ପଞ୍ଚାୟତ ସ୍ତରର ଇ ସି ସଭ୍ୟ ଋଣ ନେବାପାଇଁ କ୍ଷମତା ପରିସର ଭୁକ୍ତ  ଅଟନ୍ତି ।ଏଥିପାଇଁ ଦୁଇଦିନ ଧରି ଚାଲିଥିବା ଆବେଦନ ପ୍ରକ୍ରିୟାରେ ୧୨୦ ଜଣ ନାମ ପଞ୍ଜିକରଣ କରିଥିଲେ । ପୂର୍ବରୁ  ୧୨୪ ଜଣ ଆବେଦନ କରିଥିବା ବେଳେ ୧୦୦ ଜଣ  ସେମାନଙ୍କ ମଧ୍ୟରୁ ସ୍କୁଟର ଋଣ ନେବାପାଇଁ ବିବେଚିତ ହୋଇଥିବା ଜଣାଯାଇଛି। ଆଜିର ମେଳାରେ ହିରୋ,ହୋଣ୍ଡା, ଟି ଭି ଏସ, ସୁଜୁକି ଓ ଇଲେଟ୍ରୋନିକ ଗାଡ଼ିର କମ୍ପାନୀ ମାନେ ଉପସ୍ଥିତ ରହି ମିଶନ ଶକ୍ତି ମହିଳା ମାନଙ୍କୁ ଗାଡ଼ିର ଉପକାରିତା ସମ୍ପର୍କରେ ବୁଝାଇ ଥିଲେ । ଏହି କାର୍ୟ୍ୟକ୍ରମ ରେ ବ୍ଲକର ସମସ୍ତ ଏମ ବି କେ, ବ୍ୟାଙ୍କ ମିତ୍ର ଓ ସି ଆର ପି ମାନେ ସହଯୋଗ ପ୍ରଦାନ କରିଥିଲେ।