ଧରାକୋଟ ବ୍ଲକରେ ଭିନ୍ନଖ୍ୟମ ବ୍ୟକ୍ତିଙ୍କୁ ଉପକରଣ ବଣ୍ଟନ

13

ଧରାକୋଟ,୮/୮ : ସମାଜର ମୁଖ୍ୟ ସ୍ରୋତରେ ଭିନ୍ନକ୍ଷମ ବ୍ୟକ୍ତି ମାନଙ୍କୁ ସାମିଲ କରିବା ପାଇଁ ସରକାର ଉଦ୍ୟମ ଜାରି ରଖିଛନ୍ତି। ଧରାକୋଟ ବ୍ଲକ ପ୍ରଶାସନ ତରଫରୁ ଆଜି ବ୍ଲକ କାର୍ୟ୍ୟାଳୟ ପରିସରରେ ଭିନ୍ନକ୍ଷମ ବ୍ୟକ୍ତି ମାନଙ୍କୁ ଉପକରଣ ବଣ୍ଟନ କରାଯାଇଛି । ବ୍ଲକ ଅଧ୍ୟକ୍ଷା ସୁଲକ୍ଷଣା ଗୀତାଞ୍ଜଳି ଦେବୀ, ବି ଡି ଓ ଡେନିସ ବେହେରା,ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସଚିନ ପାତ୍ର,ପୂର୍ବତନ ସରପଞ୍ଚ ଦିଲୀପ ସ୍ୱାଇଁ,ବ୍ଲକ ପ୍ରକଳ୍ପ ସଂଯୋଜକ କୃଷ୍ଣ କାନ୍ତ ପଣ୍ଡା, ବିଭାଗୀୟ କର୍ମଚାରୀ ଧୀରେନ୍ଦ୍ର ଗୌଡ଼ ପ୍ରମୁଖ ଉପସ୍ଥିତ ରହି ଚାରି ଜଣ ଭିନ୍ନକ୍ଷମ ଙ୍କୁ ଟ୍ରାଇ ସାଇକଲ ଓ ଆଠଜଣ ଙ୍କୁ ହ୍ବିଲ ଚେୟାର ବଣ୍ଟନ କରିଥିଲେ । ଆଗାମୀ ଦିନରେ ରାଜ୍ୟ ସରକାର ଘୋଷଣା କରିଥିବା ମଧୁବାବୁ ପେନସନ ଯୋଜନାରେ ଅଧିକ ଭିନ୍ନକ୍ଷମ ବ୍ୟକ୍ତି ମାନଙ୍କୁ ଯେପରି ସାମିଲ କରାଯାଇ ପାରିବ ସେ ଦିଗରେ ଦୃଷ୍ଟି ଦେବାପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ବ୍ଲକ ଅଧ୍ୟକ୍ଷା ସୁଲକ୍ଷଣା ଗୀତାଞ୍ଜଳି ଦେବୀ ନିର୍ଦ୍ଦେଶ ଦେଇଥିଲେ।