
ଧରାକୋଟ,୭/୮ : ଧରାକୋଟ ବ୍ଲକ ସମ୍ମିଳନୀ କକ୍ଷ ରେ ଆଜି ତହସିଲଦାର କବିରାଜ ପ୍ରଧାନ ଙ୍କ ସଭାପତିତ୍ବରେ ବ୍ଲକ ସ୍ତରୀୟ ଚାଷୀ ପଞ୍ଜିକରଣ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।ଏଥିରେ ବି ଡି ଓ ଡେନିସ ବେହେରା ,ବ୍ଲକ ଯୋଗାଣ ଅଧିକାରୀ ସଞ୍ଜୟ ମଲିକ,ସମବାୟ ଅଞ୍ଚଳ ଅଧିକାରୀ ପ୍ରମୋଦ ପଣ୍ଡା, ମିଶନ ଶକ୍ତି ବି ପି ସି ପ୍ରତାପ ସ୍ୱାଇଁ ଙ୍କ ଉପସ୍ଥିତି ରେ ଚାଷୀ ପଞ୍ଜିକରଣ ଉପରେ ସମୀକ୍ଷା କରାଯାଇଥିଲା । ଚାଷୀ ମାନଙ୍କୁ ସରକାର ଙ୍କ ନିକଟରେ ଆବେଦନ ପାଇଁ ଆସନ୍ତା ଅଗଷ୍ଟ ୧୬ ତାରିଖ ପର୍ୟ୍ୟନ୍ତ ସମୟସୀମା ରହିଥିବା ବେଳେ ପଞ୍ଜିକରଣ ର ସୀମା ଅଗଷ୍ଟ ୨୨ ତାରିଖ ରହିଛି । ଗତବର୍ଷ ବ୍ଲକ ସ୍ତରରେ ୬୦୭୮ ଚାଷୀ ମଣ୍ଡି ପାଇଁ ଆବେଦନ କରିଥିବା ବେଳେ ଚଳିତ ବର୍ଷ ଗତ ରବିବାର ସୁଦ୍ଧା ୨୦୪୪ ଜଣ ଚାଷୀ ଆବେଦନ କରିଛନ୍ତି। ଏଣୁ ସମୟ ସୀମା ଶେଷ ସୁଦ୍ଧା କିପରି ଅଧିକ ଚାଷୀ ମଣ୍ଡି ପାଇଁ ଆବେଦନ କରିବେ ସେ ସମ୍ପର୍କରେ ଆଲୋଚନା ହୋଇଥିଲା । ବୈଠକ ରେ ଉପସ୍ଥିତ ୧୫ ଗୋଟି ସମବାୟ ସମିତି ସମ୍ପାଦକ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ର ସମ୍ପାଦକ ମାନେ ଉପସ୍ଥିତ ରହିଥିଲେ ।



