ଧରାକୋଟ ବ୍ଲକ ରେ ଶିଶୁଙ୍କ ପାଇଁ ଦିନଟିଏ ସମୀକ୍ଷା ବୈଠକ

24

ଧରାକୋଟ,୭/୮ : ଆଜିର ଶିଶୁ କାଲିର ନାଗରିକ । ଶିଶୁ ମାନଙ୍କ ସୁନେଲି ଭବିଷ୍ୟତ ଗଢ଼ିବା ପାଇଁ ବ୍ଲକ ସ୍ତରୀୟ ଟାସ୍କ ଫୋର୍ସ ର ଗୁରୁଦାୟିତ୍ଵ ରହିଛି । ଏଣୁ ସମସ୍ତେ ଆନ୍ତରିକତା ର ସହ ଉଦ୍ୟମ ଜାରି ରଖିବା ପାଇଁ ଉପସ୍ଥିତ ଅତିଥି ମାନେ ଆହ୍ବାନ ଦେଇଥିଲେ। ଆଜି ବ୍ଲକ ସଭା ଗୃହରେ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ସୁନୀଲ ପ୍ରଭା ରଥ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ବି ଡି ଓ ଡେନିସ ବେହେରା, ତହସିଲଦାର କବିରାଜ ପ୍ରଧାନ, ଥାନା ଅଧିକାରୀ ମମତା ସାମନ୍ତରାୟ, ଗୋଷ୍ଠୀ ଶିକ୍ଷା ଅଧିକାରୀ ଲିଙ୍ଗରାଜ ସ୍ବାଇଁ, ଏ ବି ଇ ଓ ପ୍ରଦୀପ କୁମାର ହୋତା,ଆଇ ସି ଏମ ଓ ସଂଘମିତ୍ରା ଜେନା ପ୍ରମୁଖ ଉପସ୍ଥିତ ରହିଥିଲେ। ଏହି ଅବସରରେ ଶିଶୁ ମାନଙ୍କ ମୌଳିକ ଅଧିକାର, ଶିକ୍ଷା,ସ୍ବାସ୍ଥ୍ୟ,ପୋଷଣ ସହ ବାଲ୍ୟ ବିବାହ ରୋକିବା,ଶିଶୁ ଚାଲାଣ ବନ୍ଦ କରିବା,ଶିଶୁ ଶ୍ରମିକ ପ୍ରଥା ବନ୍ଦ କରିବା,ଶିଶୁଙ୍କୁ ସୁରକ୍ଷା ପ୍ରଦାନ,ଶିଶୁ ଶିକ୍ଷା ସହ ସେମାନଙ୍କ ସାମଗ୍ରିକ ବିକାଶ ଉପରେ ଆଲୋଚନା ହୋଇଥିଲା। ବ୍ଲକର ଦୁର୍ଗମ ଗ୍ରାମାଞ୍ଚଳରେ ଅବହେଳିତ ଅବସ୍ଥାରେ ରହିଥିବା ଶିଶୁ ମାନଙ୍କ ଉପରେ ସ୍ଵତନ୍ତ୍ର ଦୃଷ୍ଟି ଦେବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା |