ଆସିକା ସୁଗାର ଟାଉନ୍ ଜେସିସି ତରଫରୁ ବିରାଟ ରକ୍ତଦାନ ଶିବିର

18

ଆସିକା,୬/୦୮ : ଆସିକାସ୍ଥିତ ମା କନ୍ୟକା ପରମେଶ୍ଵରୀ ମନ୍ଦିର ପ୍ରାଙ୍ଗଣରେ ଅସିକା ସୁଗାର୍ ଟାଉନ୍ ଜେସିସି ତରଫରୁ ଏକ ବିରାଟ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।ଉକ୍ତ କାର୍ୟ୍ୟକ୍ରମକୁ ଆସିକା ଏନ୍ଏସିର କାର୍ୟ୍ୟନିର୍ବାହୀ ଅଧିକାରୀ ଲୋକନାଥ ବେଜ୍ ଶୁଭ ଉଦ୍‌ଘାଟନକରିଥିଲେ।ନିମନ୍ତ୍ରିତ ଅତିଥୀ ଭାବେ ଲାୟନସ୍ କ୍ଲବରସଭାପିତ ଇ. ଅରୁଣ କୁମାର ପାତ୍ର,ବି.ଭେଙ୍କଟରମଣମୂର୍ତ୍ତି ଉପସ୍ଥିତ ଥିଲେ ।ଆସିକା ସୁଗାର୍ ଟାଇନ୍ ଜେସିସି ତରଫରୁ ଆୟୋଜିତ ରକ୍ତଦାନ ଶିବିରରେ ଭଞ୍ଜନଗର ସ୍ଥିତ ବ୍ଲଡ ବ୍ୟାଙ୍କ ଅଧିକାରୀଙ୍କ ସମେତ ଟେକ୍‌ନିସିଆନ୍ ଇତିଶ୍ରୀ ତ୍ରିପାଠୀ, ଗଣପତି ପ୍ରଧାନ,ଆଲୋକ ପାଣିଗ୍ରାହୀ, ବିପିନ ପାଣିଗ୍ରାହୀ, ଗଗନ ବିହାରୀ ପ୍ରଧାନ ଓ ସିମଳ ସେଠୀ ପ୍ରମୁଖ ସକ୍ରିୟ ସହଯୋଗ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା । ସଂଗଠନର ପ୍ରକଳ୍ପ ନିର୍ଦ୍ଦେଶକ ଦେବାଶିଷ ପଣ୍ଡା ଏବଂ ପ୍ରତିକ୍ ଆଚାରୀଙ୍କ ସଂଯୋଜନା କ୍ରମେ କାର୍ୟ୍ୟକ୍ରମକୁ ସୁରେଶ କୁମାର ପାତ୍ର ପରିଚାଳନା କରିଥିଲେ ।ସଭାପତି ପି ଗୌରବ ପାତ୍ର, ଉପସଭାପତି ସିଏଚ୍. କାର୍ତିକ ପାତ୍ର, ସଂପାଦକ ଶିବଶଙ୍କର ପାତ୍ର, ପୂର୍ବତନ ସଭାପତି ସିଦ୍ଧାର୍ଥ ସୁବୁଦ୍ଧି ସମେତ ସଂଗଠନ ର ସଭ୍ୟମାନେ ଉପସ୍ଥିତ ରହିଥିଲେ ।