
ଧରାକୋଟ,୬/୦୮(ଜିଲ୍ଲା ଖବର) : ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ପତ୍ର ସଂଖ୍ୟା-32402 ତା-2-08-23ରିଖ ରେ ପ୍ରକାଶିତ ଉଚ୍ଚ କ୍ଷମତା ସମ୍ପର୍ଣ୍ଣ କମିଟିର ବୈଠକର ନିଷ୍ପତି କ୍ରମେ ଧରାକୋଟ ଠାରେ ଏକ ନୂତନ ସ୍ନାତକ ମହାବିଦ୍ୟାଳୟ ଖୋଲାଯିବା ପାଇଁ ଅନୁମତି ପ୍ରଦାନ କରାଯାଇଛି। ହିଞ୍ଜିଳିକଟୁ ସ୍ଥିତ ଋଷିକୂଲ୍ୟା ଶିକ୍ଷା ଗବେଷଣା ଚାରି ଟେବୁଲ ଟ୍ରଷ୍ଟ ତରଫରୁ ଆବେଦନ କରାଯାଇଥିବା ଆବେଦନ ପତ୍ର ଆଧାରରେ ଏହି ନିଷ୍ପତି ନିଆଯାଇଛି । ରୟାଲ ଡିଗ୍ରୀ କଲେଜ ନାମରେ ନାମିତ ଏହି ଶିକ୍ଷାନୁଷ୍ଠାନରେ 2023-24 ଶିକ୍ଷାବର୍ଷ ଠାରୁ ସ୍ନାତକ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ସୁଯୋଗ ମିଳିବ ବୋଲି ଜଣା ପଡିଛି । ଏଠାରେ ଓଡ଼ିଆ ସମ୍ମାନ ବିଷୟରେ 64 ଆସନ ଏବଂ ଶିକ୍ଷା ଓ ରାଜନୀତ ବିଜ୍ଞାନ ସମ୍ମାନ ବିଷୟରେ 32 ଲେଖାଏଁ ସର୍ବମୋଟ 128 ଆସନ ବ୍ୟବସ୍ଥା ରହିଛି । ବର୍ତ୍ତମାନ ପାଇଁ ଏହା ଧରାକୋଟ ସ୍ଥିତ ରାଜୀବ ଗାନ୍ଧି ସେବା କେନ୍ଦ୍ର ଠାରେ କାର୍ଯ୍ୟକ୍ଷମ ହେବ ବୋଲି ସୂଚନା ମିଳିଛି । ଧରାକୋଟ ଓ ମୁଣ୍ଡ ମରାଇ ଅଞ୍ଚଳ ଛାତ୍ରଛାତ୍ରୀଙ୍କ ଶିକ୍ଷା କ୍ଷେତ୍ରରେ ସୁବିଧାକୁ ଦୃଷ୍ଟି ଦେଇ ବ୍ରାହ୍ମପୁର ସ୍ଥିତ ଉଚ୍ଚ ଶିକ୍ଷା ବିଭାଗ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ଡଃ. ଲକ୍ଷ୍ମୀକାନ୍ତ ତ୍ରିପାଠୀଙ୍କ ଗଭୀର ଆନ୍ତରିକ ଉଦ୍ୟମ ଓ ସମୟୋଚିତ ପଦକ୍ଷେପ ଯୋଗୁଁ ଏହା ସମ୍ଭବପର ହୋଇପାରିଛି । ଆଜି ଡିଗ୍ରୀ କଲେଜ କାର୍ଯ୍ୟକ୍ଷମ ହେବା ନେଇ ଅଞ୍ଚଳର ବରିଷ୍ଠ ନାଗରିକ ମାନଙ୍କର ଏକ ବୈଠକ ଧାରକୋଟ ସ୍ଥିତ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଠାରେ ଅନୁଷ୍ଠିତ ହୋଇଯାଇଅଛି। ରୟାଲ ଡିଗ୍ରୀ ମହାବିଦ୍ୟାଳୟ ର ଅଧ୍ୟାପକ ଓ କର୍ମଚାରୀ ନିଯୁକ୍ତି, ଛାତ୍ର ଛାତ୍ରୀ ମାନଙ୍କ ନାମଲେଖା ଆରମ୍ଭ, ସ୍ଥାୟୀ କୋଠା ସହ ଭିତ୍ତିଭୂମି ନିର୍ମାଣ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା।ୠଷିକୁଲ୍ୟା ଟ୍ରଷ୍ଟର ଅଧ୍ୟକ୍ଷ ଶ୍ରୀଯୁକ୍ତ ହିମାଂଶୁ ଶେଖର ମିଶ୍ର ଓ ସଂପାଦିକା ଶ୍ରୀମତୀ ମାମିନୀ ବାଡ଼ତ୍ୟା ବ୍ରହ୍ମପୁର ସ୍ଥିତ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ଡଃ. ଲକ୍ଷ୍ମୀକାନ୍ତ ତ୍ରିପାଠୀ, ଉପ-ନିର୍ଦ୍ଦେଶକ ଡଃ. ସିଦ୍ଧାର୍ଥ ଶଙ୍କର ପାଢୀ ,ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ଓ ରାଜ୍ୟ ସରକାର, ପୂର୍ବତନ ବିଧାୟିକା ନନ୍ଦିନୀ ଦେବୀଙ୍କୁ ଗଭୀର କୃତଜ୍ଞତା ଜ୍ଞାପନ କରିବା ସହିତ ଧରାକୋଟ ଓ ମୁଣ୍ଡମରାଇ ଅଞ୍ଚଳର ସମସ୍ତ ନେତୃସ୍ଥାନୀୟ ବ୍ୟକ୍ତି ବିଶେଷ ଓ ଜନ ସାଧାରଣଙ୍କୁ ଏଥିପାଇଁ କୃତଜ୍ଞତା ଜଣାଇଥିଲେ ।



