
ଗୁଣପୁର,୩/୦୮(ଜିଲ୍ଲା ଖବର) : ଡ଼ମ୍ବସରା ଜାତୀୟ ମହାବିଦ୍ୟାଳୟ(ଯୁକ୍ତ 2) ପରିସରରେ ଅଧ୍ୟକ୍ଷ ଶ୍ରୀ ବିଦ୍ୟାଧର ନାହାକଙ୍କ ଅଧ୍ୟକ୍ଷତାରେ ଯୁକ୍ତ 2 ପ୍ରଥମ ବର୍ଷର ଶିକ୍ଷାର୍ଥୀଙ୍କ ପ୍ରବେଶ ଉତ୍ସବ ସହ ଏକ ତାଲିମ ଶିବିର induction programme ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ଇଂରାଜୀ ବିଭାଗରେ ଅଧ୍ୟାପକ ଶ୍ରୀ ସନ୍ତୋଷ ଓତା ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ଶିକ୍ଷା ବିଭାଗର ଅଧ୍ୟାପକ ଡ଼ଃ ପ୍ରଶାନ୍ତ ହୋତା ଅଧ୍ୟାପକ ଓ କର୍ମଚାରୀଙ୍କ ପରିଚୟ ପ୍ରଦାନ କରିବା ସଙ୍ଗେ ସଙ୍ଗେ ମଞ୍ଚ ପରିଚାଳନା କରିଥିଲେ। ଓଡ଼ିଆ ବିଭାଗର ଅଧ୍ୟାପକ ଶ୍ରୀ ଶେଷଶାୟୀ ସେନାପତି ସଂପାଦକୀୟ ବିବରଣୀ ପାଠ କରିଥିଲେ। ଶ୍ରୀ ଭାସ୍କର ସମନ୍ତରାୟ ଓ ଶ୍ରୀ ସହଦେଵ ମଲ୍ଲିଫୁଲ ଶିକ୍ଷାର୍ଥୀଙ୍କ ଉଦ୍ଦେଶ୍ୟରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଦ୍ବିତୀୟ ପର୍ଯ୍ୟାୟରେ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଏକ induction programme ଆୟୋଜିତ ହୋଇଥିଲା।

ଅଧ୍ୟକ୍ଷ ଶ୍ରୀ ନାହାକ ମହାବିଦ୍ୟାଳୟର ସଫଳତାର ସଂକ୍ଷିପ୍ତ ଇତିହାସ। ଯଥା- ଆରମ୍ଭ,ବିଦ୍ୟାର୍ଥୀ ସଂଖ୍ୟାର ଅଭିବୃଦ୍ଧି, ପାସ ହାରର ଅଭିବୃଦ୍ଧି, ଆଗାମୀ ଯୋଜନା ଇତ୍ୟାଦି ବିଷୟରେ ଆଲୋକପାତବକରିଥିଲେ। ଶ୍ରୀ ଶେଷଶାୟୀ ସେନାପତି ଶିକ୍ଷାର୍ଥୀଙ୍କ ଉପସ୍ଥାନ, ପରୀକ୍ଷା ପଦ୍ଧତି, ନୈତିକତା ଉପରେ ଗୁରୁତ୍ବ ଆରୋପ କରିଥିଲେ। ଡ଼ଃ ହୋତା ଅନୁଷ୍ଠାନର ଶୃଙ୍ଖଳା, ରେଗିଙ୍ଗ, ସଂସ୍କୃତିକ କାର୍ଯ୍ୟକ୍ରମ ଵ୍ୟଵସ୍ଥା, ସରକାରଙ୍କ ମେଧାବୃତ୍ତି ଯୋଜନା ସହ , RTIର ସୁବିଧା ସରକାରୀ ପୋର୍ଟାଲ ଓ ଅନ୍ୟାନ୍ୟ ବ୍ୟବସ୍ଥା ଉପରେ ଆଲୋଚନା କରିଥିଲେ। ଶ୍ରୀ ସନ୍ତୋଷ ହୋତା – YRC, ବିଭିନ୍ନ ପ୍ରତିଯୋଗିତା ମୂଳକ ପରୀକ୍ଷା, career counselling ଉପରେ ଶିକ୍ଷାର୍ଥୀଙ୍କୁ ବୁଝାଇଥିଲେ। ଶ୍ରୀ ଜେନା ଶିକ୍ଷାର୍ଥୀଙ୍କ ବିଦ୍ୟାଳୟରେ ଦାୟିତ୍ବ, RTE ନାଗରିକତା ତାଲିମ ସମ୍ବନ୍ଧରେ କହିଥିଲେ। ଶ୍ରୀ ଭାସ୍କର ସାମନ୍ତ ରା ଯୋଗର ଆଵଶ୍ୟକତା, ଆତ୍ମସୁରକ୍ଷା ଶିବିର, କ୍ରୀଡା ପ୍ରତିଯୋଗିତା, ବାର୍ଷିକ ଉତ୍ସବ ଉପରେ ଆଲୋକ ପାତ କରିଥିଲେ। ବରିଷ୍ଠ କିରାଣୀ ଶ୍ରୀ ସହଦେଵ ମଲ୍ଲିଫୁଲ ମହାବିଦ୍ୟାଳୟର ନୀତି ନିୟମ, ସୁବିଧା ସୁଯୋଗ ଉପରେ ଦୃଷ୍ଟି ଆକର୍ଷଣ କରିବା ସହ ପିଲାଙ୍କୁ ଶପଥ ପାଠ କରାଇଥିଲେ। ପରିଶେଷରେ ଶ୍ରୀ ନିଖିଲାସ ଜେନା ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ସମସ୍ତ କର୍ମଚାରୀ ଉପସ୍ଥିତ ରହିଥିଲେ।




