
ଧରାକୋଟ, ୩/୦୮(ଜିଲ୍ଳାଖବର) : ଧରାକୋଟ ବ୍ଲକରେ ଦୀର୍ଘ ଦିନ ଧରି ଖାଲି ପଡିଥିବା ସ୍ଥାୟୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ପଦବୀ ଆଜି ପୂରଣ ହୋଇଛି । ଏଠାରେ ସ୍ଥାୟୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବରେ ଲିଙ୍ଗରାଜ ସ୍ବାଇଁ କାର୍ଯ୍ୟରେ ଯୋଗଦାନ କରି ଭାରପ୍ରାପ୍ତ ବି ଇ ଓ ଅଭିମନ୍ୟୁ ସାହୁ ଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହି ଅବସରରେ ବ୍ଲକ ଅତିରିକ୍ତ ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ହୋତା, ପ୍ରଦୀପ କୁମାର ଶତପଥୀ, ଉମା ଚରଣ ପାଣିଗ୍ରାହୀ ଙ୍କ ସମେତ କାର୍ଯ୍ୟଳୟ ର ସମସ୍ତ କର୍ମଚାରୀ ତାଙ୍କୁ ପୁଷ୍ପ ଗୁଛ ଦେଇ ସ୍ବାଗତ କରିଥିଲେ। ଏହା ପରେ ସମସ୍ତ ସି ଆର ସି ସି ଓ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ସଭାପତି ସକ୍ରୁ ବେହେରାଙ୍କ ଉପସ୍ଥିତିରେ ନୂତନ ବି ଇ ଓ ଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି ଅବସରରେ ନୂତନ ବି ଇ ଓ ସମସ୍ତଙ୍କ ସହଯୋଗରେ ଶିକ୍ଷା ବ୍ୟବସ୍ଥାକୁ ଆଗକୁ ବଢ଼ାଇବା ସହ ଜିଲ୍ଲା ସ୍ତରରେ ଧରାକୋଟ ବ୍ଲକର ସୁନାମ ରଖିବା ପାଇଁ ଚେଷ୍ଟା କରିବାକୁ ଆହ୍ବାନ ଦେଇଥିଲେ। ଉପସ୍ଥିତ ଶିକ୍ଷକ ମାନଙ୍କୁ ନିତିନିଷ୍ଠ, ଛାତ୍ର ବତ୍ସଳ ଓ କର୍ତ୍ତବ୍ୟ ପରାୟଣ ହୋଇ ଗୁଣାତ୍ମକ ଶିକ୍ଷାର ମାନ ବୃଦ୍ଧି ପାଇଁ ଉଦ୍ୟମ କରିବାକୁ ପରାମର୍ଶ ଦେଇଥିଲେ। ନୂତନ ବି ଇ ଓ ବ୍ରହ୍ମପୁର ସ୍ଥିତ ସରକାରୀ ବିନାୟକ ଆଚାର୍ଯ୍ୟ ସ୍ମୃତି ମୁନିସପାଲ ହାଇସ୍କୁଲ ର ପ୍ରଧାନ ଶିକ୍ଷକ ଭାବରେ କାର୍ଯ୍ୟରତ ରହିଥିବା ବେଳେ ତାଙ୍କୁ ସରକାରଙ୍କ ତରଫରୁ ସ୍ଥାୟୀ ବି ଇ ଓ ଭାବରେ ଏଠାରେ ନିଯୁକ୍ତି ଦିଆଯାଇଥିବାରୁ ଅଞ୍ଚଳ ବାସୀଙ୍କ ମଧ୍ୟରେ ସନ୍ତୋଷ ପ୍ରକାଶ ପାଇଛି ।ପ୍ରକାଶ ଯୋଗ୍ୟ ଗତ ସୋମବାର ଦିନ ଧରାକୋଟ ବ୍ଲକ ପରିସରରେ ଗଞ୍ଜାମ ଜିଲ୍ଲାପାଳଙ୍କ ଜନଶୁଣାଣୀ ବେଳେ ସ୍ଥାୟୀ ବି ଇ ଓ ନିଯୁକ୍ତି ପାଇଁ ଧରାକୋଟ ଜନସାଧାରଣ ଙ୍କ ତରଫରୁ ଦାବିପତ୍ର ପ୍ରଦାନ କରାଯାଇଥିଲା ।



