
ଧରାକୋଟ,୧/୦୭ : ଧରାକୋଟ ବ୍ଲକ ରେ ଗଂଜାମ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଶୁଣାଣି କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି ଅଭିଯୋଗ ଶୁଣାଣୀ କାର୍ୟ୍ୟକ୍ରମ ରେ ସର୍ବମୋଟ ୨୨୨ ଗୋଟି ଅଭିଯୋଗ ମଧ୍ୟରୁ ୧୮୧ ଗୋଟି ଅଭିଯୋଗ ବ୍ୟକ୍ତିଗତ ଓ ୧୯ ଗୋଟି ସାମୁହିକ ଶୁଣାଣି ହୋଇଥିଲା । ଏଥିରେ ମୁଖ୍ୟତଃ ଆବାସ ଯୋଜନା, ରାସନ୍ କାର୍ଡ,ଭତ୍ତା ପାଇବା ପାଇଁ ହିତାଧିକାରୀଙ୍କ ଲମ୍ବା ଧାଡ଼ି ଦେଖିବାକୁ ମିଳିଥିଲା। ଗଂଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଗଂଜାମ ଆରକ୍ଷୀ ଅଧିକ୍ଷକ ଜଗମୋହନ ମୀନା, ଭଂଜନଗର ଉପ ଜିଲ୍ଲାପାଳ ଜ୍ୟୋତି ଶଙ୍କର ରୟ, ପ୍ରୋବେସନାରୀ ଭାରତୀୟ ପ୍ରଶାସନିକ ଅଧିକାରୀ ସମୀର କୁମାର ଜେନା, ଡେପୁଟି କଲେକ୍ଟର ଛତ୍ରପୁର ଦୀପ୍ତିମୟୀ ପାତ୍ର,ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସୁଧାଂଶୁ ଶେଖର ଶତପଥି, ବ୍ଲକ ଅଧ୍ୟକ୍ଷା ସୁଲକ୍ଷଣା ଗୀତାଞ୍ଜଳି ଦେବୀ, ପ୍ରମୁଖ ମଞ୍ଚାସିନ ରହି ଜନଶୁଣାଣି ଶିବିର କୁ ପରିଚାଳନା କରିଥିଲେ। ସ୍ଥାନୀୟ ବିଡିଓ ଡେନିସ ବେହେରା, ତହସିଲ ଦାର କବିରାଜ ପ୍ରଧାନ, ଅଭିଯୋଗ ଶୁଣାଣୀ ବେଳେ ଉପସ୍ଥିତ ରହି ଅଭିଯୋଗ ଗୁଡ଼ିକର ତ୍ବରିତ ସମାଧାନ ପାଇଁ ବିଭାଗୀୟ କର୍ମକର୍ତ୍ତା ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

ଆଜିର ଜନ ଶୁଣାଣି ଶିବିର ରେ ମୂଖ୍ୟ ଯୋଗାଣ ଅଧିକାରୀ ପୁଷା ମୁଣ୍ଡା, ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ମନୋଜ କୁମାର ସାହୁ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସୁବ୍ରତ ସାହୁ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଅବିଦା ପରବିନ୍, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ କଲ୍ୟାଣି ଦାସ,ଉଠା ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ ରବିନ୍ଦ୍ର କୁମାର ପଣ୍ଡା, ଜଳସେଚନ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଶିବରାମ ବେହେରା, ଜଳ ଓ ପରିମଳ ବିଭାଗ ସହକାରୀ ଯନ୍ତ୍ରୀ ରମେଶ ଚନ୍ଦ୍ର ସ୍ବାଇଁ,ଓ ସହକାରୀ ଯନ୍ତ୍ରୀ ସୁସ୍ମିତା ସିମାଲୁ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପବିତ୍ର ମୋହନ ସାହୁ, ବ୍ଲକ ଶିକ୍ଷା ଅଧିକାରୀ ଅଭିମନ୍ୟୁ ସାହୁ, ଡ୍ରେନେଜ ବିଭାଗର ସହକାରୀ ଯନ୍ତ୍ରୀ ତାପସ ବେହେରା, ଉଦ୍ୟାନ ବିଭାଗ ସହକାରୀ ଯନ୍ତ୍ରୀ ଶ୍ରୀକାନ୍ତ ସେଠୀ,ମୃତ୍ତିକା ସଂରକ୍ଷଣ ବିଭାଗୀୟ ଯନ୍ତ୍ରୀସୋନିଜା ପାତ୍ର,ଆସିକା ଉପଖଣ୍ଡ ପୋଲିସ ଅଧିକାରୀ ଉମାଶଙ୍କର ସିଂ, ପ୍ରମୁଖ ସେମାନଙ୍କ ସହକର୍ମୀ ମାନଙ୍କୁ ନେଇ ଅଭିଯୋଗ ଶୁଣାଣୀ ଶିବିର ରେ ଉପସ୍ଥିତ ରହି ବିଭିନ୍ନ ସମସ୍ୟାର ତ୍ୱରିତ ସମାଧାନ ପାଇଁ ପଦକ୍ଷେପ ନେଇଥିଲେ।ଏହା ସହ ଧରାକୋଟ ସରପଞ୍ଚ ପୁନିଆ ଦାସ ଙ୍କ ନେତୃତ୍ବରେ ଗ୍ରାମବାସୀମାନେ ଯୋଗ ଦେଇ ଧରାକୋଟ ଗ୍ରାମ ଭିତରକୁ ବସ୍ ଚଳାଚଳ କରିବା,ହରଭଙ୍ଗୀ କେନାଲର ସଂପ୍ରସାରଣ,ଔ.ଗ.ୠ.ଉ କୋର୍ଟ ପ୍ରତିଷ୍ଠା, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ନିଯୁକ୍ତି,ସବ ରେଜିଷ୍ଟ୍ରାର କାର୍ୟ୍ୟାଳୟ ପ୍ରତିଷ୍ଠା,ଧରାକୋଟ ଗଡର ପିଇବା ପାଣିର ସମସ୍ୟାର ସମାଧାନ, ସ୍ଥାୟୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ନିଯୁକ୍ତି,ଉଦ୍ୟାନ କୃଷି କାର୍ୟ୍ୟାଳୟ ତୁରନ୍ତ ଖୋଲିବା ଏବଂ ଉଠାଜଳ ସେଚନ ବିଭାଗ ର କର୍ମଚାରୀ ଙ୍କୁ ଧରାକୋଟ ରେ ଅବସ୍ଥାପିତ କରାଇବା, ବାଇପାସ୍ ରେ ଯାଉଥିବା ଙଝଜଞଉ ର ବସ୍ ସହ ସମସ୍ତ ବେ ସରକାରୀ ବସ୍ କୁ ଧରାକୋଟ ମଧ୍ୟ ଦେଇ ଚଳାଚଳ କରାଇବାସହ ବିଭିନ୍ନ ସମସ୍ୟା ବିଷୟରେ ଅଭିଯୋଗ କରାଯାଇଥିଲା। ଜିଲ୍ଲାପାଳ ଏ ସମସ୍ତ ସମସ୍ୟାର ଅଭିଯୋଗ ଗ୍ରହଣ କରିବା ପରେ ସର୍ବ ପ୍ରଥମେ ସରକାରୀ ବସ୍ ଓ ବେ ସରକାରୀ ବସ୍ ର ତୁରନ୍ତ ଚଳାଚଳ ପାଇଁ ବ୍ୟକ୍ତି ଗତ ସ୍ତରରେ ପଦକ୍ଷେପ ନେବା ପାଇଁ ନିର୍ଭର ଯୋଗ୍ୟ ପ୍ରତିଶ୍ରୁତି ଦେଇଥିଲେ। ଏବଂ ଖୁବଶିଘ୍ର ସରକାରଙ୍କ ଲକ୍ଷ୍ମୀ ଯୋଜନା ଓ ମୋ ବସ୍ ଯୋଜନା ରେ ୬ ଗୋଟି ବସ୍ ଧରାକୋଟ କୁ ଚଳାଚଳ କରିବ ବୋଲି କହିଥିଲେ।ଏହି କାର୍ୟ୍ୟକ୍ରମ କୁ ବ୍ଲକ ର ସମସ୍ତ କର୍ମଚାରୀ ସହଯୋଗ ପ୍ରଦାନ କରିଥିବାବେଳେ ସମସ୍ତ ବିଭାଗୀୟ ପଦାଧିକାରୀ ଉପସ୍ଥିତ ରହିଥିଲେ।




