ଆସିକା ବ୍ଲକ ସ୍ତରୀୟ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିର

54

ଆସିକା,୩୧/୦୭ : ଆସିକା ବ୍ଲକ ସ୍ତରୀୟ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିର ସ୍ଥାନୀୟ ହରିହର ଛକ ନିକଟସ୍ଥ ସାବିତ୍ରୀ କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲା ଶ୍ରମ ଅଧିକାରୀ ରବୀନ୍ଦ୍ର ନାଥ ତ୍ରିପାଠୀ ଙ୍କ ଅଧକ୍ଷତାର ଅନୁଷ୍ଠିତ ହୋଇଯାଇଛି | ଏହି ଶିବିରକୁ ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲା । ସମ୍ମାନିତ ଅତିଥି ଭାବେ ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧକ୍ଷା ବିନେତା ସ୍ୱାଇଁ, ଶ୍ରମ ଆୟୁକ୍ତ ବାବୁ ଚରଣ ପାତ୍ର ଗଞ୍ଜାମ ଜିଲ୍ଲା ଜୋନ ସଭାପତି ନଚିକେତା ସ୍ୱାଇଁ,ସାଂସଦ ପ୍ରତିନିଧି ସତ୍ୟନାରାୟଣ ସ୍ୱାଇଁ,ବରିଷ୍ଠ ବିଜେଡି ନେତା ଦିଲ୍ଲୀପ କୁମାର ପାଣିଗ୍ରାହୀ, ଅଭିମନ୍ୟୁ ନାହାକ ପ୍ରମୁଖ ଯୋଗ ଦେଇଥିଲା ବେଳେ ଆସିକା ଅତିରିକ୍ତ ଶ୍ରମଅଧିକାରୀ ଆକାଶ ବିଷୋୟୀ ଏହି ଶିବିରକୁ ପରିଚାଳନା କରିଥିଲେ | ପ୍ରକାଶ ଥାଉକି ୨୦୦୮ ମସିହାରୁ ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ଆରମ୍ଭ ହୋଇଛି କ୍ଷ ଗଞ୍ଜାମ ଜିଲ୍ଲା ରେ ମୋଟ ୧ ଲକ୍ଷ ୫୦ ହଜାର ୩୨୮ ପଞ୍ଜୁକୃତ ହିତାଧିକାରୀ ରହିଛନ୍ତି କ୍ଷ ଜିଲ୍ଲାରେ ମୋଟ ୧୪୭୫୫ ଜଣ ଅନଶଂଗଠିତ ବୋର୍ଡରେ ପଞ୍ଜିକୃତ ହୋଇଛନ୍ତି ଏଥି ମଧ୍ୟରୁ ଆସିକା ବ୍ଲକ ରେ ପ୍ରାୟ ୧୫୦୦୦ ରୁ ଉର୍ଦ୍ଧ ପଞ୍ଜିକୃତ ହିତାଧିକାରୀ ରହିଛନ୍ତି କ୍ଷ ଜିଲ୍ଲା ସାମାଜିକ ସୁରକ୍ଷା ବୋର୍ଡ ପକ୍ଷରୁ ଆଜି ପର୍ୟ୍ୟନ୍ତ ୩୭ ଜଣକୁ ୩୮ଲକ୍ଷ ଟଙ୍କା ମୃତ୍ୟୁ କାଳୀନ ସହାୟତ କରାଯାଇଥିବା ଜିଲ୍ଲା ଶ୍ରମ ଅଧିକାରୀ ସୂଚନା ପ୍ରଦାନ କରିଛନ୍ତି କ୍ଷଆଜି ଏହି ଶିବିରରେ ଶିକ୍ଷା ସହାୟତା ବାବଦକୁ ୨୦୫ ଜଣ ହିତାଧିକାରୀ ଙ୍କୁ ୪ଲକ୍ଷ ୯୪ ହଜାର ୬୦୦ ଟଙ୍କା, ବିବାହ ସହାୟତା ବାବଦକୁ ୬୧ ଜଣ ହିତାଧିକାରୀ ଙ୍କୁ ୩୦ ଲକ୍ଷ ୨୫ ହଜାର, ପ୍ରସୂତି କାଳୀନ ସହାୟତା ବାବଦକୁ ୨ ଜଣକୁ ୨୦ ହଜାର ଟଙ୍କା, ମୃତ୍ୟୁ କାଳୀନ ସହାୟତା ବାବଦକୁ ୩୮ ଜଣକୁ ୪୨ ଲକ୍ଷ ୮୫ ହଜାର ଟଙ୍କା ଏହି ପରି ମୋଟ ୩୦୬ ଜଣକୁ ୭୮ଲକ୍ଷ ୨୪ ହଜାର ୬୦୦ ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଛି ୧୯୦ ଜଣ ହିତାଧିକାରୀ ଙ୍କୁ ଆଜି ପରିଚୟ ପତ୍ର ପ୍ରଦାନ କରାଯାଇଛି କ୍ଷ ପରିଶେଷରେ ଜିଲ୍ଲା ଶ୍ରମ ଅଧିକାରୀ ଧନ୍ୟବାଦ ଦେଇଥିଲେ |