ଅବସର କାଳିନ ସଭା

23

ଗୁଣପୁର,୩୧/୦୭ : ଗୁଣପୁର ମହାବିଦ୍ୟାଳୟ ରସାୟନ ବିଜ୍ଞାନ ବିଭାଗର ପ୍ରଦର୍ଶନକର୍ତା ଗଜେନ୍ଦ୍ରନାଥ ପଣ୍ଡା ଙ୍କ ଆଜି କାର୍ୟ୍ୟରୁ ଅବସର ଗ୍ରହଣ କରିଛନ୍ତି । ଏଥିପାଇଁ ଆୟୋଜିତ ସଭାରେ ଅଧ୍ୟକ୍ଷ ଶଶୀ ଭୂଷଣ ମହାନ୍ତିଙ୍କ ସଭାପତିତ୍ଵ କରିଥିବା ବେଳେ ପ୍ରାଧ୍ୟାପକ ସୂର୍ୟ୍ୟ ନାରାୟଣ ପଣ୍ଡା ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ। ଡ଼ ଜବାହାରଲାଲ ଚଉଧୁରି । ସତ୍ୟବାନ ଗରତ । ଜଗନ୍ନାଥ ଦୀପ । ବିକାଶ ଭୂୟାଁ । ତାମିଲା ପାରାସେ ଠ ।ପଣ୍ଡାଙ୍କ ସହ ବିଗତ ଦିନର ଖଟା ଓ ମିଠାର ଅନୁଭୂତି ବାଣ୍ଟି ଥିଲେ । ପଣ୍ଡାଙ୍କୁ ଅନୁଷ୍ଠାନ ପକ୍ଷରୁ ଉପଢୌକନ ଓ ପ୍ରସଂଶା ପତ୍ର ଦେଇ ସମ୍ମାନିତ କରାଯାଇଥିଲା । ଶେଷରେ ଅଧ୍ୟାପକ ଗୋକୁଳାନନ୍ଦ ସାହୁ ଧନ୍ୟବାଦ ଦେଇଥିଲେ । ଏହି ସଭାରେ ଅନୁଷ୍ଠାନର ସମସ୍ତ କର୍ମଚାରୀ ଉପସ୍ଥିତ ରହିଥିଲେ |